Below header

ଏମିତି ଜଣେ ମଣିଷ ଯିଏ ଖରାଦିନେ ନିଆଁ ପୁଅଁନ୍ତି ଓ ଶୀତଦିନେ ଖାଆନ୍ତି ବରଫ

ଦୁନିଆରେ ଏପରି କିଛି ଅଜୀବ ମଣିଷ ଅଛନ୍ତି ଯେଉଁମାନଙ୍କ ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜି ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କୁ ଖରାଦିନେ ଅତ୍ୟଧିକ ଥଣ୍ଡା ଓ ଶୀତଦିନେ ଅତ୍ୟଧିକ ଗରମ ଲାଗିଥାଏ । ଏବେ ଆପଣ ବି ଭାବୁଥିବେ ଏହା କିପରି ସମ୍ଭବ କିନ୍ତୁ ଏହା ସତ । ତେବେ ଆସନ୍ତୁ ଜାଣିବା ସେହି ବ୍ୟକ୍ତିଙ୍କ ବିଷୟରେ ।

ସୂଚନା ଅନୁଯାୟୀ ହରିୟାଣାର ମହେନ୍ଦ୍ରଗଡରେ ରହୁଥିବା ସେଣ୍ଟ୍ରମ ନାମକ ଜଣେ ବ୍ୟକ୍ତିଙ୍କୁ ଗରମରେ ଥଣ୍ଡା ଓ ଥଣ୍ଡାରେ ଗରମ ଅନୁଭୂତ ହୋଇଥାଏ । ଗରମ ଦିନେ ସେ ନିଆଁ ଜାଳି ନିଜ ହାତକୁ ଗରମ କରିଥାନ୍ତି ଏବଂ ବଡ ବଡ଼ କମ୍ବଳ ଘୋଡାଇ ହୋଇ ଶୋଇଥାନ୍ତି । କାରଣ ସେହି ସମୟରେ ଅତ୍ୟଧିକ ଥଣ୍ଡା କାରଣରୁ ତାଙ୍କର ଦେହ ସମ୍ପୂର୍ଣ ଥଣ୍ଡା ହୋଇଯାଇଥାଏ । କେବଳ ସେତିକି ନୁହେଁ ଶୀତଦିନେ ଅତ୍ୟଧିକ ଥଣ୍ଡା ସମୟରେ ତାଙ୍କୁ ଗରମ ଲାଗିଥାଏ । ଏପରିକି ଗରମରୁ ମୁକ୍ତି ପାଇବା ପାଇଁ ସେ ଶୀତଦିନେ ରାତିରେ ବରଫ ଖାଇଥାନ୍ତି ।

ଏହାସହ ପଢନ୍ତୁ ଏହି ଦେଶର ଯୁବତୀ ନିଜ ଅଣ୍ଡରଗାରମେଣ୍ଟରେ ରଖିଥାନ୍ତି ଚାମଚ, ଜାଣନ୍ତୁ କାରଣ

ପାଖ ପଡ଼ିଶାରେ ରହୁଥିବା ଲୋକମାନେ କୁହନ୍ତି ଯେ ସେ ପିଲାବେଳୁ ଏପରି କରି ଆସୁଛନ୍ତି । ସୋସିଆଲ ମିଡିଆରେ ବର୍ତ୍ତମାନ ସେ ବହୁତ ଚର୍ଚ୍ଚିତ । ତେବେ ଆଶ୍ଚର୍ଯ୍ୟର କଥା ଏହା ଯେ ବ୍ୟକ୍ତି ଜଣକ କେଉଁ ରୋଗରେ ପୀଡିତ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.