ମଇଁଷି ମାନଙ୍କ କବଳରୁ ନିଜକୁ କଳେ ବଳେ କୌଶଳେ ରକ୍ଷା କଲା ସିଂହୀ, ସୋସିଆଲ ମିଡିଆରେ ସେୟାର ହେଉଛି ଭିଡିଓ

କୁହାଯାଏ ଜଙ୍ଗଲ ଦୁନିଆରେ ଯିଏ ଡରିଯାଏ ଭାବିନେବ ସିଏ ମରିଗଲା ।  ଏଠି ଏମିତି ଭୟଙ୍କର ଶିକାରୀ ଥାନ୍ତି ।  ଯେଉଁ ମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ସାବଧାନତା ସହିତ ସୁରକ୍ଷିତ ରହିବା ବି ଜରୁରୀ ।  ଯଦି ଆପଣ ଏକୁଟିଆ ଅଛନ୍ତି, ତେବେ ଶିକାରୀ ମାନଙ୍କ ଠାରୁ ବର୍ତ୍ତିବା ବା ରକ୍ଷା ପାଇବା ଗୋଟେ ପ୍ରକାର ଅସମ୍ଭବ କହିଲେ ଚଳେ ।  ଆଉ ଯଦି ଏକାଠି ଅଛନ୍ତି ତେବେ ଆପଣଙ୍କ କବଳରୁ କେହି ବର୍ତ୍ତୀ ପାରିବେ ନାହିଁ ।  ଏଇ ନିକଟରେ ଜଙ୍ଗଲର ଏକ ଭିଡିଓ ଖୁବ ଭାଇରଲ ହେବାରେ ଲାଗିଛି ।  ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡିଓଟିରେ ଆପଣ ଦେଖିପାରିବେ, କେମିତି ଏକ ସିଂହି ମଇଁଷି ମାନଙ୍କ ଏକ ଦଳ ଉପରେ ଆକ୍ରମଣ କରୁଛି ।  କିନ୍ତୁ ଆକ୍ରମଣ ସିନା କରିଦେଇଛି ।  କିନ୍ତୁ ପରବର୍ତ୍ତୀ ସମୟରେ ନିଜେ ହିଁ ହଇରାଣ ହୋଇଛି ।  ମଇଁଷି ମାନଙ୍କ ଦଳ ତାକୁ ଯେମିତି ଘେରିଗଲେ ।  ଆଉ ଏମିତି ସ୍ଥିତିରେ କୌଣସି ଉପାୟରେ ସେଠାରୁ ଖସି ପଳେଇବାକୁ ପ୍ରାଣପଣେ ଚେଷ୍ଟା କରୁଛି ସିଂହି ।

 

View this post on Instagram

 

A post shared by Wildlife Stories (@wildlife_stories_)

କ୍ଲିପଟିକୁ ଦେଖିପାରିବେ କେମିତି ଗୋଟିଏ ସିଂହିକୁ ଦଳେ ମଇଁଷି ଘେରିଯାଇଛନ୍ତି ।  ଆଉ ଏମିତି ସ୍ଥିତି ଦେଖି ଖୁବ ଡରିଯାଇଛି ବିଚରା ସିଂହିଟି ।  ଆଉ ନିଜକୁ ବଞ୍ଚେଇବା ପାଇଁ ଇଆଡ଼େ ସିଆଡ଼େ ଘୁରି ବୁଲୁଛି ।  ମଇଁଷି ମାନଙ୍କ ଉପରେ ଝପଟି ପଡୁଛି ।  କିନ୍ତୁ ଏକାଠି ଥିବାରୁ ମଇଁଷି ମାନେ ସିଂହିକୁ ଡ଼ରୁନାହାନ୍ତି ।  ଆହୁରି ଅଧିକ ସାହସର ସହିତ ତା ଉପରେ ଆଟାକ କରୁଛନ୍ତି ।  କିନ୍ତୁ କେମିତି ବି ହେଉ ନିଜକୁ ରକ୍ଷା କରି ମଇଁଷି ମାନଙ୍କ ଚକ୍ରବ୍ୟୁହରୁ ନିଜକୁ ବଂଚେଇବାରେ ସକ୍ଷମ ହୋଇଛି ସିଂହିଟି ।  ଆଉ ଗୋଟିଏ ଝପଟରେ ସେଠାରୁ ଖସି ପଳାଉଛି ।  ଏହି ଭିଡିଓଟିକୁ ଇନ୍ଷ୍ଟଗ୍ରାମ ହ୍ୟାଣ୍ଡଲ wildlife- storiesରୁ ସେୟାର କରାଯାଇଛି ।  ଆଉ ଏହାର କ୍ୟାପ୍ସନରେ ଲେଖାଯାଇଛିକି ଜଙ୍ଗଲୀ ମଇଁଷି ମାନେ ମଇଁଷି ମାନଙ୍କୁ ଘେରି ଯାଇଛନ୍ତି ।  ଏହି କ୍ଲିପ ଟିକୁ ଏବେ ଯାଏଁ ୧ ଲକ୍ଷରୁ ଅଧିକ ଥର ଦେଖାଯାଇଥିବା ବେଳେ ୩  ହଜାରରୁ ଅଧିକ ଜଣ ଲାଇକ କରିସାରିଲେଣ ।  କିଛି ୟୁଜର ଏହାକୁ ମଜାଳିଆ କମେନ୍ଟ କହିଥିବା ବେଳେ କିଛି ଜଣ ଏହାକୁ “ଏକତାର ବଳ” ଆଖ୍ୟା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.