IOCL ରେ ଖାଲିପଡିଛି ୧୮୦୦ରୁ ଅଧିକ ପଦବୀ, ଜାଣନ୍ତୁ କେମିତି ହେବ ଚୟନ

IOCL ରେ ୧୮୦୦ରୁ ଅଧିକ ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଆବେଦନ ଗ୍ରହଣ କରାଯାଇଛି । ରେଜିଷ୍ଟ୍ରେସନ ୧୬ ଡିସେମ୍ବରରୁ ଆରମ୍ଭ ହେବ । ଆବେଦନ କରିବାର ଶେଷ ତାରିଖ ୫ ଜାନୁଆରୀ ୨୦୨୪ ରହିଛି ।

IOCL ରେ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ଏଠାରେ ୧୮୦୦ରୁ ଅଧିକ ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଆବେଦନ ଗ୍ରହଣ କରାଯାଇଛି । ରେଜିଷ୍ଟ୍ରେସନ ୧୬ ଡିସେମ୍ବରରୁ ଆରମ୍ଭ ହେବ । ଆବେଦନ କରିବାର ଶେଷ ତାରିଖ ୫ ଜାନୁଆରୀ ୨୦୨୪ ରହିଛି ।

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡରେ ଅପାରଣ୍ଟିସ ପଦବୀ ପାଇଁ ଭର୍ତ୍ତି କରାଯାଉଛି । ଇଚ୍ଛୁକ ପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟ କୁ ଯାଇ ସବିଶେଷ ବିବରଣୀ ପାଇପାରିବ ।

ପଦବୀ ବିବରଣୀ: ୧୮୨୦

ଜରୁରୀ ତାରିଖ : ଆବେଦନ କରିବା ତାରିଖ ୧୬ ଡିସେମ୍ବରରୁ ଆରମ୍ଭ ହୋଇଥିବା ବେଳେ ଶେଷ ଜାନୁଆରୀ ୫, ୨୦୨୪ରେ ହେବ ।

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍‌ କରିଥିବା ଜରୁରୀ । ଏହାସହିତ ସମ୍ବନ୍ଧୀୟ ଟ୍ରେଡରେ ଆଇଟିଆଇ ଡିପ୍ଲୋମା କରିଥିବା ଦରକାର ।

ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ । ସଂରକ୍ଷିତ ଶ୍ରେଣୀ ପିଲାଙ୍କୁ ନିୟମ ଅନୁସାରେ ବୟସ ସୀମାରେ ଛାଡ୍‌ ମିଳିବ ।

ଚୟନ ପ୍ରକ୍ରିୟା : IOCL ରେ ଚୟନ ଅନଲାଇନ ଟେଷ୍ଟ ମାଧ୍ୟମରେ ହେବ । ଟେଷ୍ଟରେ ମଲ୍ଟିପଲ ଚଏସ ପ୍ରଶ୍ନୋତ୍ତର ରହିବ, ସଂକ୍ଷିପ୍ତ ରହିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.