Below header

ସୋସିଆଲ ମିଡିଆରେ ବୋବାଲ୍‌ କରୁଛି ଏହି ଗରିଲାର ଭିଡିଓ, ତା’ର ଅଜବ ଈଶାରା ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ

ସୋସିଆଲ ମିଡିଆରେ କେତେବେଳେ କ’ଣ ଭାଇରାଲ ହେଉଛି, ତାହା ବିଷୟରେ କିଛି ବି କହିହେବ ନାହିଁ। ଏବେ ଏବେ ଏକ ଗରିଲାର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଗରିଲାକୁ ଲୋକେ ପସନ୍ଦ କରୁଛନ୍ତି। ଏହି ଭିଡିଓକୁ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କାରଣ, ଗରିଲାଟି ବୁଦ୍ଧିମାନ ଭଳି କାମ କରୁଛି। ଭାଇରାଲ ଭିଡିଓରେ ଗରିଲାକୁ ଈଶାରାରେ କଥା ହେଉଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓ କ୍ଲିପ୍‌ ମିୟାମି ଜୁ’ର। ଯେଉଁମାନେ ଭିଡିଓଟିକୁ ଦେଖୁଛନ୍ତି, ସମସ୍ତେ ଗରିଲାକୁ ସବୁଠାରୁ ବୁଦ୍ଧିମାନ ବୋଲି କହୁଛନ୍ତି।

ଏହାସହ ପଢ଼ନ୍ତୁ: ମେଶିନ କହିବା ଆଗରୁ ଏହି ମହିଳା ପ୍ରଥମେ ଜାଣିପାରନ୍ତି ଦୁନିଆର କେଉଁ ସ୍ଥାନରେ ହେଲା ‘ଭୂମିକମ୍ପ’

୨୦୧୩ରେ ଭିଡିଓକୁ ରେକର୍ଡ କରାଯାଇଥିଲା। କିନ୍ତୁ ଏବେ ଏହି ଭିଡିଓକୁ ଖୁବ୍‌ ଶେୟାର କରାଯାଉଛି। ଏଥିରେ ଦେଖିବାକୁ ମିଳୁଛି, ଜଣେ ଦର୍ଶକ ଗରିଲାକୁ ଖାଦ୍ୟ ଅଫର କରୁଛନ୍ତି। କିନ୍ତୁ ଗରିଲା ଈଶାରା କରି ଖାଦ୍ୟ ନେବାକୁ ମନା କରିଦେଉଛି। ଟୁଇଟରରେ ଏହି ଭିଡିଓକୁ ୩ ନଭେମ୍ବରରେ ଶେୟାର କରାଯାଇଥିଲା। ଏ ପଯ୍ୟର୍ନ୍ତ ଏହାକୁ ୧ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଥିବା ବେଳେ ୪ ହଜାର ଲାଇକ୍ସ ଏବଂ ୮୦୦ରୁ ଅଧିକ ରି-ଟୁଇଟ୍‌ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.