Below header

କର୍ମଜୀବି ମହିଳା ମାନେ ଘରୋଇ ଉପାୟରେ ନିଜ ତ୍ୱଚାର ଯତ୍ନ ଏହିପରି ନିଅନ୍ତୁ

କର୍ମଜୀବି ମହିଳା ମାନେ ନିଜ ପାଇଁ ସେତେଟା ସମୟ ବାହାର କରିପାରିନଥାନ୍ତି । ଘର ଓ ଅଫିସରୁ ସମୟ ବାହାର କରି ନିଜ ପାଇଁ ସମୟ ଦେବାକୁ ସେମାନଙ୍କର ଆଉ ଧର୍ଯ୍ୟ ନଥାଏ । କିନ୍ତୁ ଅଫିସରୁ ଆସିଲା ପରେ ସବୁ ଘର କାମ ଶେଷ କରିବା ପରେ ହୁଏତ ରାତିରେ କିଛିଟା ସମୟ ବାହାର କରି ସେମାନେ ନିଜ ପାଇଁ ପାଇଁ ଦେଇ ପାରିବେ । ନିଜ ମୁହଁ ନିଜ ବ୍ୟକ୍ତିତ୍ୱର ପରିପ୍ରକାଶ କରୁଥିବାରୁ ଏହାର ଧ୍ୟାନ ରଖିବା ନିହାତି ଆବଶ୍ୟକ ।

୧.ଅଫିସରୁ ଫେରିବା ପରେ ଆପଣ ନଖ ଉଷୁମ ପାଣିରେ ନିଜ ତ୍ୱଚାର ଭଲ ଭାବେ ସଫା କରିଦିଅନ୍ତୁ । ଗାଧେଇବା ସମୟରେ ବାଥରୁମରେ ସ୍ଲୋ ମ୍ୟୁଜିକ ଶୁଣନ୍ତୁ । ଉଷୁମ ପାଣିରେ ଗାଧେଇବା ଦ୍ୱାରା ଆପଣଙ୍କ ତ୍ୱଚାର ରନ୍ଧ୍ର ଗୁଡିକ ଖୋଲି ଯାଇଥାଏ । ଫଳରେ ଆପଣଙ୍କ ତ୍ୱଚା ଭଲ ଭାବେ ନିଶ୍ୱାସ ନେଇ ପାରିଥାଏ । ଏହା ବାଦ ଆପଣ ନଖ ଉଷୁମ ପାଣିରେ ଫଳେ ଲେମ୍ବୁ ଚିପୁଡ଼ି ନିଜ କହୁଣୀ, ଆଣ୍ଠୁ, ବେକ,ପାଦ ପରି ସ୍ଥାନ ମାନଙ୍କୁ ଭଲ ଭାବେ ସଫା କରିପାରିବେ ।

facial

୨.ନିଜ ତ୍ୱଚାକୁ ଶାନ୍ତ କରିବା ପାଇଁ ଆପଣ ଘରେ ଏକ ଘରୋଇ ପ୍ୟାକ ତିଆରି କରି ତ୍ୱଚାରେ ଲଗାନ୍ତୁ । ଦହି ସହ କିଛି ଗୋଲାପ ଜଳ ମିଶାଇ ଏହାକୁ ନିଜ ତ୍ୱଚାରେ ଲଗାନ୍ତୁ । ଏହାକୁ ୧୫ ମିନିଟ ପାଇଁ ଛାଡି ଦିଅନ୍ତୁ । ପରେ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ । ପରେ ମୁହଁକୁ ଶୁଖିଲା କପଡ଼ାରେ ପୋଛି ଏକ ଭଲ ମଶ୍ଚୁରାଇଜର ଲଗାଇ ଦିଅନ୍ତୁ ।

୩. ମୁହଁକୁ ସବୁଠୁ ଆକର୍ଷଣୀୟ କରିଥାଏ ଆଖି । ଲଗାତାର କମ୍ପୁଟର, ଲାପଟପ, ଫୋନ ଆଦିରେ କାମ କରିବା ଦ୍ୱାର ଆଖିର ମାଂସ ପେଷି କ୍ରମଶଃ ଦୁର୍ବଳ ହୋଇପଡେ । ଏହାର ଯଦି ସମୟରେ ଯତ୍ନ ନିଆ ନ ଯାଏ ବହୁ ଶୀଘ୍ର ଆଖି ଖରାପ ହୋଇଯାଏ । ଆଖିର ଚାରିପଟେ ଡାର୍କ ସର୍କଲ ହୋଇଯିବ । ଏଥି ପାଇଁ ସବୁଠୁ ଉପଯୋଗୀ ହୋଇଥାଏ କାକୁଡି । କାକୁଡିକୁ ଗୋଲ ଗୋଲ କରି କାଟି ଆଖି ଉପରେ କିଛି ସମୟ ରଖି ଦିଅନ୍ତୁ । ଦେଖିବେ ଆପଣଙ୍କ ଆଖିକୁ କେତେ ଆରାମ ଲାଗିବ ।

ଏହା ସହ ପଢନ୍ତୁ: ତ୍ୱଚାରେ ଶ୍ୟାମଳପଣ ବୃଦ୍ଧି ପାଉଛି କି ? ତେବେ ତୁରନ୍ତ ଛାଡିଦିଅନ୍ତୁ ଏହିସବୁ ଖାଦ୍ୟ

୪. ନିଜ ଶରୀରକୁ ଡିଜିଟାଲ ଡ଼ିଟକ୍ସ ନିଶ୍ଚିତ ରୂପେ କରନ୍ତୁ । ରାତିରେ ଶୋଇବାକୁ ଯିବା ସମୟରେ ସମସ୍ତ ଡିଜିଟାଲ ଜିନିଷକୁ ନିଜ ଠାରୁ ଦୁରେଇ ରଖନ୍ତୁ । ଘରେ କୌଣସି ବାସ୍ନା ଧୂପ ଲଗାନ୍ତୁ ଓ ନିଜ ରୁମ ଚାରି କଡରେ ବାସ୍ନା ମହମବତୀ ଲଗାନ୍ତୁ । ଏହା ଆପଣଙ୍କୁ ଏକ ସୁଖ ନିଦ୍ରା ଦେବା ସହ ଆପଣଙ୍କ ମନ ମସ୍ତିସ୍କ ତାଜା ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.