ମୁଣ୍ଡ ନେଉଛି କୋଭିଡ, ସତର୍କ ରହିବା ପାଇଁ ଚେତାବନୀ ଜାରି କରିଲେ କେନ୍ଦ୍ର ସରକାର

ସାରାବିଶ୍ୱରେ ପୁଣିଥରେ କାୟା ବିସ୍ତାର କରିବାରରେ ଲାଗିଛି କରୋନା ଭାଇରସ । କୋଭିଡର ନୂଆ ଭାରିଆଣ୍ଟକୁ ନେଇ ପୁଣି ଥରେ ସୃଷ୍ଟି ହୋଇଛି ଆତଙ୍କ । କିଛି ବର୍ଷ ତଳେ ଅନେକ ପରିବାରକୁ ଛାରଖାର କରିଦେଇ ଯାଇଥିଲା କରୋନା ଭାଇରସ୍‌ । କ'ଣ ଏବେ ପୁଣିଥରେ ସାରା ଦେଶକୁ ଆକ୍ରାନ୍ତ କରିବ କରୋନା ଭାଇରସ...

ସାରାବିଶ୍ୱରେ ପୁଣିଥରେ କାୟା ବିସ୍ତାର କରିବାରରେ ଲାଗିଛି କରୋନା ଭାଇରସ । କୋଭିଡର ନୂଆ ଭାରିଆଣ୍ଟକୁ ନେଇ ପୁଣି ଥରେ ସୃଷ୍ଟି ହୋଇଛି ଆତଙ୍କ । କିଛି ବର୍ଷ ତଳେ ଅନେକ ପରିବାରକୁ ଛାରଖାର କରିଦେଇ ଯାଇଥିଲା କରୋନା ଭାଇରସ୍‌ । କ’ଣ ଏବେ ପୁଣିଥରେ ସାରା ଦେଶକୁ ଆକ୍ରାନ୍ତ କରିବ କରୋନା ଭାଇରସ? ଏବେ ଭାରତରେ ପୁଣି କରୋନା ମାମଲା ବଢ଼ିବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ମୁତାବକ, ରବିବାର ୩୩୫ ନୂଆ କୋଭିଡ୍‌ ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ସହିତ ଆକ୍ଟିଭ୍‌ ମାମଲା ବଢ଼ି ୧,୭୦୧ ହୋଇଛି ।

ଆସିଥିବା ନୂଆ ଭାରିଅଣ୍ଟରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥି ମଧ୍ୟରୁ ୪ ଜଣ କେରଳର ଏବଂ ଜଣେ ଉତ୍ତର ପ୍ରଦେଶର ବାସିନ୍ଦା ବୋଲି ଜଣାପଡ଼ିଛି । କେରଳରୁ ଆସିଛି ସର୍ବାଧିକ ସଂଖ୍ୟକ କୋଭିଡ ମାମଲା । ବର୍ତ୍ତମାନ ଦେଶରେ କୋଭିଡର ସବ ଭାରିଆଣ୍ଟ JN.1 ଚିହ୍ନଟ ହୋଇଛି । BA.2.86 ର ବଂଶଜ ଏହି ନୂଆ ଭାରିଆଣ୍ଟ । ଏହାର ପ୍ରଭାବ କଣ ରହିବା ତା ଉପରେ ନଜର ରଖିଛନ୍ତ ସ୍ବାସ୍ଥ୍ୟ ବିଶେଷଜ୍ଞ । ସିଡିସିର ତଥ୍ୟ ମୁତାବକ କରୋନାର ସବ ଭାରିଆଣ୍ଟର କୌଣସି ଭିନ୍ନ ଲକ୍ଷଣ ଦେଖାଯାଇ ନାହିଁ । ତେଣୁ ଏହି ପରିସ୍ଥିତିରେ ଏହା କୋଭିଡ-19 ଠାରୁ ଭିନ୍ନ କି ନୁହେଁ ତାହା ଜାଣିବା କଷ୍ଟକର ବୋଲି କୁହାଯାଇଛି । ଜ୍ୱର, କ୍ରମାଗତ କାଶ, ଶୀଘ୍ର କ୍ଳାନ୍ତ ଲାଗିବା, ନାକ ଅବରୋଧ ଲାଗିବା, ଝାଡା, ମୁଣ୍ଡବିନ୍ଧା ଭଳି ଲକ୍ଷଣ ଦେଖାଯାଇଥାଏ ।

ତେବେ କୋଭିଡ ଭ୍ୟାକ୍ସିନ ଏହି ଭାରିଆଣ୍ଟ ଠାରୁ ସୁରକ୍ଷା ଦେଇ ପାରିବ ବୋଲି ପ୍ରାଥମିକ ତଥ୍ୟରୁ ଜଣାପଡ଼ିଛି । କୋଭିଡ଼କୁ ନେଇ ସରକାର ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏବେ କର୍ଣ୍ଣାଟକରେ ଫେରିଛି ମାସ୍କ । ପଡ଼ୋଶୀ ରାଜ୍ୟ କେରଳରେ କୋଭିଡ ମହାମାରୀ ବୃଦ୍ଧି ପରେ କର୍ଣ୍ଣାଟକରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛି କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରଣାଳ । ବିଶେଷ କରି ବରିଷ୍ଠ ନାଗରିକ ଏବଂ ବହୁବିଧ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ସେପଟେ କରୋନାର ଏହି ନୂଆ ଭାରିଏଣ୍ଟକୁ ନେଇ ଚେତାବନୀ ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଶ୍ୱାସ ରୋଗର ବୃଦ୍ଧି ଏବଂ ନୂତନ JN.1 କୋଭିଡ୍ ସବ୍-ଭାରିଏଣ୍ଟକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିଛି ଯେ ଏହି ଜୀବାଣୁ ବିକଶିତ ହେଉଛି ଏବଂ ବଦଳୁଛି ।

ତେଣୁ ସଦସ୍ୟ ଦେଶମାନଙ୍କୁ ତୀକ୍ଷ୍ଣ ନଜର ରଖିବାକୁ ଅନୁରୋଧ କରିଛି WHO । ଏଥିସହ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କୋଭିଡ-୧୯ ଟେକ୍‌ନିକ୍‌ ମୁଖ୍ୟ ମାରିଆ ଓ୍ୱାନ୍‌ କେରଖୋବ୍‌ଙ୍କ ଏକ ଭିଡିଓ ମଧ୍ୟ ଜାରି କରିଛି । ଏହି ଭିଡିଓରେ ସେ କରୋନା ସଂକ୍ରମଣ ବୃଦ୍ଧି ହେବାର କାରଣ ଓ ସତର୍କତା ଅବଲମ୍ବନ କରିବା ବିଷୟରେ ବର୍ଣ୍ଣନା କରିଛନ୍ତି । କୋଭିଡ଼ରର ବଢୁଥିବା ମାମଲାକୁ ଦେଖି ସବୁ ରାଜ୍ୟକୁ ଆଡ଼ଭାଇଜ ଜାରି କରିଛନ୍ତି କେନ୍ଦ୍ର ସରକାର । ଆବଶ୍ୟକ ପଡିଲେ ରାଜ୍ୟମାନଙ୍କରେ ମଧ୍ୟ ଗାଇଡଲାଇନ ଜାରି କରାଯିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି । କୋଭିଡର କୌଣସି ଲକ୍ଷଣ ଦେଖା ଗଲେ ଘରେ ନ ରହି ତୁରନ୍ତ ଟେଷ୍ଟ କରାନ୍ତୁ । ଏବେ କେବଳ ସତର୍କତା ହିଁ ଦେଶବାସୀଙ୍କୁ କୋଭିଡ ଆତଙ୍କରୁ ବଞ୍ଚାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.