ଲୋମ ଟାଙ୍କୁରା ଦୃଶ୍ୟ: ୫ ମହଲା ଉପରୁ ପଡି ବଞ୍ଚିଗଲା ୨ ବର୍ଷ ଶିଶୁର ଜୀବନ, ‘ସୁପରହିରୋ’ ହୋଇଗଲେ ଏହି ଯୁବକ

ଅନେକ ସମୟରେ କିଛି ଦୁଃସାହସିକ କାର୍ଯ୍ୟର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ତେବେ ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଘଟଣାଟି ହେଉଛି ୫ ମହଲା ଉପରୁ ଅଚାନକ ଖସି ପଡ଼ିଥିଲା ଏକ ୨ ବର୍ଷର ଶିଶୁ । ଏହାପରେ ଜଣେ ସାହସୀ ଯୁବକ ସେହି ଶିଶୁକୁ ରକ୍ଷା କରିଥିଲେ । ତେବେ ଏହି ଭିଡିଓଟି ସୋସିଆଲ ମିଡ଼ିଆରେ ବହୁତ ଭାଇରଲ ହେବାରେ ଲାଇଛି। ଲୋକମାନେ ଏବେ ସେହି ସାହସୀ ଯୁବକଙ୍କୁ ‘ସୁପରହିରୋ ‘ ବୋଲି କହୁଛନ୍ତି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଚାଇନାରେ।

ଭାଇରାଲ ହୋଇଥିବା ୧୩ ସେକେଣ୍ଡର ଉକ୍ତ ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୭୪ ହଜାର ଥର ଦେଖା ସରିଲାଣି । ଝୋଝିଆଙ୍ଗ ପ୍ରଦେଶର ବାସିନ୍ଦା ୩୧ ବର୍ଷିୟ ଶେନ୍ ଡୋଙ୍ଗ ତୋଙ୍ଗଜିଆଙ୍ଗରେ ତାଙ୍କ କାର ପାର୍କିଂ କରିବା ପରେ ରାସ୍ତା ଦେଇ ଯାଉଥିଲେ। ସେ ନିକଟସ୍ଥ ଏକ ବ୍ୟାଙ୍କରେ କାମ କରନ୍ତି। କାର ପାର୍କିଂ କରିବା ପରେ ସେ ଏକ ଉଚ୍ଚ ସ୍ୱରରେ ପାଟି କରିବାର ଶୁଣିବାକୁ ପାଇଥିଲେ। ଯୁବକ ଜଣଙ୍କ ଦେଖିବାକୁ ପାଇଲେଯେ ହଠାତ୍ ଶିଶୁଟି ୫ ମହଲା ଉପରୁ ତଳକୁ ଖସିପଡୁଥିଲା । ସେତେବେଳେ ଏହି ଦୃଶ୍ୟକୁ ଯେଉଁମାନେ ଦେଖିଥିଲେ ସେମାନଙ୍କର ନିଃଶ୍ୱାସ ବନ୍ଦ ହୋଇଯାଇଥିଲା । ଏହାପରେ ଯେତେବେଳେ ଉକ୍ତ ସାହସୀ ଯୁବକ ଶିଶୁଟିକୁ ଦୁଇ ହାତରେ ଧରି ପକାଇଥିଲେ ସେତେବେଳେ କେହି ଏହାକୁ ସହଜରେ ବିଶ୍ୱାସ କରିପାରିନଥିଲେ ।

ତେବେ ସାଧାରଣ ଭାବେ ଏପରି ଦୃଶ୍ୟ ଫିଲ୍ମରେ ଦେଖିବାକୁ ମିଳିଥାଏ । ଏବେ ଉକ୍ତ ୨ ବର୍ଷର ଶିଶୁକୁ ଉଦ୍ଧାର କରି ଯୁବକ ଜଣେ ରିୟଲ ହିରୋ ପାଲଟି ଯାଇଛନ୍ତି । ଏତେ ଉଚ୍ଚତାକୁ ଗୋଟିଏ ଛୋଟ ଶିଶୁ ତଳକୁ ପଡ଼ି ପୁନର୍ଜନ୍ମ ପାଇବା ନିଶ୍ଚିତ ଭାବେ ଭାଗ୍ୟର କଥା । ଅସଲି ହିରୋ କେବଳ ଫିଲ୍ମରେ ନଥାନ୍ତି, ଅସଲି ଦୁନିଆରେ ମଧ୍ୟ ଥାଆନ୍ତି ବୋଲି ଜଣେ ୟୁଜର କମେଣ୍ଟ ଦେଇଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.