ଭାରତରେ ଲଞ୍ଚ ହେଲା ASUS Chromebook Plus CX3402 ଲାପଟପ୍‌, ଜାଣନ୍ତୁ ଦାମ ଏବଂ ଫିଚର୍ସ

ଯଦି ଆପଣ ଶସ୍ତା ଏବଂ ସୁନ୍ଦର ଲାପଟପ୍‌ ଚାହୁଁଛନ୍ତି ତେବେ ଆମେ ଆପଣଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଛୁ । ଟେକ୍‌ କମ୍ପାନୀରେ ଭଲ ନାଁ କରିଥିବା ASUS ଭାରତୀୟ ବଜାରରେ ଏକ ନୂଆ ଲାପଟପ୍‌ ଲଞ୍ଚ କରିଛି । ASUSର ନୂଆ ଲାପଟପ୍, Chromebook ସିରିଜର ଏକ ଅଂଶ ହେବ ।

ଯଦି ଆପଣ ଶସ୍ତା ଏବଂ ସୁନ୍ଦର ଲାପଟପ୍‌ ଚାହୁଁଛନ୍ତି ତେବେ ଆମେ ଆପଣଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଛୁ । ଟେକ୍‌ କମ୍ପାନୀରେ ଭଲ ନାଁ କରିଥିବା ASUS ଭାରତୀୟ ବଜାରରେ ଏକ ନୂଆ ଲାପଟପ୍‌ ଲଞ୍ଚ କରିଛି । ASUSର ନୂଆ ଲାପଟପ୍, Chromebook ସିରିଜର ଏକ ଅଂଶ ହେବ । ଲଞ୍ଚ ହୋଇଥିବା ଏହି ନୂଆ ଲାପଟପ୍‌ ହେଉଛି Asus Chromebook Plus CX3402, ଯେଉଁଥିରେ Asus ଦମଦାର ଫିଚର୍ସ ଦେଇଛି । ଏହି Chromebook ଲାପଟପରେ କମ୍ପାନୀ ଏକ ୧୪ ଇଞ୍ଚର ଡିସପ୍ଲେ ଦେଇଛି ।

ଯଦି ଆପଣ ଜଣେ ଛାତ୍ର, କୌଣସି ପ୍ରୋଫେସନାଲ କାର୍ଯ୍ୟ କରୁଛନ୍ତି କିମ୍ବା କୋଡିଂ ଭଳି କାର୍ଯ୍ୟ କରୁଛନ୍ତି , ତେବେ ଏହି ଲାପଟପ୍ ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରେ । ASUS ଏହି ଲାପଟପ୍‌ ରେ Intel 12th Gen i3 ଏବଂ Intel 12th Gen i7 ଚିପସେଟ ଦେଇଛି ଯାହା କଷ୍ଟ କାମଗୁଡ଼ିକୁ ଅତି ସହଜରେ କରିପାରିବ । ଏହି ଲାପଟପକୁ କମ୍ପାନୀ ହାଲୁକା ରଖିବାକୁ ଚେଷ୍ଟା କରିଛି । ଏହାର ଓଜନ ୧.୪ କେଜି ରହିଛି । ଏହା କମ ଓଜନ ହୋଇଥିବାରୁ ଆପଣ ଏହି ଲାପଟପ୍‌ କୁ ସହଜରେ ଯେକୌଣସି ସ୍ଥାନକୁ ନେଇ ପାରିବେ ।

ଏହି ଦୁଇଟି ମଡେଲରେ ବିଭିନ୍ନ ଫିଚର ଦିଆଯାଇଛି । ଯଦି ଆପଣ i3 ମଡେଲ୍ କିଣନ୍ତି ତେବେ ଆପଣଙ୍କୁ ୮ ଜିବି ରାମ୍ ଏବଂ ୧୨୮ ଜିବି ଷ୍ଟୋରେଜ୍ ମିଳିବ । ଅନ୍ୟପଟେ ଯଦି ଆପଣ i7 ମଡେଲ କିଣନ୍ତି ତେବେ ୧୬ ଜିବି ରାମ୍ ଏବଂ ୫୧୨ ଜିବି ଷ୍ଟୋରେଜ୍ ପାଇବେ । ଏହାର ବ୍ୟାଟେରୀ ପାଓ୍ଵାର ବିଷୟରେ କହିବାକୁ ଗଲେ ଏଥିରେ ୫୦ Wh ର ବ୍ୟାଟେରୀ ଦିଆଯାଇଛି ।

asus chromebook plus cx3402 ଦାମ୍‌ :
ଯଦି ଆପଣ ASUS chromebook plus CX3402 ର ଇଣ୍ଟେଲ କୋର i3 ର ୮ GB / ୧୨୮ GB ମଡେଲ କିଣନ୍ତି, ତେବେ ଆପଣ ଏହାକୁ ମାତ୍ର ୩୯,୯୯୦ ଟଙ୍କାରେ କିଣି ପାରିବେ । କମ୍ପାନୀ ଏହାକୁ ରକ୍ ଗ୍ରେ କଲର ଅପ୍ସନରେ ଲଞ୍ଚ କରିଛି । ଯଦି ଆପଣ ଏହାକୁ ୩୧ ଜାନୁଆରୀ ୨୦୨୪ ପୂର୍ବରୁ କିଣନ୍ତି, ତେବେ ଆପଣ ଆଡୋବ ଏକ୍ସପ୍ରେସର ପ୍ରିମିୟମ ସବସ୍କ୍ରିପସନ୍ ଏବଂ ଆଡୋବ ଫୋଟୋଶପ୍ ୱେବରେ ତିନିମାସର ସବସ୍କ୍ରିପସନ୍ ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.