ଆକାଉଣ୍ଟକୁ ଆସିଲା ଟଙ୍କା କିନ୍ତୁ କ୍ଷଣିକରେ ଗାୟବ ହୋଇଗଲା, ସାଇବର ଠକାମିର ଶିକାର ହେଲେ ଲୋକେ

ସାଧାରଣ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଆସୁଛି ଲକ୍ଷ ଲକ୍ଷ ଟଙ୍କା କିନ୍ତୁ ପୁଣି ଗାୟବ ହୋଇ ଯାଉଛି । ଗୁରୁଗ୍ରାମ ସାଇବର ଥାନା ଓ ସଂପୃକ୍ତ ବ୍ୟାଙ୍କ ପକ୍ଷରୁ ଆକାଉଣ୍ଟ ହୋଲ୍ଡରଙ୍କ ନିକଟକୁ ନୋଟିସ ଆସିବା ପରେ ଭୟରେ ଛାନିଆ ହୋଇଯାଇଛନ୍ତି ଲୋକେ ।

ବାଲେଶ୍ୱର(କେନ୍ୟୁଜ୍‌)-ଗାଁ ଠୁ ସହର ଚାରିଆଡ଼େ ମାତିଛନ୍ତି ସାଇବର ଲୁଟେରା । ଗରିବ ଧନୀ କାହାକୁ ବି ଛାଡ଼ୁ ନାହାନ୍ତି ଏମାନେ । ପ୍ରଥମେ ଲୋକଙ୍କ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ଆସୁଛି କିନ୍ତୁ କିଛି ସମୟ ପରେ ଟଙ୍କା ଗାୟବ ହୋଇଯାଉଛି । ତେବେ ସାଧାରଣ ଲୋକଙ୍କ ଆକାଉଣ୍ଟକୁ ଏତେ ଟଙ୍କା କିପରି ଆସୁଛି ଆଉ କିଏ ପଠାଉଛି ? ପୁଣି କେହି କିଛି ବୁଝିବା ଆଗରୁ ମନ ଇଚ୍ଛା ଟଙ୍କା ଗାୟବ ହୋଇଯାଉଛି । ଖଟିଖିଆ , କୃଷକ ଓ ଶ୍ରମିକଙ୍କୁ ମୋହରା କରି ଟଙ୍କା ଲୁଟ କରାଯାଉଛି । ଗରିବ ଲୋକମାନେ ଘରୁ ବାହାରିଲେ ପେଟ ପାଇଁ ଆହାର ଯୋଗାଡ଼ କରନ୍ତି । ଏପରିସ୍ଥିତିରେ ସେମାନଙ୍କୁ ଠକାମିର ଶିକାର ହେବାକୁ ପଡ଼ୁଛି ।

ସାଧାରଣ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଆସୁଛି ଲକ୍ଷ ଲକ୍ଷ ଟଙ୍କା କିନ୍ତୁ ପୁଣି ଗାୟବ ହୋଇ ଯାଉଛି । ଗୁରୁଗ୍ରାମ ସାଇବର ଥାନା ଓ ସଂପୃକ୍ତ ବ୍ୟାଙ୍କ ପକ୍ଷରୁ ଆକାଉଣ୍ଟ ହୋଲ୍ଡରଙ୍କ ନିକଟକୁ ନୋଟିସ ଆସିବା ପରେ ଭୟରେ ଛାନିଆ ହୋଇଯାଇଛନ୍ତି ଲୋକେ । ଏତେ ମାତ୍ରାରେ ଟଙ୍କା କାରବାର ଓ ଦେଣ ନେଣ ବିଷୟରେ କିଛି ଜାଣିନଥିବା ବେଳେ ଶେଷରେ ବାଲେଶ୍ୱର ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ ଭୋଗରାଇ ବ୍ଲକ୍ କମର୍ଦା ଥାନା ଅନ୍ତର୍ଗତ ନହରା ଗାଁ ର ଲୋକମାନେ । ଲୋକଙ୍କ ଅଭିଯୋଗ ମୁତାବକ ସ୍ଥାନୀୟ ସାର ବ୍ୟବସାୟୀ ବିଜୟ କୁମାର ସୁର ନିରୀହ ଖଟିଖିଆ ,କୃଷକ ଓ ଶ୍ରମିକ ମାନଙ୍କୁ ବିଭିନ୍ନ ଲୋଭ ଦେଖାଇ ସେମାନଙ୍କ ନାମରେ ଗତ ଅଗଷ୍ଟ ମାସରେ ୟୁକୋ ବ୍ୟାଙ୍କ ଭୋଗରାଇ , କାନାଡ଼ା ବ୍ୟାଙ୍କ ବାଲିଆପାଳ ଓ ୟୁକୋ ବ୍ୟାଙ୍କ ଭଳି ଚୌକିରେ ଆକାଉଣ୍ଟ ଖୋଲିଥିଲେ। ଖାଲି ସେତିକି ନୁହଁ ସାର ବ୍ୟବସାୟୀ ଜଣକ ସେମାନଙ୍କ ବ୍ୟାଙ୍କ ପାସବୁକ ସହ ଏଟିଏମ୍ କୁ ମଧ୍ୟ ହଡ଼ପ କରିଥିବା ଲୋକେ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ଉଭୟ ସାଇବର ଥାନା ଓ ବ୍ୟାଙ୍କ ପକ୍ଷରୁ ଲୋକମାନେ ନୋଟିସ ପାଇବା ପରେ ଭୟଭୀତ ହୋଇଯାଇଥିବା ବେଳେ ସ୍ଥାନୀୟ ସାର ବ୍ୟବସାୟୀଙ୍କ ନିକଟ କୁ ଯାଇଥିଲେ । କିନ୍ତୁ ସାର ବ୍ୟବସାୟୀ ଜଣକ ଫେରାର ହୋଇ ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଆଜି ସ୍ଥାନୀୟ ଲୋକେ ସାଇବର ଥାନାର ଦ୍ବାରସ୍ଥ ହୋଇଥିବା ବେଳେ ସାଇବର ପୋଲିସ ସେମାନଙ୍କୁ କମର୍ଦା ଥାନାରେ ଅଭିଯୋଗ କରିବାକୁ ପଠାଇଥିଲା । ଗୋଟିଏ ପଟେ ନିରୀହ ଲୋକେ ନା ଟଙ୍କା ପାଇଛନ୍ତି ନା ଟଙ୍କା ଖର୍ଚ୍ଚ କରିଛନ୍ତି କିନ୍ତୁ ସେମାନଙ୍କ ନାମରେ ୧୦ ଲକ୍ଷ ରୁ ୨୦ ଲକ୍ଷ ଏଭଳି ବ୍ୟାଙ୍କରେ ବାକି ରହିଥିବା ବେଳେ ସେମାନେ ଚିନ୍ତାରେ ପଡିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.