କେନ୍ଦୁଝରରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୧ କେଜି ୮୦ ଗ୍ରାମ ଡ୍ରଗ୍ସ ସହ ଜଣେ ଗିରଫ

ନୂଆବର୍ଷ ଓ ବଡ଼ଦିନ ପୂର୍ବରୁ ନିଶା ମାଫିଆଙ୍କ ବିରୋଧରେ ଆକ୍ସନ। ସ୍ପେଶାଲ ଟାସ୍କଫୋର୍ସ ଜାଲରେ ବ୍ରାଉନସୁଗର ମାଫିଆ। ଡିଲ୍ ବେଳେ ମାଡି ବସିଲା ଏସଟିଏଫ୍ । କେନ୍ଦୁଝର ଜିଲ୍ଲା ଯୋଡ଼ିଆ ଘାଟି NH କଡରୁ ୧ କେଜି ୮୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି ।

କେନ୍ଦୁଝର (କେନ୍ୟୁଜ): ନୂଆବର୍ଷ ଓ ବଡ଼ଦିନ ପୂର୍ବରୁ ନିଶା ମାଫିଆଙ୍କ ବିରୋଧରେ ଆକ୍ସନ। ସ୍ପେଶାଲ ଟାସ୍କଫୋର୍ସ ଜାଲରେ ବ୍ରାଉନସୁଗର ମାଫିଆ। ଡିଲ୍ ବେଳେ ମାଡି ବସିଲା ଏସଟିଏଫ୍ । କେନ୍ଦୁଝର ଜିଲ୍ଲା ଯୋଡ଼ିଆ ଘାଟି NH କଡରୁ ୧ କେଜି ୮୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଅଭିଯୁକ୍ତ ରାଜେନ୍ଦ୍ର ମାଝୀକୁ ଗିରଫ କରିଛି ଏସଟିଏଫ୍ । ଜବତ ବ୍ରାଉନସୁଗର ମୂଲ୍ୟ ୧ କୋଟି ୧୦ ଲକ୍ଷ ଅନୁମାନ କରାଯାଉଛି । ନିଶା ମାଫିଆ ରାଜେନ୍ଦ୍ର କୁମାର ମାଝୀଙ୍କ ନାରେ କେସ ନମ୍ବର ୩୨ , NDPS ACT 1985 ରେ ମାମଲା ରୁଜୁ ହୋଇଛି ।

୨୦୨୦ ରୁ ନାର୍କୋଟିକ୍ସ ଡ୍ରଗ୍ସ ବିରୋଧରେ ଜାରି ରହିଛି ଏହି ଅଭିଯାନ। ୨୦୨୦ ରୁ ଆଜି ମଧ୍ୟରେ ୭୪ କେଜି ବ୍ରାଉନସୁଗର, ୨୦୨ ଗ୍ରାମ କୋକେନ, ୧୧୬ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.