Below header

ମୋ ସ୍ୱାମୀଙ୍କୁ ଭଲ କରିଦେ.. ଏମିତି କିଛି ଲେଖି ସିଂହ ପିଠିରେ ମା’ ମଙ୍ଗଳାଙ୍କ ପାଖକୁ ଚିଠି ପଠାଇଲେ ଭକ୍ତ

ଅତି ଦୁଃଖରେ ମା‘ ମଙ୍ଗଳଙ୍କୁ ଚିଠି ଲେଖିଛନ୍ତି ଭକ୍ତ । ଧଳା କାଗଜରେ ନାଲିକାଳିରେ ଲେଖା ଥିବା ଏହି ଚିଠିର ପ୍ରେରକ ହେଉଛନ୍ତି ସାବିତ୍ରୀ ଘଡ଼ାଇ ।

କାକଟପୁର(କେନ୍ୟୁଜ): ମା’ ମୋ ସ୍ୱାମୀଙ୍କୁ ଭଲ କରିଦେ। ପୁଅକୁ ସୁସ୍ଥ ରଖେ ମା। ମୋ ଘର ଶୀଘ୍ର ତିଆରି କରିଦେ ମା’। ଏହା କୌଣସି ଫିଲ୍ମ ବା ନାଟକର ସଂଳାପ ନୁହେଁ । ଓଡ଼ିଶାର ପ୍ରମୁଖ ଶକ୍ତିପୀଠ କାକଟପୁର ବାସିନୀ ମା’ ମଙ୍ଗଳାଙ୍କୁ ଜଣେ ଭକ୍ତର ଆକୁଳ ନିବେଦନ ।

ଏହି ଭକ୍ତ ଜଣକ ହେଉଛନ୍ତି ସାବିତ୍ରୀ ଘଡ଼ାଇ। ସେ ଅତି ଦୁଃଖରେ ମା‘ ମଙ୍ଗଳଙ୍କୁ ଚିଠି ଲେଖିଛନ୍ତି । ଧଳା କାଗଜରେ ନାଲିକାଳିରେ ଲେଖା ଥିବା ଏହି ଚିଠିର ପ୍ରେରକ ହେଉଛନ୍ତି ସାବିତ୍ରୀ ଘଡ଼ାଇ । ସାବିତ୍ରୀ ନିଜ ଠିକଣା ଚିଠିରେ ଲେଖି ନାହାନ୍ତି । କାହିଁକି ବା ଲେଖିବେ? ମା’ ସର୍ବବ୍ୟାପୀ, ସର୍ବଜ୍ଞାତା, ତାଙ୍କୁ କ’ଣ ଠିକଣା ଅଜଣା? ତେବେ ସାବିତ୍ରୀ ଲେଖିଥିବା ଚିଠି ମାଆଙ୍କୁ ଦେଇପାରି ନାହାନ୍ତି । ସେ ଭଲଭାବେ ଜାଣନ୍ତି, ତାଙ୍କ ବାହନ ତଥା ପଶୁରାଜ ସିଂହକୁ ଦେଇଦେଲେ ମା’ ନିଶ୍ଚୟ ପାଇବେ । ଦୁଃଖ ଦୂର ହେବ । ଏଇ ବିଶ୍ୱାସ ଓ ଭାବନାକୁ ପାଥେୟ କରି ଚିଠିଟି ସିଂହ ପିଠିରେ ରଖି ସାବିତ୍ରୀ ପଳାଇଛନ୍ତି ।

maa

ସଙ୍କଟତାରିଣୀ ମା’ ମଙ୍ଗଳାଙ୍କ ପାଖକୁ ପ୍ରତିଦିନ ଭକ୍ତଙ୍କ ସୁଅ ଛୁଟେ । ଖାଲି ସ୍ଥାନୀୟ ଅଞ୍ଚଳ ନୁହେଁ, ଦୂରଦୁରାନ୍ତରୁ ଅନେକ ଭକ୍ତ ଆସିଥାନ୍ତି । ଭକ୍ତମାନେ ନିଜ ନିଜ ଢଙ୍ଗରେ ମା’ କୁ ଦୁଃଖ ଜଣାଇଥାନ୍ତି । କିନ୍ତୁ ମା’ଙ୍କ ନିକଟ କୁ ସିଂହ ମାଧ୍ୟମରେ ନିଜ ଅନ୍ତରର ବ୍ୟଥା ଓ ବେଦନା ଉଲ୍ଲେଖ ଥିବା ଚିଠି ପଠାଇବା ଏକ ନିଆରା ଭାବଧାରା ନିଶ୍ଚୟ । ମନ୍ଦିର ବେଢାରେ ପୂର୍ବଦ୍ବାର ସମୁଖ ରେ ରହିଥିବା ସିଂହ ମୂର୍ତ୍ତିର ପିଠିରେ ରହିଥିବା ଚିଠିରେ ଭକ୍ତ ବିକଳ ନିବେଦନ ବେଶ ବାରି ହୋଇ ପଡୁଥିଲା । ମା’ ଭକ୍ତର ଡାକ ଶୁଣନ୍ତି । ଚିଠି ଲେଖିଥିବା ଭକ୍ତ ସାବିତ୍ରୀଙ୍କ ଦୁଃଖ ନିଶ୍ଚୟ ଶୁଣିବେ ବୋଲି ସେବାୟତଙ୍କଠାରୁ ଆରମ୍ଭ କରି ଭକ୍ତମାନଙ୍କର ବିଶ୍ୱାସ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.