ବୋରୱେଲରୁ ଉଦ୍ଧାର ନବଜାତ ଶିଶୁକନ୍ୟା ଅସୁସ୍ଥ, ଦେହରେ ଘା ଯୋଗୁଁ ବଢିଛି ସଂକ୍ରମଣ

ବୋରୱେଲରୁ ଉଦ୍ଧାର ହୋଇଥିବା ନବଜାତ ଶିଶୁକନ୍ୟା ଅସୁସ୍ଥ । ଶିଶୁର ଇଣ୍ଟରନାଲ ବ୍ଲିଡିଙ୍ଗ ହେଉଛି। ସୁରକ୍ଷିତ ରହିଛି ଗୋଡ଼ ହାତ । ଦେହରେ ଘା ଯୋଗୁଁ ବଢିଛି ସଂକ୍ରମଣ । ଦରକାର ପଡିଲେ ଶିଶୁକୁ କଟକ ସ୍ଥାନାନ୍ତର କରିପାରନ୍ତି।

ସମ୍ବଲପୁର (କେନ୍ୟୁଜ): ବୋରୱେଲରୁ ଉଦ୍ଧାର ହୋଇଥିବା ନବଜାତ ଶିଶୁକନ୍ୟା ଅସୁସ୍ଥ ।ଶିଶୁର ଇଣ୍ଟରନାଲ ବ୍ଲିଡିଙ୍ଗ ହେଉଛି। ସୁରକ୍ଷିତ ରହିଛି ଗୋଡ଼ ହାତ। ଦେହରେ ଘା ଯୋଗୁଁ ବଢିଛି ସଂକ୍ରମଣ। ଦରକାର ପଡିଲେ ଶିଶୁକୁ କଟକ ସ୍ଥାନାନ୍ତର କରିପାରନ୍ତି । ସମ୍ଭବତଃ ବୋରୱେଲ ଭିତରକୁ ଫିଙ୍ଗିବା ସମୟରେ ଲୁହା ପାଇପରେ ବାଡ଼େଇ ହୋଇ ଆଘାତ ଲାଗିଛି। ତଥାପି, ଶିଶୁକନ୍ୟାର ଶୀଘ୍ର ଆରୋଗ୍ୟ ପାଇଁ ଉପଯୁକ୍ତ ଚିକିତ୍ସା ସହିତ ଯତ୍ନ ନିଆଯାଉଛି ବୋଲି ସୂଚନା ରହିଛି।

ସୂଚନା ଯୋଗ୍ୟ ନବଜାତ ଶିଶୁ କନ୍ୟାକୁ ମଙ୍ଗଳବାର ରାତ୍ରିରେ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଶିଶୁ କନ୍ୟାକୁ ଉଦ୍ଧାର ପରେ ସ୍ଥାନୀୟ ବୁର୍ଲା ଭିମସାରଠାରେ ଏସଏନସିୟୁରେ ଭର୍ତ୍ତି କରାଯାଇ ତାର ଚିକିତ୍ସା କରାଯାଉଛି। ଡାକ୍ତରଙ୍କ କହିବା ଅନୁଯାୟୀ ରାତ୍ରି ପ୍ରାୟ ୧୧ଟା ୩୦ରେ ନବଜାତ ଶିଶୁ କନ୍ୟାକୁ ଭିମସାରକୁ ଅଣାଯିବା ପରେ ତାର ସ୍ୱାସ୍ଥ୍ୟାବସ୍ଥା ଠିକ ନ ଥିବା ବେଳେ ତାର ଶରୀରର ତାପମାତ୍ର ମଧ୍ୟ କମି ଯାଇଥିଲା। କିନ୍ତୁ ଭିମସାରରେ ତୁରନ୍ତ ଶିଶୁ କନ୍ୟାର ଚିକିତ୍ସା ଆରମ୍ଭ କରାଯାଇଥିବା ବେଳେ ତାର ସ୍ୱାସ୍ଥ୍ୟାବସ୍ଥାରେ ବୁଧବାର ଉନ୍ନତି ପରିଲକ୍ଷିତ ହୋଇଛି ।ଶିଶୁ କନ୍ୟାର ଓଜନ ୧ କିଗ୍ରା ୬ ଶହ ଗ୍ରାମ ରହିଥିବା ବେଳେ ଶିଶୁଟି ୩୪ ସପ୍ତାହରେ ଜନ୍ମ ନେଇଛି ବୋଲି ଭିମସାର ଅଧିକ୍ଷକ କହିଛନ୍ତି ।

ସେପଟେ ମଙ୍ଗଳବାର ନବଜାତ ଶିଶୁ କନ୍ୟାକୁ ବୋରୱେଲରୁ ଉଦ୍ଧାର ପରେ କିଏ ଓ କାହିଁକି ଏହି ବୋରୱେଲ ମଧ୍ୟରେ ଶିଶୁ କନ୍ୟାକୁ ଫିଙ୍ଗିଥିଲା, ସେ ବିଷୟରେ ତଦନ୍ତ ଆରମ୍ଭ କରାଯାଇଛି। ଏଥି ସହ କିଏ ପ୍ରଥମେ ଶିଶୁ କନ୍ୟା ବିଷୟରେ ଜାଣିଲା, ସେ ନେଇ ମଧ୍ୟ ପୁଲିସ ସ୍ଥାନୀୟ ଗ୍ରାମବାସୀଙ୍କୁ ପୁଲିସ ପଚରାଉଚରା କରୁଛି। ରେଙ୍ଗାଲି ପୁଲିସର ଏକ ଦଳ ଘଟଣାସ୍ଥଳ ପରିଦର୍ଶନ କରି ଏହି ମାମଲାକୁ ବିଭିନ୍ନ ଦିଗରୁ ତଦନ୍ତ କରୁଛି ବୋଲି ଅତିରିକ୍ତ ଏସପି ସୂଚନା ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.