ଶୀତଳା ମାତାଙ୍କ ମନ୍ଦିରରେ ରହିଛି ରହସ୍ୟମୟ କଳସ, ଯାହାର ସବୁ ପାଣି ପିଇଦେଉଛି ରାକ୍ଷସ

ଭାରତରେ ଅନେକ ରହସ୍ୟମୟ ସ୍ଥାନ ଭରି ରହିଛି। ଯାହା ବିଷୟରେ ଏପର୍ଯ୍ୟନ୍ତ ସତ୍ୟତା କିଛି ଜଣାପଡିନାହିଁ। ଏପରି ଏକ ରହସ୍ୟ ରାଜସ୍ଥାନର ପାଲୀ ଜିଲ୍ଲାରେ ପ୍ରତିବର୍ଷ ଦେଖିବାକୁ ମିଳିଥାଏ। ଏପରି କିଛି ରହସ୍ୟ ଶୀତଳା ମାତାଙ୍କ ମନ୍ଦିରରେ ରହିଛି, ଯାହା ବିଷୟରେ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଏହି ମନ୍ଦିରରେ ଅଧଫୁଟ ଗଭୀର ଏବଂ ଅଧଫୁଟ ଚଉଡାରେ ଏକ କଳସ ରହିଛି। ଯାହା ପ୍ରତିବର୍ଷ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଏହି ସମୟରେ ଖୋଲାଯାଏ। କେବଳ ୮୦୦ ବର୍ଷ ମଧ୍ୟରେ ବର୍ଷକୁ କେବଳ ଦୁଇ ଥର ଏହି ଏହି କଳସ ଖୋଲାଯାଏ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଏହି କଳସରେ ଏପର୍ଯ୍ୟନ୍ତ ୫୦ ଲକ୍ଷ ଲିଟର ପାଣି ଭର୍ତ୍ତି ହୋଇସାରିଲାଣି। ଆପଣ ଏହା ଶୁଣି ଚକିତ ହୋଇପଡୁଥିବେ। କିନ୍ତୁ ଏହା ସତ୍ୟ। ଆପଣ ମଧ୍ୟ ଭାବୁଥିବେ, ଏହି ଛୋଟ କଳସରେ ଏତେ ମାତ୍ରାରେ ପାଣି କିପରି ଭରି ହୋଇ ରହିଛି। ଏହି ପାଣି କୁଆଡେ ଯାଉଛି ଇତ୍ୟାଦି ପ୍ରଶ୍ନ ଆମ୍ଭ ମନକୁ ମଧ୍ୟ ଆସୁଛି। 

mandir

ବର୍ଷକୁ ଦୁଇ ଥର ଶୀତଳ ସପ୍ତମୀ ଏବଂ ଦ୍ୱିତୀୟଟି ଜ୍ୟେଷ୍ଠ ମାସ ପୂର୍ଣ୍ଣମୀ ଦିନ ଏହି କଳସ ଉପରୁ ପଥର କଢାଯାଏ। ଦୁଇଟି ଯାକ ଦିନରେ ଗାଁର ମହିଳାମାନେ ଏଥିରେ ହଜାର ହଜାର ଲିଟର ପାଣି ଭରନ୍ତି କିନ୍ତୁ ଏହି କଳସ ଏପର୍ଯ୍ୟନ୍ତ ଭରିନାହିଁ। ଏହାକୁ ଭରିବା ପାଇଁ ମନ୍ଦିରର ପୂଜାରୀ ଶେଷରେ ମାତାଙ୍କ ଚରଣରେ କ୍ଷୀର ଭୋଗ ଢାଳିବା ପରେ ଏହି କଳସ ଭରିଯାଏ। କ୍ଷୀରକୁ ଭୋଗ କରି ଏହି ପୂଜାକୁ ବନ୍ଦ କରାଯାଏ।
କିନ୍ତୁ ଏହାକୁ ନେଇ ମାନ୍ୟତା ରହିଛି କି, ଏଥିରେ ଯେତେ ବି ପାଣି ଢାଳନ୍ତୁ ନା କାହିଁକି ତାହା ଭର୍ତ୍ତି ହୁଏ ନାହିଁ। ଏହି ପାଣିକୁ ଏକ ରାକ୍ଷସ ପିଇଥାଏ ବୋଲି କୁହାଯାଉଛି। ଯେଉଁଥି ପାଇଁ ପାଣି ବିଲକୁଲ ଏହି କଳସରେ ଭରି ହୋଇ ରହେ ନାହିଁ। ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଏହାର ପ୍ରକୃତ କାରଣ ଖୋଜି ମଧ୍ୟ ପାଇନାହାନ୍ତି।

ଏହାସହ ପଢ଼ନ୍ତୁ ; ମହିଳାଙ୍କ ସହିତ ବିଶ୍ୱାସଘାତକତା କଲା ଶୁକ୍ରାଣୁ, ଏହାର କାରଣ ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ

mandir 1

ଏଠାରେ ଏପରି ମାନ୍ୟତା ରହିଛି କି, ଆଜିଠାରୁ ୮୦୦ ବର୍ଷ ପୂର୍ବେ ବାବରା ନାମକ ଏକ ରାକ୍ଷସ ଥିଲା। ଏହି ରାକ୍ଷସ ଯୋଗୁଁ ଗ୍ରାମବାସୀ ଚିନ୍ତିତ ରହିଥିଲେ। ଏହି ରାକ୍ଷସ ଗାଁରେ ଯେକୌଣସି ବ୍ରାହ୍ମଣ ପରିବାର ବିବାହ ହେଲେ, ବରକୁ ହତ୍ୟା କରିଦିଏ। ଏଥିପାଇଁ ବ୍ରାହ୍ମଣମାନେ ଶୀତଳା ମାତାଙ୍କ ମନ୍ଦିରରେ ତପସ୍ୟା କରିଥିଲେ। ଏହାପରେ ମାତା ଜଣେ ବ୍ରାହ୍ମଣଙ୍କ ସ୍ୱପ୍ନାଦେଶ କରିଥିଲେ କି, ଯେତେବେଳେ ତୁମ ଝିଅର ବିବାହ ହେବ ମୁଁ ସେତେବେଳେ ସେହି ରାକ୍ଷସକୁ ମାରିଦେବି। ସେହି ବ୍ରାହ୍ମଣଙ୍କ ଝିଅ ବିବାହରେ ଶୀତଳା ମାତା ଏକ ଛୋଟ ଝିଅ ବେଶରେ ଆସି ରାକ୍ଷସକୁ ବଦ୍ଧ କରିଥିଲେ। ଏହି ସମୟରେ ରାକ୍ଷସ ଜଣକ ମାତାଙ୍କୁ ବରଦାନ ମାଗିଥିଲା କି, ଗରମ ଯୋଗୁଁ ତାକୁ ବହୁତ ଶୋଷ ଲାଗୁଛି। ଏଥିପାଇଁ ବର୍ଷକୁ ଦୁଇଥର ତାକୁ ପାଣିପିଇବାକୁ ହେବ। ଶୀତଳା ମାତା ତାଙ୍କୁ ବରଦାନ ଦେଇଥିଲେ। ସେବେ ଠାରୁ ଏହି ମେଳା ଗାଁରେ ଚାଲିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.