Below header

ଏବେ ଗୋଟେ ମିନିଟ୍‌ ରେ ହୋଇପାରିବ ପାନକାର୍ଡ, କିଛି ଦିନ ଭିତରେ ଇନକମ୍‌ ଟ୍ୟାକ୍ସ ଡିପାର୍ଟମେଣ୍ଟ ପକ୍ଷରୁ ଲାଗୁ ହେବ ନୂଆ ସର୍ଭିସ୍‌

ଗୋଟିଏ ମିନିଟରେ ଉପଲବ୍ଧ ହେବ ପାନକାର୍ଡ । ଏହାକୁ ସପ୍ତାହକ ମଧ୍ୟରେ ଲଞ୍ଚ୍ କରିବାକୁ ଯାଉଛନ୍ତି ଆୟକର ବିଭାଗ। ଏହି ସୁବିଧା ପାଇଁ ଆଧାର କାର୍ଡ ଜରୁରୀ ଅଟେ। କହିବାକୁ ଗଲେ ଏବେ ଅନଲାଇନରେ ତୁରନ୍ତ ମିଳିପାରୁଥିବା ପାନକାର୍ଡ ଉପଲବ୍ଧ ହେବ ବୋଲି ଆୟକର ବିଭାଗ ପକ୍ଷରୁ ସୂଚନା ମିଳିଛି। ଯଦି ଆପଣଙ୍କ ପାନକାର୍ଡ ହଜିଯାଇଛି କିମ୍ବା ନଷ୍ଟ ହୋଇଯାଇଛି ଆପଣ ଚାହିଁଲେ ଅନଲାଇନରେ ତୁରନ୍ତ ତାହାର ଅନ୍ୟ ଏକ କପି ବାହାର କରିପାରିବେ। ଆପଣ ଅନଲାଇନ୍ରୁ ଆପଣଙ୍କ ଅସଲି ପାନକାର୍ଡର ଆଉ ଏକ କପି ବାହାର କରି ମଧ୍ୟ ନିଜ ପାଖରେ ରଖିପାରିବେ।

PANଜଣେ ଅଧିକାରୀଙ୍କ କହିବାନୁସାରେ, ଇଲେକ୍ଟ୍ରୋନିକ ପାନକାର୍ଡର ସୁବିଧା ମାଗଣାରେ ଉପଲବ୍ଧ ହେବ। ତେବେ ଏହି ସୁବିଧାର ଲାଭ ଉଠାଇବା ପାଇଁ ପ୍ରଥମେ ଆଧାର କାର୍ଡର ନମ୍ବର ସହ ସମସ୍ତ ତଥ୍ୟ ଯାଞ୍ଚ କରାଯିବ। ଏହାକୁ ଯାଞ୍ଚ କରିବା ପାଇଁ ଆପଣଙ୍କୁ ପାଖକୁ ଏକ ଓଟିପି ନମ୍ବର ଆସିବ। ଓ୍ଵାନ୍ ଟାଇମ୍ ପାସ୍ଓ୍ଵାର୍ଡ ଜରିଆରେ କନଫର୍ମ କରାଇବା ପରେ ପାନକାର୍ଡର କପି ଆପଣଙ୍କୁ ତୁରନ୍ତ ମିଳିଯିବ।

ଏହାସହ ପଢନ୍ତୁ: ୨୦୨୦ରୁ ବଜାରରେ ବିକ୍ରି ହେବ ବଜାଜ ‘ଚେତକ’ର ଇଲେକ୍ଟ୍ରିକ୍‌ ସ୍କୁଟର, ଜାଣନ୍ତୁ କଣ ରହିବ ଦାମ୍‌

ଆଧାରକାର୍ଡ ବ୍ୟତୀତ ଆପଣଙ୍କ ବାପାଙ୍କ ନାମ ଓ ଜନ୍ମ ତାରିଖ ବି ଦେବାକୁ ହେବ। କିଛି ମୌଳିକ ସୂଚନା ବ୍ୟତୀତ ଅନ୍ୟ କୌଣସି ପ୍ରମାଣ ପତ୍ର ଦେବାକୁ ପଡ଼ିବ ନାହିଁ। ଥରେ ପାନ ଜେନେରେଟ ହେବା ପରେ ଆବେଦନକାରୀଙ୍କୁ ଏକ ଡିଜିଟାଲ ରୂପରେ ହସ୍ତାକ୍ଷରିତ ଇ-ପାନ ଜାରି କରିଦିଆଯିବ। ଯେଉଁଥିରେ କିୟୁଆର୍ କୋଡ୍ ବିଶିଷ୍ଟ ଡିଜିଟାଲ୍ ଦସ୍ତଖତର ଏକ ଇ-ପାନ ମିଳିବ।ପାଇଲଟ୍ ପ୍ରୋଜେକ୍ଟ ଆଧାରରେ ଆଠ ଦିନରେ ୬୨,୦୦୦ରୁ ଅଧିକ ଇ-ପାନ ଜାରି କରାଯାଇଛି। ଏବେ ଏହାକୁ ପୁରା ଦେଶରେ ଇମ୍ପ୍ଲିମେଣ୍ଟ କରିବା ପାଇଁ ପ୍ରସ୍ତୁତ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.