ଏକ ବିଚିତ୍ର ଦେଶ, ଯେଉଁଠି ଲୋକେ ମୃତଦେହକୁ କରନ୍ତି ବିବାହ, ଏଥିପାଇଁ ନେବାକୁ ପଡ଼େ ରାଷ୍ଟ୍ରପତିଙ୍କ ଅନୁମତି

ଦୁନିଆରେ ଏମିତି ଅନେକ ଦେଶ ଅଛି, ଯେଉଁଠିକାର ଅଜବ ଆଇନ କାନୁନ୍‌ ଜାଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଏହିଭଳି ଏକ ଦେଶ ହେଉଛି ଫ୍ରାନ୍ସ। ଏଠାକାର ବିଚିତ୍ର ନିୟମ ଆପଣଙ୍କୁ ଚକିତ କରିଦେବ। ଆସନ୍ତୁ ଜାଣିବା ଏହି ଦେଶ ବିଷୟରେ କିଛି ଖାସ୍‌ କଥା। ବିକଶିତ ଶ୍ରେଣୀରେ ଆସୁଥିବା ଫ୍ରାନ୍ସ କ୍ଷେତ୍ରଫଳ ହିସାବରେ ୟୁରୋପର ସବୁଠାରୁ ବଡ଼ ଦେଶ ଅଟେ। ତେବେ ଏହା ବିଶ୍ୱରେ ୪୩ତମ ସ୍ଥାନରେ ରହିଛି। ଏଠାକାର ଲୋକେ ଖାଇବାକୁ ବହୁତ ସମ୍ମାନ ଦେଇଥାଆନ୍ତି। ଏହି କାରଣରୁ ହୋଟେଲଗୁଡ଼ିକରେ ବଳକା ଖାଦ୍ୟକୁ ଫିଙ୍ଗିବା ଅପରାଧ ବୋଲି ଗଣାଯାଏ।

frans1

କୁହାଯାଏ କି, ଏପ୍ରିଲ ଫୁଲ୍‌ ପାଳନ ଫ୍ରାନ୍ସରୁ ହିଁ ଆରମ୍ଭ ହୋଇଥିଲା। ଏଠାକାର ମହିଳମାନେ ଦୁନିଆର ଅନ୍ୟ ଦେଶ ତୁଳନାରେ ସବୁଠାରୁ ଅଧିକ ସମୟ ଯାଏ ଜୀବିତ ରୁହନ୍ତି।

ଏହାସହ ପଢନ୍ତୁ: ଅଜବ ଏହି ବୁଲା କୁକୁର: ଦେଖନ୍ତୁ, କିଭଳି ଆକ୍ଟିଂ କରି ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଛି

ଭାରତର ଯେଉଁଠି ସାଧାରଣରେ ୧୦ରୁ ୨୦ ପ୍ରକାରର ପନିର ରେସିପି ତିଆରି କରାଯାଇଥାଏ, ସେଠି ଫ୍ରାନ୍ସରେ ପାଖାପାଖି ୪୭୦୦ ପ୍ରକାରର ପନିର ପକ୍‌ଓ୍ଵାନ ବନାଯାଇଥାଏ। ଯଦି ଆମେ ମୋଟା ଲୋକଙ୍କ କଥା କହୁ, ତା’ହେଲେ ପୂରା ୟୁରୋପର ଅଧିକ ମୋଟା ଲୋକ ଫ୍ରାନ୍ସରେ ହିଁ ରହିଛନ୍ତି।

frans4

ଫ୍ରାନ୍ସ ଦୁନିଆର ପ୍ରଥମ ଦେଶ, ଯେଉଁଠି ଅନ୍ତଃରାଷ୍ଟ୍ରୀୟ ୟୁନିଟ୍‌ ସିଷ୍ଟମ୍‌ ଆରମ୍ଭ କରାଯାଇଥିଲା, ଯେମିତି କିଲୋମିଟର, କିଲୋଗ୍ରାମ, ଲିଟର।
ବିବାହ ସମୟରେ ଧଳା ସୁଟ୍‌ ପିନ୍ଧିବା ଫ୍ରାନ୍ସରେ ବିଗତ ୫୦୦ ବର୍ଷ ଧରି ଚାଲିଆସୁଛି। ଏଠାରେ ଏହା ୧୪୯୯ ମସିହାରେ ଆରମ୍ଭ ହୋଇଥିଲା।
ଇଂଲଣ୍ଡ ପରେ ଫ୍ରାନ୍ସ ଦ୍ୱିତୀୟ ଦେଶ, ଯାହା ଦୁନିଆର ସବୁଠାରୁ ଅଧିକ ଅଂଶରେ ରାଜ୍‌ କରିଛି। ଏହା ବିଶ୍ୱର ମୋଟ ୮.୬ ପ୍ରତିଶତ ଅଂଶରେ ରାଜ୍‌ କରିଛି।

frans5

ଏହି ଦେଶରେ ଏକ ବିଚିତ୍ର କାନୁନ୍‌ ମଧ୍ୟ ରହିଛି। ଏହା ଅଧୀନରେ ଲୋକମାନେ ମୃତ ବ୍ୟକ୍ତି କିମ୍ବା ମହିଳାଙ୍କ ସହିତ ବିବାହ କରିପାରିବେ। ତେବେ ଏଥିପାଇଁ ଲୋକଙ୍କୁ ରାଷ୍ଟ୍ରପତିଙ୍କ ଅନୁମତି ନେବାକୁ ପଡ଼ିଥାଏ। ଏହି ନିୟମ ଅଧୀନରେ ରାଷ୍ଟ୍ରପତି ଏକ ବିଶେଷ ପରିସ୍ଥିତିରେ ଜଣେ ବ୍ୟକ୍ତିଙ୍କୁ ମୃତକଙ୍କ ସହ ବିବାହ କରିବାକୁ ଅନୁମତି ଦେଇଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.