Below header

ନର୍ସିଂହୋମ ପାଲଟିଲା ବିବାହ ମଣ୍ଡପ, ଗରିବ ଝିଅକୁ ଆପଣାଇ କନ୍ୟାଦାନ କଲେ ମାଲିକ

ଜଣେ ଘରୋଇ ନର୍ସିଂହୋମର ମାଲିକ ଦେଖାଇଛନ୍ତି ମହାନତା। ଜଣେ ଗରିବ ବ୍ରାହ୍ମଣ ଝିଅକୁ ଆପଣେଇ କରିଛନ୍ତି କନ୍ୟାଦାନ। ତେବେ ଏହି ନର୍ସିଂହୋମ ପରିସରରେ ହିଁ ସରିଛି ବାହାଘର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସହରରେ ।

ବାରିପଦା(କେନ୍ୟୁଜ): ଏବେ ଚାଲିଛି ବିବାହ ଋତୁ । ଅନେକ ପୁଅ ଝିଅ ବିବାହ ବନ୍ଧନରେ ବାନ୍ଧି ହୋଇ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରୁଛନ୍ତି । ଏହାରି ଭିତରେ ଆମ ନଜର ପଡିଥିଲା ଏକ ବିବାହ ଉପରେ । ଦେଖନ୍ତୁ ସବୁ ବିବାହ ପରି ଏଠାରେ ବି ହୋମ ନିଆଁ ସାଙ୍ଗକୁ ଚାଲିଛି ମନ୍ତ୍ର ଉଚାରଣ । ତା ସହିତ ଅତିଥି ମାନଙ୍କର ମଧ୍ୟ ବେଶ୍ ଭିଡ ଜମିଛି । ଖାଲି ସେତିକି ନୁହେଁ ଖୁବ୍ ଆଡମ୍ବର ସହକାରେ ଭୋଜି ଭାତର ବି ଆୟାଜନ କରାଯାଇଛି । ହେଲେ ଆପଣ ଭାବୁଥିବେ ଏଥିରେ ନୂଆ କଥା କଣ? ସବୁ ବାହାଘରରେ ତ ଏମିତି ହିଁ ଦୃଶ୍ୟ ଦେଖିବାକୁ ମିଳେ। ହଁ ଏକଥା ତ ସତ । ହେଲେ  ଟିକେ ନଜର ପକାନ୍ତୁ ଏହି ପୋଷ୍ଟରଟି ଉପରେ । ଯେଉଁଥିରେ ଲେଖା ହୋଇଛି ଆମ ଅର୍ଜୁନ ନନା ଝିଅ ଶିବାନୀର ବାହାଘର । ଏ ପୋଷ୍ଟରଟିର ଲେଖା ଦେଖି ଟିକେ ଭିନ୍ନ ଲାଗୁଛି ନା । ହଁ ଆଜ୍ଞା ଏ ହେଉଛି ଏକ ନିଆରା ବାହାଘର । ଯାହା କୌଣସି ମଣ୍ଡପ ନୁହେଁ ବରଂ ଏକ ଡାକ୍ତରଖାନା ପରିସରରେ ହୋଇଛି ।

ଜଣେ ଘରୋଇ ନର୍ସିଂହୋମର ମାଲିକ ଦେଖାଇଛନ୍ତି ଏହିଭଳି ମହାନତା। ଜଣେ ଗରିବ ବ୍ରାହ୍ମଣ ଝିଅକୁ ଆପଣେଇ କରିଛନ୍ତି କନ୍ୟାଦାନ। ତେବେ ଏହି ନର୍ସିଂହୋମ ପରିସରରେ ହିଁ ସରିଛି ବାହାଘର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସହରରେ ।

ସୂଚନା ମୁତାବକ, ବାରିପଦା ସହରରେ ଥିବା ସାଇନର୍ସିଂହୋମ ଆଜି ପାଲଟିଥିଲା ବିବାହମଣ୍ଡମ । ମନ୍ତ୍ରପାଠରେ ପ୍ରକମ୍ପିତ ହେଉଥିଲା ସାରା ପରିବେଶ। ସେଠାରେ ହିଁ ପଡିଲା ହାତଘଣ୍ଟି ଆଉ ହେଲା କନ୍ୟାଦାନ। ଭୋଜିଭାତର ଆସର ଜମିଥିଲା ନର୍ସିଂହୋମରେ । ଏହି ନର୍ସିଂହୋମରେ ଥିବା ଭୁବନେଶ୍ଵରୀ ମନ୍ଦିରରେ ପୂଜା କରନ୍ତି ବ୍ରାହ୍ମଣ ଅର୍ଜୁନପଣ୍ଡା। ଅର୍ଜୁନଙ୍କ ଝିଅ ହେଉଛନ୍ତି ପ୍ରମୋଦିନୀ। ବାପା ଗରିବ ହୋଇଥିବାରୁ ଝିଅର ବିବାହ ଆୟୋଜନ କରିବାକୁ ଅସମର୍ଥ ଥିଲେ।

marrage

ଗରିବ ବାପାଙ୍କଠାରୁ ଦୁଃଖ କଥା ଶୁଣି ବଦାନ୍ୟତା ଦେଖାଇଥିଲେ ନର୍ସିଂହୋମ ମାଲିକ ଲକ୍ଷ୍ମୀକାନ୍ତପତି ଓ ତାଙ୍କ ସ୍ତ୍ରୀ ଅଞ୍ଜଳୀପଣ୍ଡା। ଝିଅକୁ ଆପଣେଇ ଧୁମାଧାମରେ ବିବାହ କରାଇଥିଲେ ନିଜ ନର୍ସିଂହୋମ ପ୍ରାଙ୍ଗଣରେ। ସମସ୍ତ ଖର୍ଚ୍ଚ ନିଜେ ବହନ କରି କରାଇଥିଲେ ବିବାହ ଆଉ କନ୍ୟା ପିତା ସମେତ କନ୍ୟା ମୁହଁରେ ହସଫୁଟାଇଥିଲେ ଏହି ଦମ୍ପତ୍ତି। ଆଗକୁ ମଧ୍ୟ ଏଭଳି ସମାଜସେବା ଜାରି ରଖିବେ ବୋଲି କହିଛ ନ୍ତିଲକ୍ଷ୍ମିକାନ୍ତ ପତି ଏବଂ ତାଙ୍କ ସ୍ତ୍ରୀ । କିଏ କହିଲା ଏଦୁନିଆଟା ସ୍ୱାର୍ଥପର ବୋଲି, କିଏ କହିଲା ଏ ଦୁନିଆରୁ ହଜିଗଲାଣି ମାନବିକତା । ଇଏ ତ ଏମିତି କିଛି ହୃଦୟବାନ୍ ମଣିଷଙ୍କ ପାଇଁ ଏ ସମାଜରେ ତିଷ୍ଠି ରହିଛି ମଣିଷତ୍ୱ । ତେବେ ଏହି ଭଳି ଏକ କାର୍ଯ୍ୟ ପାଇଁ ଦମ୍ପତିଙ୍କ ନିକଟକୁ ଛୁଟୁଛି ପ୍ରଶଂସାର ସୁଅ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.