Below header

ବିଷାକ୍ତ ଶୋଷିଲା ସାପକୁ ପାଣି ଦେଇ ସୋସିଆଲ ମିଡିଆରେ ଭାଇରାଲ ହୋଇ ପ୍ରଶଂସା ସାଉଁଟିଲେ ଏହି ବ୍ୟକ୍ତି

ଖରାଦିନ ଆରମ୍ଭ ହେବା ପରଠୁ ଦେଶର ପ୍ରାୟ ସମସ୍ତ ରାଜ୍ୟରେ ଗରମ କାରଣରୁ ଲୋକ ଡହଳ ବିକଳ ହେଉଥିବାର ଦେଖିବାକୁ ମିଳୁଛି । କେବଳ ଲୋକ ନୁହଁନ୍ତି ବରଂ ଜୀବଜନ୍ତୁ ଓ ପଶୁପକ୍ଷୀ ମଧ୍ୟ ଖରା କାରଣରୁ ଶୋଷରେ ଅନେକ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ପାଣି କାରଣରୁ କେତେକଙ୍କ ଜୀବନ ମଧ୍ୟ ଚାଲିଯାଏ । ଅନେକ ଲୋକ ଏହି ଜୀବଜନ୍ତୁଙ୍କ ସହାୟତା ପାଇଁ ଆଗକୁ ମଧ୍ୟ ବଢ଼ିଥାନ୍ତି । ଏଥିପାଇଁ କିଏ ନିଜ ଘର ବାଲକୋନୀରେ ପାଣି ପାତ୍ର ରଖିଥାନ୍ତି ତ ଆଉ କେହି ଛାତ ଉପରେ ଖାଦ୍ୟ ସହ ପାଣି ପାତ୍ର ରଖିଥାନ୍ତି । କେବଳ ଏତିକି ନୁହେଁ ବରଂ ଆଜିକାଲି ଗଛ ଡାଳରେ ମଧ୍ୟ ପାଣି ପାତ୍ରକୁ ଝୁଲା ଅବସ୍ଥାରେ ରଖାଯାଉଛି । ଯାହା କାରଣରୁ ପକ୍ଷୀମାନଙ୍କର ତୃଷ୍ଣା ନିବାରଣ ହୋଇପାରିବ ।

ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଦୃଶ୍ୟ ଦେଖେଇବାକୁ ଯାଉଛୁ ଯାହାକୁ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓରେ ଆପଣ ଜଣେ ଲୋକ ସାପକୁ ପାଣି ଦେଉଥିବାର ଦେଖିବାକୁ ପାଇବେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ବ୍ୟକ୍ତି ଜଣକ ପାଖରେ ଥିବା କୋବ୍ରା ସାପକୁ ପାଣି ଦେଉଥିବାର ଆପଣ ଦେଖିବେ । ସାପକୁ ଦେଖିବା ମାତ୍ରେ ପ୍ରାୟ ସମସ୍ତେ ଡରିଥାନ୍ତି । ମାତ୍ର ଏହି ବ୍ୟକ୍ତି ଜଣକ ବିଷାକ୍ତ ସାପକୁ ପାଣି ପିଆଉଥିବାର ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କିରିଛି । ସୋସିଆଲ ମିଡିଆରେ ଏବେ ଏହା ଖୁବ ଭାଇରାଲ ହେଉଛି । ଯାହାକୁ ଦେଖି ଲୋକମାନେ ଏହି ବ୍ୟକ୍ତି ଜଣକୁ ଅନେକ ପ୍ରଶଂସା କରିଛନ୍ତି ।

ଏହି ଭିଡିଓକୁ ପ୍ରମୋଦ ମାଧବ ନାମକ ଜଣେ ବ୍ୟକ୍ତି ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ । ସୂଚନା ଅନୁଯାୟୀ ଏହି ଭିଡିଓ ତାମିଲନାଡୁର କୁଡ୍ଡୁଲାର ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ରେକର୍ଡିଙ୍ଗ କରାଯାଇଥିଲା। ପାଣି ଦେଲାପରେ ଏହି ବ୍ୟକ୍ତି ଜଣକ ସାପକୁ ଜଙ୍ଗଲରେ ଛାଡିଦେଇଥିଲେ । ଖବର ଅନୁଯାୟୀ ଏହି ବ୍ୟକ୍ତି ଜଣକ ପେଶାରେ ସାପଧରାଳୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.