ବିଜେଡିର ମିଶନ ୨୦୨୪: ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳ ନେଇ ପର୍ଯ୍ୟବେକ୍ଷକମାନଙ୍କୁ ରିପୋର୍ଟ ମାଗିଲେ ନବୀନ

ଭୁବନେଶ୍ବର(କେନ୍ୟୁଜ୍): ବିଜେଡିର ମିଶନ ୨୦୨୪ । ନବୀନ ନିବାସରେ ଚାଲିଛି ପର୍ଯ୍ୟବେକ୍ଷକଙ୍କ ବୈଠକ। ପର୍ଯ୍ୟବେକ୍ଷକଙ୍କ ସହ ୱାନ ଟୁ ୱାନ ଆଲୋଚନା କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କୋରାପୁଟ, ମାଲକାନଗିରି, କେନ୍ଦ୍ରାପଡ଼ା, ବାଲେଶ୍ୱର, ନୟାଗଡ଼, ଅନୁଗୁଳ ,ନବରଙ୍ଗପୁର, ଢେଙ୍କାନାଳ, ସୁନ୍ଦରଗଡ ଆଦି ୯ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଓ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନେଇ ମାନସ ମନ୍ଥନ। ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିଥିଲେ ବି କାହିଁକି କିଛି ସ୍ଥାନରେ ହାରିଲା । ଏନେଇ ୯ଟି ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳ ନେଇ ନବୀନ ପର୍ଯ୍ୟବେକ୍ଷକମାନଙ୍କୁ ରିପୋର୍ଟ ମାଗିଛନ୍ତି । ୧୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି । ସେହିପରି ଆଗାମୀ ୨୦୨୪ ନିର୍ବାଚନ ପାଇଁ ସଙ୍ଗଠନକୁ ତୃଣମୂଳ ସ୍ତରରୁ ଅଧିକ ସୁଦୃଢ଼ କରିବା ପାଇଁ କଣ ରଣନୀତି ଆପଣାଯିବା ଦରକାର ବୋଲି ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ସୋମବାର ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଚାଲିବ ଏହି ବୈଠକ। କୋରାପୁଟ ଓ ମାଲକାନଗିରି ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥୀ ବେହେରା, କେନ୍ଦ୍ରାପଡ଼ାର ଦେବାଶିଷ ସାମନ୍ତରାୟ, ବାଲେଶ୍ୱରର ପ୍ରତାପ ଦେବ, ନୟାଗଡର ପଦ୍ମନାଭ ବେହେରା, ଅନୁଗୁଳର ପ୍ରଶାନ୍ତ ମୁଦୁଲି, ନବରଙ୍ଗପୁରର ତୁଷାରକାନ୍ତି ବେହେରା, ଢେଙ୍କାନାଳର ବିଜୟ ନାୟକ ଓ ସୁନ୍ଦରଗଡର ପ୍ରୀତିରଞ୍ଜନ ଘଡେଇ ପର୍ଯ୍ୟବେକ୍ଷକ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.