ଦେଖୁ ଦେଖୁ ହଠାତ୍ ମାଟିରେ ଲୋଟି ପଡ଼ିଲା ୮୪ ଫୁଟ୍ ଉଚ୍ଚ ଟାଓ୍ଵାର, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ଆମେରିକାର ୟୁଟାରେ ସଲ୍ଟ ଲେକ୍ ସିଟି ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ୮୪ ଫୁଟ ଉଚ୍ଚ ଏକ ଟାଓ୍ଵାର ଧ୍ୱସ୍ତ ହୋଇଯାଇଛି। ଏୟାରପୋର୍ଟ ଏକ ଭିଡିଓ ଜାରି କରି ଏ ନେଇ ସୂଚନା ଦେଇଛି। ଭିଡିଓରେ ସ୍ପଷ୍ଟ ଦେଖାଯାଉଛି କି, ମାତ୍ର କିଛି ସେକେଣ୍ଡ ଭିତରେ ଟାଓ୍ଵାର ଭୂମିରେ ଲୋଟି ପଡ଼ୁଛି। ଏୟାରପୋର୍ଟ ଅଥରିଟୀ ଭିଡିଓ ଶେୟାର କରି ଲେଖିଛନ୍ତି, ‘୧୯୮୯ରେ ତିଆରି ହୋଇଥିବା ଏହି ଟାଓ୍ଵାର ହଠାତ୍ ଭୁଶୁଡ଼ି ପଡ଼ିଛି। ଏହି ମାମଲାର ଯାଞ୍ଚ କରୁଛୁ ଏବଂ ଖୁବ୍ଶୀଘ୍ର ଭଗ୍ନାବଶେଷ ହଟେଇ ଦିଆଯିବ।’
ସୋସିଆଲ ମିଡିଆରେ ଶେୟାର ହୋଇଥିବା ଏହି ଭିଡିଓ ଖୁବ୍ ଭାଇରାଲ ହେଉଛି। ଏ ପର୍ଯ୍ୟନ୍ତ ୪ ହଜାରରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି। ସେପଟେ କିଛି ଲୋକ ଏହି ଟାଓ୍ଵାର ସହ ଜଡ଼ିତ ସ୍ମୃତିକୁ ତାଜା କରିଛନ୍ତି। ଅନେକ ବର୍ଷର ପୁରୁଣା ଏହି ଟାଓ୍ଵାର ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା। ଏବେ ଏହା ଭୁଶୁଡ଼ି ପଡ଼ିବା ପରେ ଲୋକେ ଦୁଃଖୀ ହୋଇପଡ଼ିଛନ୍ତି।
ଜଣେ ୟୁଜର ନିଜର ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି, ‘ମୁଁ ଯେତେବେଳେ ବି ଏୟାରପୋର୍ଟ ଯାଉଥିଲି, ଏହି ଟାଓ୍ଵାରର ଉଚ୍ଚତାକୁ ନିଶ୍ଚୟ ଦେଖୁଥିଲି’। ଆଉ ଜଣେ ଲେଖିଛନ୍ତି, ‘ଆମେ ଅନେକ ଥର ଏହି ଟାଓ୍ଵାର ତଳେ ସମୟ ବିତାଇଛୁ। ମୁଁ ଏହି ସହରକୁ ଆସିବା ସମୟରେ ଏହି ଟାଓ୍ଵର ନିର୍ମାଣ କରାଯାଇଥିଲା।’ ସେପଟେ ଅନ୍ୟ ଜଣେ ୟୁଜର ଲେଖିଥିଲେ, ‘ଆମେ ଅନେକ ସମୟରେ ଏମିତି ଜିନିଷକୁ ହରାଇ ଦେଇଥାଉ, ଯାହା ଆମ ନିକଟତର ହୋଇଥାଏ’।
Today, this 84-foot Delta Tower that was built in 1989 to direct aircraft to the gate was demolished. Here is some footage Avalanche Studios took from the Delta Sky Club. The demolition marks a major timeline in the construction of Phase II of #TheNewSLC. pic.twitter.com/Bc2hQW7udm
— SaltLakeCityAirport (@slcairport) February 15, 2021