ମଧ୍ୟପ୍ରଦେଶରେ ଏମିତି ଏକ ଗାଁ ରହିଛି, ଯେଉଁଠି କେବଳ ସାପ ହିଁ ସାପ। ଏକ ଗାଁ ଖଣ୍ଡବା ସହରର ନିକଟବର୍ତ୍ତୀ। ବହୁ ସଂଖ୍ୟକ ସାପ ଯୋଗୁଁ ଏହି ଗାଁର ନାମ ନାଗଚୁନ ରଖାଯାଇଛି। ନାଗଚୁନ ଗାଁର ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ବିଷାକ୍ତ ସାପ କେବଳ ଗାଁ କ୍ଷେତ ଓ ରାସ୍ତାରେ ନୁହେଁ ବରଂ ଶୋଇବା, ରୋଷେଇ ଘର ଏବଂ ହ୍ୟାଙ୍ଗରରେ ଝୁଲୁଥିବାର ଦେଖାଯାଏ। ତେବେ ପୂର୍ବ ଅପେକ୍ଷା ବର୍ତ୍ତମାନ କ୍ଷେତରେ ରାସାୟନିକ ସାରର ଅଧିକ ବ୍ୟବହାର ଯୋଉଁ ସାପ ସଂଖ୍ୟା କମ୍ ହୋଇଛି।
ନାଗଚୁନ ଏୟାରଷ୍ଟ୍ରିପ ବିପରୀତ ୧୬ ଏକର ଚାଷ ଜମିରେ ରହୁଥିଲେ ପଣ୍ଡିଜ ସୌରଭ ଚନ୍ଦ୍ରଙ୍କ ପରିବାର। ଚାଷ ଜମି ଓ ଗାଁରେ ହଜାର ହଜାର ବିଷାକ୍ତ ସାପ ରହିଥାନ୍ତି। ଏହି ସାପମାନେ ଘର ଭିତରକୁ ଆସି ରୋଷେଇ ଘର, ଶୋଇବା ଘର, ବାଥରୁମରେ ଥାନ୍ତି। ତାଙ୍କ ପରିବାରର ୬ ପିଢି ଧରି ଏହି ସ୍ଥାନରେ ରହି ଆସୁଥିଲେ ମଧ୍ୟ କେବେ କାହାରି କିଛି କ୍ଷତି କରିନାହାନ୍ତି। ଏହି ଗାଁର ୮୦ ବର୍ଷର ଭାୟାଲାଲ ଯାଦବ କହିଛନ୍ତି ଯେ, ନାଗ ଦେବତା ମନ୍ଦିରରେ ପୂଜାପାଠରୁ ଶୁଭ କାର୍ଯ୍ୟ କିମ୍ବା ବିବାହ ଆରମ୍ଭ ହୋଇଥାଏ। ଏଥିସହ ଗ୍ରାମରେ କେବଳ ନାଗପଞ୍ଚମୀ ପୂଜା କରାଯାଇନାହିଁ ବରଂ ନାଗଦେବତାକୁ ପ୍ରତ୍ୟେକ ମାସର ପଞ୍ଚମ ଦିନରେ ପୂଜା କରାଯାଇଥାଏ।
ପଶୁ ବିଶେଷଜ୍ଞଙ୍କ କହିବାନୁଯାୟୀ, ନାଗଚୁନ ଗାଁର ଭୌଗଳିକ ଅବସ୍ଥିତି ସାପମାନଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ। ବାଉଁଶ ଗଛ ବ୍ୟତୀତ ପୋଖରୀ, କନୋଲ, ସ୍ୱେରେଜ ଏବଂ ପଥର ଅଞ୍ଚଳ ରହିଛି।, ଯାହା ସାପମାନଙ୍କ ରହିପା ପାଇଁ ଉପଯୁକ୍ତ ସ୍ଥାନ। ଏହି ଗାଁରେ ଭାରତର ସବୁଠାରୁ ବିଷାକ୍ତ ସାପ ଇଣ୍ଡିଆନ କୋବ୍ରା, ଇଣ୍ଡିଆନ ଗ୍ରେଟ୍, ରସେଲ ଭାଇପର, ଏଲବିନୋ କୋବ୍ରା, ପଦ୍ୱା ନାଗିନ ସାପ ସହିତ ୩୦ ଫୁଟ ଲମ୍ବା ଅଜଗର ମଧ୍ୟ ଦେଖିବାକୁ ମିଳନ୍ତି। ଏହି ଗାଁରେ ପାଖାପାଖି ହଜାରେ ଲୋକ ରହନ୍ତି। ଏଠାରେ ଏତେ ବିଷାକ୍ତ ସାପ ରହୁଥିଲେ ମଧ୍ୟ ଏଯାଏଁ କୌଣସି ସର୍ପଦଂଶନ ମାମଲା ସାମ୍ନାକୁ ଆସିନାହିଁ।