Below header

ଥାଇଲାଣ୍ଡ: ରାତିରେ ଆସୁଥିଲା ଅଜବ ଶବ୍ଦ, ଘର ଲୋକ ଉଠିକି ଦେଖିଲେ ତ ରୋଷେଇ ଘରେ ଛିଡ଼ା ହୋଇଥିଲା ବିଶାଳକାୟ ଭୋକିଲା ହାତୀ

ଥାଇଲାଣ୍ଡର ହୁଆ ହିନ ଜିଲାରେ ଜଙ୍ଗଲି ହାତୀକୁ ନେଇ ଘଟିଥିବା ଏକ ଘଟଣାର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏଠାରେ ଏକ ଜଙ୍ଗଲି ହାତୀ ଭୋକ ଲାଗିବାରୁ ସିଧା ରୋଷେଇ ଘର ଭିତରକୁ ପଶି ଆସିଥିଲା। ହାତୀଟି ପ୍ରଥମେ ଜଣଙ୍କ ଘରେ ପଶିଥିଲା ଏବଂ ପରେ ରୋଷେଇ ଘର କାନ୍ଥ ଭାଙ୍ଗି ଭିତରକୁ ଧସେଇ ପଶି ଯାଇଥିଲା। ଏତିକି ନୁହେଁ, ହାତୀ ନିଜ ପାଇଁ ଖାଦ୍ୟ ଖୋଜିବାରେ ମଧ୍ୟ ଲାଗି ପଡ଼ିଥିଲା।

ରିପୋର୍ଟ ମୁତାବକ, ଘରର ମାଲିକାଣୀ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚି ଯାଇଥିବା ଏହି ଜଙ୍ଗଲି ହାତୀର ଫଟୋ ଏବଂ ଭିଡିଓ ଉଠାଇ ତାହାକୁ ଫେସ୍‌ବୁକରେ ସେୟାର କରିଛନ୍ତି। ମହିଳା କହିଛନ୍ତି କି, ରାତିରେ ଅଜବ ଶବ୍ଦ ଶୁଣିବାକୁ ମିଳିବା ପରେ ଯେତେବେଳେ ଆମେ ଉଠିକି ଦେଖିଲୁ, ତ ରୋଷେଇ ଘରେ ଏକ ବିଶାଳକାୟ ହାତୀ ନିଜ ଶୁଣ୍ଢ ଜରିଆରେ ସେଲ୍ଫରୁ କିଛି ଖାଦ୍ୟ ଜିନିଷ ଖୋଜୁଛି। ମହିଳା ଜଣକ ଥାଇ ଭାଷାରେ ଏହି ଭିଡିଓ ସେୟାର କରି କ୍ୟାପସନ ଲେଖିଛନ୍ତି କି, ‘ପ୍ରତିଦିନ ଆସୁଛି’।

ମାମଲା ସାମ୍ନାକୁ ଆସିବା ପରେ Department of National Parks, Wildlife and Plant Conservation ବୟାନ ଜାରି କରି କହିଛି, ବହୁତ ଜଲ୍‌ଦି ସରକାରୀ ଏଜେନ୍ସି ଘର ମରାମତି କରି ଦେବ। ଏଥିପାଇଁ ସ୍ଥାନୀୟ ଅଧିକାରୀ କ୍ଷତି ଭରଣା ଉପରେ ମଧ୍ୟ କଥାବାର୍ତ୍ତା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.