Below header

ଘିଅ ଖାଉଥିଲେ ଏବେଠୁ ହୁଅନ୍ତୁ ସାବଧାନ, ଜାଣନ୍ତୁ କେଉଁମାନେ ଦେଶୀ ଘିଅ ଖାଇବା ମନା

ଆମ ଭାରତୀୟଙ୍କ ଖାଦ୍ୟରେ ଦେଶୀ ଘିଅର ସ୍ଥାନ ଖୁବ୍‌ ଖାସ୍‌। ଘିଅ ବିନା ସବୁ ଖାଦ୍ୟ ଯେମିତି ଅଧୁରା। ପିଲାଠୁ ବୁଢ଼ା ଯାଏଁ ସମସ୍ତେ ଖୁବ୍‌ ଉତ୍ସାହର ସହ ଘିଅ ଖାଇଥାନ୍ତି। କିନ୍ତୁ ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ ଜଣାଯାଇଛି ଯେ କିଛି ଲୋକ ଘିଅ ଖାଇବାକୁ ବିରତ ରହିବା ଉଚିତ। ଆସନ୍ତୁ ଜାଣିବା କିଏ କିଏ ଘିଅ ଖାଇବା ମନା…

ରିସର୍ଚ୍ଚ ମୁତାବକ, ଘିଅ ଖାଇବା ଦ୍ୱାରା ଶରୀରରେ ସାଚ୍ୟୁରେଟେଡ୍‌ ଫ୍ୟାଟି ଏସିଡ୍‌ ଓ କୋଲୋଷ୍ଟ୍ରୋଲର ମାତ୍ରା ବଢ଼ିଯାଏ। ଗରମ ଘିଅ ଯୋଗୁ କୋଲୋଷ୍ଟ୍ରୋଲ ଅକ୍ସିକରଣ ଉତ୍ପାଦ ମଧ୍ୟ କ୍ଷରିତ ହୁଏ, ଯାହା ଶରୀର ପାଇଁ ହାନିକାରକ ହୋଇଥାଏ। ଏଣୁ ହାର୍ଟ ରୋଗ ଥିବା ବ୍ୟକ୍ତି ଘିଅ ଖାଇବା ଅନୁଚିତ।

ଯେଉଁମାନେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ଅଛନ୍ତି ସେମାନେ ମଧ୍ୟ ଘିଅ ଖାଇବା ମନା। ହାର୍ଟରୋଗ ଥିଲେ କିମ୍ବା ରକ୍ତରେ କୋଲୋଷ୍ଟ୍ରୋଲର ମାତ୍ରା ଅଧିକ ଥିଲେ ଘିଅ ଖାଆନ୍ତୁ ନାହିଁ। ଏଥିସହ ମେଦ ବହୁଳତାର ଶିକାର ହୋଇଥିବା ବ୍ୟକ୍ତି ମଧ୍ୟ ଘିଅ ଖାଇବାରୁ ବିରତ ରୁହନ୍ତୁ। ନଚେତ୍‌ ମୋଟାପଣ ବଢ଼ିଯାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.