Samsung Galaxy M32 ଭାରତରେ ହେଲା ଲଞ୍ଚ୍‌, 6000mAh ବ୍ୟାଟେରୀ ସହିତ ରହିଛି ଜବରଦସ୍ତ ଫିଚର୍ସ

Samsung Galaxy M32କୁ ଭାରତରେ ଲଞ୍ଚ୍‌ କରି ଦିଆଯାଇଛି। ଏହି ସ୍ମାର୍ଟଫୋନରେ ଆଣ୍ଡ୍ରୋଏଡ୍‌ 11 ଆଧାରିତ One UI 3.1 ରହିଛି। ଏଥିରେ 6.4 ଇଞ୍ଚର ଫୁଲ HD ପ୍ଲସ୍‌ ସୁପର AMOLED ଡିସ୍‌ପ୍ଲେ ରହିଛି, ଯାହାର ରିଫ୍ରେଶ ରେଟ୍‌ 90Hz ଏବଂ ବ୍ରାଇଟନେସ୍‌ 800 ନିଟ୍‌ସ। ଏହାଛଡ଼ା ଫୋନ୍‌ରେ ମିଡିୟାଟେକ୍‌ ହିଲିଓ G80 ପ୍ରୋସେସର, 6 ଜିବି ପର୍ଯ୍ୟନ୍ତ ର‍୍ୟାମ ଏବଂ 128 ଜିବି ପର୍ଯ୍ୟନ୍ତ ଷ୍ଟୋରେଜ ଦିଆଯାଇଛି, ଯାହାକୁ ମେମୋରୀ କାର୍ଡ ସାହାଯ୍ୟରେ ବଢ଼ାଯାଇ ପାରିବ।

ଦାମ୍‌

Samsung Galaxy M32ର 4 ଜିବି ର‍୍ୟାମ ସହିତ 64 ଜିବି ଷ୍ଟୋରେଜ୍‌ର ମୂଲ୍ୟ ୧୪,୯୯୯ ଟଙ୍କା ରହିଛି। ସେହିପରି 6 ଜିବି ର‍୍ୟାମ ଏବଂ 128 ଜିବି ଷ୍ଟୋରେଜ୍‌ ଭେରିଏଣ୍ଟର ଦାମ୍‌ ୧୬,୯୯୯ ଟଙ୍କା ରଖାଯାଇଛି। ଫୋନକୁ ବ୍ଲାକ ଏବଂ ଲାଇଟ ବ୍ଲ୍ୟୁ କଲରରେ କିଣା ଯାଇପାରିବ। ଏହାର ବିକ୍ରି ଆମାଜନ ଇଣ୍ଡିଆ ଏବଂ ସାମ୍‌ସଙ୍ଗର ଅନଲାଇନ ଷ୍ଟୋରରୁ ୨୮ ଜୁନ୍‌ରୁ ଆରମ୍ଭ ହେବ। ICICI ବ୍ୟାଙ୍କର କାର୍ଡରୁ କ୍ରୟ ଉପରେ ୧,୨୫୦ ଟଙ୍କାର କ୍ୟାଶବ୍ୟାକ ମିଳୁଛି।

କ୍ୟାମେରା

ଏହି ଫୋନରେ ୪ ରିୟର କ୍ୟାମେରା ରହିଛି, ଯେଉଁଥିରେ ପ୍ରଥମ ଲେନ୍ସ 64 ମେଗାପିକ୍ସଲ, ଦ୍ୱିତୀୟ ଲେନ୍ସ 8 ମେଗାପିକ୍ସଲର ଅଲଟ୍ରା ଓ୍ଵାଇଡ ରହିଛି। ସେହିପରି ତୃତୀୟ ଲେନ୍ସ 2 ମେଗାପିକ୍ସଲର ମାକ୍ରୋ ଏବଂ ଚତୁର୍ଥ ଲେନ୍ସ 2 ମେଗାପିକ୍ସଲର ଡେଫ୍‌ଥ ସେନ୍ସର ରହିଛି। ସେଲ୍ଫି ପାଇଁ ଏଥିରେ 20 ମେଗାପିକ୍ସଲର କ୍ୟାମେରା ଦିଆଯାଇଛି।

ବ୍ୟାଟେରୀ

ସାମ୍‌ସଙ୍ଗର ଏହି ଫୋନରେ କନେକ୍ଟିଭିଟି ପାଇଁ 4G LTE, Wi-Fi, Bluetooth, GPS / A-GPS, USB ଟାଇପ୍‌-ସି ପୋର୍ଟ ଏବଂ 3.5mmର ହେଡ୍‌ଫୋନ ଜ୍ୟାକ ରହିଛି। ଏଥିରେ 6000mAhର ବ୍ୟାଟେରୀ ଦିଆଯାଇଛି। ବ୍ୟାଟେରୀ 25Wର ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିଥାଏ। କିନ୍ତୁ ବାକ୍ସରେ 15Wର ଚାର୍ଜର ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.