Below header

ଉଜ୍ଜୟିନୀରେ ରହିଛି ଦେଶର ପ୍ରସିଦ୍ଧ ଶ୍ମଶାନ ଘାଟ, ଯାହା ତୀର୍ଥସ୍ଥଳୀ ରୂପେ ମାନ୍ୟତା ପ୍ରାପ୍ତ

ଆର୍ଯ୍ୟଭୂମି ଭାରତ ବର୍ଷରେ ଅନେକ ତୀର୍ଥ ସ୍ଥାନ ରହିଛି । ଯେଉଁଠି ଭଗବାନଙ୍କ ଉପସ୍ଥିତି ଜଣାପଡିଥାଏ । ଏହି ସ୍ଥାନ ଭାରତୀୟଙ୍କ ବିଶ୍ୱାସର ପ୍ରତୀକ। କେବଳ ଭାରତୀୟ ନୁହେଁ ବରଂ ବିଦେଶୀମାନେ ମଧ୍ୟ ଭଗବାନଙ୍କ ସାନିଧ୍ୟ ଲାଭ କରିବା ପାଇଁ ଏହି ସ୍ଥାନକୁ ବୁଲି ଆସିଥାନ୍ତି । ତେବେ କେବଳ ମନ୍ଦିର ନୁହେଁ ବରଂ ଭାରତ ବର୍ଷରେ ଶ୍ମଶାନ ଧାମକୁ ମଧ୍ୟ ତୀର୍ଥସ୍ଥାନର ଆଖ୍ୟା ଦିଆଯାଇଛି । ଆଜି ଆମେ ଆପଣଙ୍କୁ ସେହି ଶ୍ମଶାନ ଧାମ ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ତୀର୍ଥସ୍ଥାନ ରୂପେ ମାନ୍ୟତା ମିଳିଛି ।

ବିଶ୍ୱର ଏକମାତ୍ର ଉତ୍ତର ପ୍ରବାହ ମାନ କ୍ଷିପ୍ରା ନଦୀ କୂଳରେ ସପ୍ତପୁରୀ ମଧ୍ୟରୁ ଏକମାତ୍ର ଭଗବାନ ଶ୍ରୀକୃଷ୍ଣଙ୍କ ଶିକ୍ଷା ସ୍ଥଳୀ ଅବନ୍ତିକା । ଯାହାକୁ ଉଜ୍ଜୟିନୀର ରାଜା ମହାକାଳ ଏବଂ ବିକ୍ରମାଦିତ୍ୟଙ୍କ ନଗର ବୋଲି ମଧ୍ୟ କୁହାଯାଏ । ଏହି ସ୍ଥାନରେ ଗଣେଶଙ୍କ ୩ଟି ସ୍ୱରୂପ ଯଥାକ୍ରମେ ଚିନ୍ତାମନ, ମ’ାମନ ଏବଂ ଇଚ୍ଛାମନ ନାମରେ ବିରାଜମାନ ହୋଇଛନ୍ତି । ଏଠାରେ ଶକ୍ତିପୀଠ ହରସିଦ୍ଧି ଓ ଗଢ଼କାଳିକାଙ୍କ ସମତେ ୮୪ ଜ୍ୟୋତିର୍ଲିଙ୍ଗ ମହାଦେବଙ୍କ ମନ୍ଦିର ରହିଛି । ଅନ୍ୟପକ୍ଷରେ ଦେଶର ଏକମାତ୍ର ଅଷ୍ଟ ଚିରଞ୍ଜିବୀ ମନ୍ଦିରକୁ ମଧ୍ୟ ଏଠାରେ ସ୍ଥାପନ କରାଯାଇଛି ।

 

ମହାଭାରତ ଗାଥା ଅନୁଯାୟୀ ଉଜ୍ଜୟିନୀକୁ ସ୍ୱର୍ଗ ସହ ତୁଳନା କରାଯାଇଛି । ଏଠାରେଥିବା ସମସ୍ତ ଶ୍ମଶାନ ଘାଟକୁ ତୀର୍ଥସ୍ଥଳୀ ରୁପେ ମାନ୍ୟତା ଦିଆଯାଇଛି । ଏହାକୁ ଚକ୍ରତୀର୍ଥ ବୋଲି ମଧ୍ୟ କୁହାଯାଏ । ଏଠାରେ ଶ୍ମଶାନ, ଉଷର, କ୍ଷେତ୍ର, ପୀଠ ଏବଂ ବନ ଭଳି ୫ଟି ବିଶେଷ ସଂଯୋଗ ରହିଛି । ଏହି ସଂଯୋଗ ଉଜ୍ଜୟିନୀର ମହିମାକୁ ଆହୁରି ଦ୍ୱିଗୁଣିତ କରିଥାଏ । ଏଠାରେ ୩ଟି ଶ୍ମଶାନ ଘାଟ ରହିଛି, ଯଥା:-

– କ୍ଷିପ୍ରା ତଟ କୂଳ ଚକ୍ରତୀର୍ଥ ଘାଟ
– ମଙ୍ଗଳନାଥ ମନ୍ଦିର ସ୍ଥିତ ଅଖିଳେଶ୍ୱର ଘାଟ
– ତ୍ରିବେଣୀ ସ୍ଥିତ ଶ୍ମଶାନ ଘାଟ

ଏହା ଉଜ୍ଜୟିନୀର ସବୁଠୁ ପ୍ରମୁଖ ପ୍ରାଚୀନ ଶ୍ମଶାନ ଘାଟ । ବିଶେଷ କରି ଚକ୍ରତୀର୍ଥରେ ସୁନ୍ଦର ଏବଂ ଏକାନ୍ତ ବାତାବରଣ ରହିଛି । ଏହାର ମହିମା ସମ୍ପର୍କରେ ମଧ୍ୟ ପୁରାଣରେ ବର୍ଣ୍ଣିତ ଅଛି । ଏହି ସ୍ଥାନକୁ ଅନେକ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.