Below header

ପାଞ୍ଚ ହଜାର ହୀରା ଲାଗିଥିବା ହାରକୁ ଅଯୋଧ୍ୟା ରାମ ମନ୍ଦିରକୁ ଦାନ, ରାମ ମନ୍ଦିର ଥିମରେ ପ୍ରସ୍ତୁତ ହାର କରିବାକୁ ଲାଗିଲା ୩୫ ଦିନ

ନୂତନ ଭାବେ ନିର୍ମିତ ରାମ ମନ୍ଦିର ଢାଞ୍ଚାରେ ଏହି ହାରଟି ତିଆରି କରିଛନ୍ତି । ୨ କେଜି ରୁପାରେ ନିର୍ମିତ ଏହି ହାରରେ ୫ ହଜାର ଆମେରିକାନ୍ ହୀରା ଲାଗିଛି । ୪୦ ଜଣ କାରିଗର ୩୫ ଦିନ ଲାଗି ଏହାକୁ ତିଆରି କରିଛନ୍ତି ।

ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମମନ୍ଦିର ଉଦ୍‌ଘାଟନ ହେବ । ଯେତେ ଯେତେ ତାରିଖ ପାଖେଇ ଆସୁଛି, ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ଉତ୍ସାହ ବଢିବାରେ ଲାଗିଛି । ମନ୍ଦିର ପାଇଁ ପାଞ୍ଚ ହଜାର ହୀରା ଲାଗିଥିବା ଏକ ନେକଲେସ୍ ଅଯୋଧ୍ୟ ରାମ ମନ୍ଦିରକୁ ଦାନ କରିବେ ସୁରଟର ଜଣେ ହୀରା ବ୍ୟବସାୟୀ ।

ନୂତନ ଭାବେ ନିର୍ମିତ ରାମ ମନ୍ଦିର ଢାଞ୍ଚାରେ ସେ ଏହି ହାରଟି ତିଆରି କରିଛନ୍ତି । ୨ କେଜି ରୁପାରେ ନିର୍ମିତ ଏହି ହାରରେ ୫ ହଜାର ଆମେରିକାନ୍ ହୀରା ଲାଗିଛି । ୪୦ ଜଣ କାରିଗର ୩୫ ଦିନ ଲାଗି ଏହାକୁ ତିଆରି କରିଛନ୍ତି । ହାରଟିରେ ରାମ ମନ୍ଦିର ସମ୍ମୁଖରେ ପ୍ରଭୁ ରାମ, ଲକ୍ଷ୍ମଣ ସୀତା ଏବଂ ହନୁମାନଙ୍କ ପ୍ରତିକୃତି ରହିଛି । ଏହି ବହୁମୂଲ୍ୟ ହାରକୁ ରାମ ମନ୍ଦିରକୁ ଦାନ କରାଯିବ ବୋଲି ରାସେଶ ଜୁଏଲସର ନିର୍ଦ୍ଦେଶକ କୌଶିକ କାକଦିୟା କହିଛନ୍ତି ।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ସମାରୋହ ୧୬ ଜାନୁଆରୀରୁ ଆରମ୍ଭ ହେବ । ଏହାକୁ ପ୍ରଧାନମନ୍ତ୍ରୀ ମୋଦି ଉଦ୍‌ଘାଟନ କରିବେ । ଏହି ଅବସରରେ ବିଶ୍ୱର ୮୦ଟି ରାଷ୍ଟ୍ରର ମୁଖ୍ୟଙ୍କୁ ନିମନ୍ତ୍ରଣ ପତ୍ର ପଠାଯିବ । ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏନେଇ ଏକ ଲିଷ୍ଟ ପ୍ରସ୍ତୁତ କରାଯାଇଛି ।

ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରାଣ ପ୍ରତିଷ୍ଠା ପାଇଁ କେବଳ ଦେଶର ନୁହେଁ ବିଦେଶୀ ଅତିଥିଙ୍କର ଏକ ଲିଷ୍ଟ ପ୍ରସ୍ତୁତ କରାଯାଇଛି । ଟ୍ରଷ୍ଟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସୂଚୀରେ ଦେଶ ସମେତ ବିଶ୍ୱର ୮୦ଟି ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କ ନାମ ସାମିଲ କରାଯାଇଛି । ମନ୍ଦିର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମନ୍ଦିର ତୀର୍ଥକ୍ଷେତ୍ରରୁ ସମସ୍ତ ଧର୍ମାଚାର୍ଯ୍ୟ ସାମିଲ ହେବେ । ୧୬୦ ଦେଶର ପ୍ରତିନିଧିଙ୍କୁ ନିମନ୍ତ୍ରଣ ପଠାଯିବ । ଅଯୋଧ୍ୟାର ସମସ୍ତ ପ୍ରମୁଖ ମଠର ସନ୍ଥମାନଙ୍କୁ ନିମନ୍ତ୍ରଣ ପଠାଯିବ । ୨୫ ହଜାର ସନ୍ଥ ୧୦ହଜାରରୁ ଅଧିକ ଅତିଥି ଉପସ୍ଥିତ ରହିବ ।
ରାମ ଜନ୍ମଭୂମି ସୁରକ୍ଷାରେ ଏସଏସଏଫର ୨୮୦ ଯବାନ ନିୟୋଜିତ ରହିବେ । ଅଯୋଧ୍ୟା ବ୍ୟତୀତ କାଶୀ ଏବଂ ମଥୁରା ମନ୍ଦିରର ସୁରକ୍ଷା ଦାୟିତ୍ୱ ମଧ୍ୟ ଏସଏସଏଫ ଷ୍ଟାଫଙ୍କୁ ଦିଆଯାଇଛି । ଏସଏସଏଫର ଗଠନ ୟୁପି ସରକାର ପକ୍ଷରୁ ବିଶେଷ ସୁରକ୍ଷା ପାଇଁ କରାଯାଇଥିଲା । ରାମ ଜନ୍ମଭୂମି ପରିସରରେ ସୁରକ୍ଷା ପାଇଁ ପିଏସ୍‌ର ୧୨ କମ୍ପାନୀ ରହିଛି । ରାମଲାଲଙ୍କ ସୁରକ୍ଷା ଭିତରେ ସବୁଠାରୁ ଭିତର ଭାଗରେ ସିଆରପିଏଫ ଯବାନ ରହିଛନ୍ତି । ସିଆରପିଏଫର ୬ ବାଟାଲିୟନ ନିୟୋଜିତ ରହିଛନ୍ତି । ଯେଉଁଥିରେ ଗୋଟିଏ ମହିଳା ବାଟାଲିୟନ ମଧ୍ୟ ରହିଛି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.