Below header

ଯାଜପୁର: ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ଯୈାତୁକ ଜନିତ ହତ୍ୟା ଅଭିଯୋଗ

ଯାଜପୁର ଟାଉନ(କେନ୍ୟୁଜ୍): ଯୈାତୁକ ପାଇଁ ବିବାହିତ ମହିଳାଙ୍କୁ ହତ୍ୟା ଅଭିଯୋଗ । ଯାଜପୁର ଥାନା ଅଧିନସ୍ଥ ଗଂଜେଶ୍ୱର ଅଚଂଳରେ ବିବାହିତା ମହିଳା ସୁଶ୍ମିତା ଙ୍କୁ ତାର ଶାଶୁଘର ଲୋକ ଯୈାତୁକ ପାଇଁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ବଳରାମ ସ୍ତ୍ରୀ ସୁଶ୍ମିତା ଝୁଲନ୍ତା ମୃତ ଦେହ ତାଙ୍କ ଘରୁ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ଥାନା ବାଲିପୋଖରି ଗ୍ରାମର ଶୈଳେନ୍ଦ୍ର ସେଠୀ ଙ୍କ ଝିଅ ସୁଶ୍ମିତା ଯାଜପୁର ଥାନା ଅଧିନସ୍ଥ ଗଂଜେଶ୍ୱର ଅଚଂଳର ସାଗର ସେଠୀଙ୍କ ପୁଅ ବଳରାମ ଙ୍କ ସହିତ ୯ ବର୍ଷ ତଳେ ବିବାହ ହୋଇଥିଲା । ବିବାହପରେ ଯୈାତୁକପାଇଁ ସୁଶ୍ମିତାକୁ ଶାଶୁ, ଶଶୁର ଓ ସ୍ୱାମୀ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇଆସୁଥିଲେ । ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି । ବିବାହ ସମୟରେ ଦାବି ମୂତାବକ ୩୦ ହଜାର ଟଙ୍କା ଦିଆଯାଇଥିଲା । ଏବେ ଶାଶୁଘର ଲୋକେ ୮୦ହଜାର ଟଙ୍କା ଦେବା ପାଇଁ ଦାବି କରୁଥିଲେ । ଏହି ଟଙ୍କାକୁ କେନ୍ଦ୍ର କରି ଶାଶୂଘର ଲୋକ ଝିଅକୁ ହତ୍ୟା କରିଥିବା ଯାଜପୁର ଥାନାରେ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଯାଜପୁର ପୋଲିସ୍ ଶବକୁ ଜବତ କରି ବ୍ୟବଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି । ଅନ୍ୟପଟେ ଏହି ଘଟଣାରେ ଅଧିକ ତଦନ୍ତ ଲାଗି ସ୍ୱାମୀକୁ ଥାନାରେ ଅଟକ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.