ଶରୀରରୁ କମିଯାଉଛି କି ଅକ୍ସିଜେନ ସ୍ତର, ନିୟନ୍ତ୍ରଣକୁ ଆଣିବା ପାଇଁ ଖାଆନ୍ତୁ ଏହି ଜିନିଷ

ବର୍ତ୍ତମାନ କରୋନା ଯେମିତି ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପି ଚାଲିଛି ଭାବିଲା ବେଳକୁ ଭୟ ଲାଗୁଛି। କରୋନାର ଦ୍ୱିତୀୟ ଲହରରେ ଲୋକମାନେ ଅଧିକ ସଂକ୍ରମଣ ହେଉଥିବା ଦେଖିବାକୁ ମିଳୁଛି। ଅନେକ ରୋଗୀଙ୍କର ତ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଉଛି। ଲୋକଙ୍କ ଶରୀରରୁ ଅକ୍ସିଜେନ୍ ସ୍ତର କମୁଥିବା ଦେଖିବାକୁ ମିଳୁଛି। ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣ ଆପଣଙ୍କ ଦୈନନ୍ଦିନ ଖାଦ୍ୟପେୟ ପ୍ରତି ବିଶେଷ ଯତ୍ନବାନ ହେବ ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ଅମ୍ଳଜାନ ସ୍ତର ବଢାଇବା ପାଇଁ ଆପଣଙ୍କୁ କେଉଁ ଖାଦ୍ୟକୁ ସାମିଲ କରିବା ଉଚିତ।

କାଢା : କରୋନା ରୋଗରୁ ରକ୍ଷା ପାଇବା ପାଇଁ କାଢା ହେଉଛି ସବୁଠାରୁ ଭଲ ବିକଳ୍ପ। ଏହାକୁ ପ୍ରତିଦିନ ଅଳ୍ପ ପରିମାଣରେ ପିଇବା ଦ୍ୱାରା ଅମ୍ଳଜାନ ସ୍ତର ବୃଦ୍ଧି ପାଇଥାଏ। କାଢା ପ୍ରସ୍ତୁତ କରିବା ପାଇଁ ଆପଣ ଗୁଡ, ଗୋଲମରିଚ, ଲବଙ୍ଗ, ଅଦା ଏବଂ ତୁଳସୀ ପତ୍ର ବ୍ୟବହାର କରନ୍ତୁ । କିନ୍ତୁ ମନେ ରଖନ୍ତୁ ଏହାକୁ ଅଧିକ ମାତ୍ରାରେ ପିଅନ୍ତୁ ନାହିଁ ପିଇବା ଅନୁଚିତ।

ସେଓ : ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ସେଓ ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । ଏଥିରେ ଭିଟାମିନ୍-ସି, ଆଇରନ୍, କ୍ୟାଲସିୟମ୍, ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ଏବଂ ଅମ୍ଳଜାନ ସ୍ତରକୁ ବଢାଇବାରେ ସାହାଯ୍ୟ କରିଥାଏ ।

ୟୁକ୍ଲିପଟାସ୍ ତେଲ : ଏଥିରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟି-ବ୍ୟାକ୍ଟେରିଆ, ଆଣ୍ଟି-ଭାଇରାଲ୍ ଗୁଣ ଥଣ୍ଡା, ଛିଙ୍କ, କାଶ ଇତ୍ୟାଦିରୁ ମୁକ୍ତି ଦେଇଥାଏ । ଔଷଧୀୟ ଗୁଣରେ ଭରପୂର, ଏହି ତେଲ ଔଷଧ ତିଆରିରେ ମଧ୍ୟ ବ୍ୟବହୃତ ହୋଇଥାଏ । ଏହି ତେଲର ଗନ୍ଧ ନାକ ଏବଂ ଗଳାରେ ଥିବା ଜୀବାଣୁକୁ ମାରିଦେଇଥାଏ । ଏହା ସହିତ ଜଡିତ ସମସ୍ୟାଗୁଡିକ ମଧ୍ୟ ଦୂର ହୁଏ ।

କର୍ପୂର : ଔଷଧୀୟ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣରେ ଭରପୂର କର୍ପୂର। ଏହାକୁ ସୁଙ୍ଘିବା କିମ୍ବା ବାମ୍ଫ ନେବା ଦ୍ୱାରା ଥଣ୍ଡା, ବନ୍ଦ ନାକ, ଛିଙ୍କ ଏବଂ ଶ୍ୱାସକ୍ରିୟା ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ।

ସ୍ପ୍ରାଉଟ୍ : ଏଥିରେ ଫାଇବର ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ । ଏହାକୁ ଖାଇବା ଦ୍ୱାରା ଶ୍ୱାସକ୍ରିୟା ସମସ୍ୟା ଦୂର ହୋଇଥାଏ। ତେଣୁ ଏହାକୁ ପ୍ରତିଦିନ ଜଳଖିଆରେ ଖାଇବା ବହୁତ ଭଲ ହୋଇଥାଏ। ଏହା ଇମ୍ୟୁନିଟିକୁ ବୃଦ୍ଧି କରିବା ସହ କାର୍ଯ୍ୟ କରିବାର ଶକ୍ତି ବଢାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.