ଯାଜପୁର: ନେପାଳରୁ ଯାଜପୁର, ଏ ୧୩ ବର୍ଷର ପିଲା ଏକା ଏକା ଏଠାକୁ ଆସିଲା କେମିତି ? ଉଦ୍ଧାର କଲା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ

ଯାଜପୁର ଟାଉନ(କେନ୍ୟୁଜ୍): ସୁଦୂର ନେପାଳରୁ ପଳାଇ ଆସିଥିବା ଶିଶୁକୁ ଉଦ୍ଧାର କଲା ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ। ୧୬ ନମ୍ବର ଜାତୀୟ ରାଜପଥ ପାଣିକୋଇଲି ନିକଟରୁ ଏହି ଶିଶୁକୁ ଉଦ୍ଧାର କରାଯାଇଛି। ଉଦ୍ଧାର ଶିଶୁ ନିଜ ନାଁ ବିଶାଲ ରାଣା ମଗର ବୋଲି କହିଛି । ଘର ନେପାଳ ଜାଲ ପୋଖରୀ ଗ୍ରାମର ଧ୍ରୁବ ରାଣା ମଗର ଓ ସୀତାରାଣୀ ମଗରଙ୍କ ପୁଅ ବୋଲି ବୟାନ ଦେଇଛି । ସେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବା କହିଛି । ବିଶାଳର ବାପା ଧ୍ରୁବ ଗୁଜୁରାଟର ଏକ କମ୍ପାନୀରେ କାର୍ଯ୍ୟ କରୁଥିବା ସେ ସୂଚନା ଦେଇଛି ।

 ଏକ ଟ୍ରଲର ଯୋଗେ ସେ ଗତ କିଛି ଦିନ ତଳୁ ନେପାଳରୁ ପଳାଇ ଆସିଛି । ସମ୍ପ୍ରତି ଲକଡ଼ାଉନ୍ ସମୟରେ ସେ କାମ ଧନ୍ଧା ନପାଇ ହତାଶ ଓ ନିରାଶ ହୋଇ ଏନ୍.ଏଚ୍ କଡ଼ରେ ଯାଉଥିବା ବେଳେ ଜନୈକ ବ୍ୟବସାୟୀ ତାଙ୍କୁ ଠାବ କରି ଗରୀଆପୁର ଛକରେ ପହଞ୍ଚିଥିଲେ । ଏ ସମ୍ପର୍କରେ ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କରଙ୍କୁ ଖବର ଦିଆଯାଇଥିଲା ।

ଶିଶୁକୁ ଡିସିପିଓ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟିରେ ହାଜର କରିଥିଲେ । ଶିଶୁ ମଙ୍ଗଳ ଅଧ୍ୟକ୍ଷ ରିତା ବେହେରା ଏବଂ ସଦସ୍ୟ ମାନେ ପିଲାଟିକୁ ପଚରା ଉଚରା କରିବା ପରେ ଯାଜପୁର ବାଳାଶ୍ରମରେ ରଖିଛନ୍ତି । ବିଶାଲର ପରିବାର ସହ ଯୋଗାଯୋଗ କରିବା ପରେ ତାକୁ ହସ୍ତାନ୍ତର କରିବାର ବ୍ୟବସ୍ଥା କରାଯିବ ବୋଲି ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ କର ପ୍ରକାଶ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.