ରୋଡ୍‌ ରୋମିଓକୁ ବିଚ୍‌ ରାସ୍ତାରେ ନିର୍ଧୁମ୍‌ ଛେଚିଲେ ଯୁବତୀ, ଭାଇରାଲ ହେଉଛି ଭିଡିଓ

ରୋଡ୍‌ ରୋମିଓଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇ ଜଣେ ଯୁବତୀ ତାଙ୍କୁ ଧୁମ୍‌ ପିଟିଛନ୍ତି। ଯୁବତୀଙ୍କର ଏହି ସାହାସିକତାକୁ କିଛି ଲୋକ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି। ଭିଡିଓଟି ସୋସିଆଲ ମିଡିଆରେ ବହୁଳ ଭାବେ ଭାଇରାଲ ହେବା ପରେ ପୋଲିସ ଘଟଣା ସମ୍ପର୍କରେ ଯାଞ୍ଚ ଆରମ୍ଭ କରିଛି। ଘଟଣାଟି ଉତ୍ତର ପ୍ରଦେଶର ହାଥରସ ଜିଲ୍ଲାର ବୋଲି ଜଣାଯାଇଛି।

ଉତ୍ତର ପ୍ରଦେଶର ହାଥରସ ଜିଲ୍ଲାର କସବା ସହପଓଠାରେ ଜଣେ ଯୁବକକୁ ମଝି ରାସ୍ତାରେ ଜଣେ ଯୁବତୀଙ୍କ ସମେତ ଅନ୍ୟ ଲୋକ ପିଟୁଥିବା ଦୃଶ୍ୟ ଭାଇରାଲ ହୋଇଛି। ରିପୋର୍ଟ ମୁତାବକ ଯୁବକ ଜଣକ ପ୍ରତିଦିନ ସେହି ରାସ୍ତା ଦେଇ କଲେଜ ଯାଉଥିବା ଝିଅଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥାନ୍ତି। ଏଥିରେ ଅତିଷ୍ଠ ହୋଇ ଯୁବତୀ ଜଣକ ସ୍ଥାନୀୟ ଲୋକଙ୍କ ସହାୟତାରେ ଯୁବକଙ୍କୁ ନିର୍ଧୁମ ଛେଚିଥିଲେ।

ଏହାସହ ପଢ଼ନ୍ତୁ: ମିଳିଗଲା ‘ଟଙ୍କା ଗଛ’! ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଏହି ଭିଡିଓ

ତେବେ ପୋଲିସ ଘଟଣାର ଯାଞ୍ଚ କରୁଛି ଓ ତଦନ୍ତ ପରେ ସତ ପଦାକୁ ଆସିବ ବୋଲି ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.