ଆଗପଟୁ ସ୍କୁଟର, ପଛପଟୁ ସାଇକେଲ: ଲକ୍‌ଡାଉନରେ ନିଜ ପାଇଁ ଅଜବ ସାଇକେଲ ତିଆରି କଲେ ଅଷ୍ଟମ ଶ୍ରେଣୀ ଛାତ୍ର ହରମନ୍‌ଜିତ୍

ଲୁଧିଆନା: ଏଇ ଅଜବ ଦୁନିଆରେ ପ୍ରତିଦିନ ଦେଖିବାକୁ ମିଳିଥାଏ ଗଜବ ଘଟଣା । ଯାହା ସର୍ବଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଥାଏ । କେତେବେଳେ କେଉଁଠି ଆକାଶରେ ଗାଈ ଉଡିବା ଖବର ସାମ୍ନାକୁ ଆସୁଛି ତ ଆଉ କେତେବେଳେ ମଣିଷଙ୍କ ଗାଧୋଇବା ଷ୍ଟାଇଲକୁ ଫଲୋ କରି ଖବର ପାଲଟିଛନ୍ତି ଦୁଇ ଓରାଙ୍ଗଓଟାନ ।

ତେବେ ଏସବୁ ଘଟଣାର ଭିଜୁଆଲ୍ ସୋସିଆଲ୍ ମିଡିଆରେ ପୋଷ୍ଟ ହେବାପରେ ଖୁବ୍ ଭାଇରାଲ ହେବାରେ ଲାଗିଥାଏ । ତେବେ ପୁଣି ଏମିତି ଏକ  ଭିଜୁଆଲ୍ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯେଉଁ ଭିଜୁଆଲରେ ଜଣେ ଛାତ୍ର ନିଜ ପାଇଁ ଏକ ଅଜବ ସାଇକେଲ ତିଆରି କରିଛନ୍ତି। ଯାହା ନାଁ ସ୍କୁଟର ସାଇକେଲ୍‌ ।

ଥରେ ଦେଖନ୍ତୁ ଏହି ଭିଡିଓ:

ଆଜ୍ଞା ହଁ ଏହାର ଆଗପଟ ସ୍କୁଟର, ପଛପଟ ସାଇକେଲ ଭଳି ଦେଖାଯାଉଛି । ସାଧାରଣ ସାଇକେଲ୍‌ ପରି ଏଥିରେ ବି ରହିଛି ପ୍ୟାଡେଲ । ଲୁଧିଆନାର ଜଣେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ହରମନ୍‌ଜିତ୍‌ ଏପରି ସାଇକେଲ ତିଆରି କରିଛନ୍ତି । ତାଙ୍କ ବାପାଙ୍କ ସହାୟତାରେ ସାଇକେଲ ପ୍ରସ୍ତୁତ କରିଛନ୍ତି ଏହି ଛାତ୍ର ଜଣଙ୍କ । ସ୍କୁଟର ଓ ସାଇକେଲକୁ ମିଶାଇ ସେ ଏହାକୁ ପ୍ରସ୍ତୁତ କରିଛନ୍ତି । କରୋନା ଲକ୍‌ଡାଉନ୍‌ ଯୋଗୁ ଅର୍ଥ ଅଭାବରୁ ନୂଆ ସାଇକେଲ କିଣିବା ସମ୍ଭବ ନଥିଲା । ତେଣୁ ସେ ଏପରି ଏକ ସାଇକେଲ ତିଆରି କରିଥିବା କହିଛନ୍ତି ହରମନ୍‌ଜିତ୍‌ । ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.