Below header

ବିଚିତ୍ର, ବିରଳ ଘଟଣା : ଗୋଟିଏ ଶିଶୁ ଜନ୍ମର ୨୬ ଦିନ ପରେ ଆଉ ଗୋଟିଏ ଶିଶୁର ଜନ୍ମ, କେମିତି ସମ୍ଭବ ହେଲା ?

ବାଂଲାଦେଶ : ଏଇ କଳି ଯୁଗରେ ଅନେକ ବିଚିତ୍ର ଘଟଣା ଘଟୁଛି । ଯେମିତି ପିଲା ଜନ୍ମ ନେଇ ଘଟିଛି କେବେବି ଘଟିନଥିବା ଗୋଟିଏ ଘଟଣା । ଏଠାକାର ଜୈସୋରର ଦକ୍ଷିଣ ପଶ୍ଚିମ ଏଡ ଡାଇନ ହସ୍ପିଟାଲରେ ମାର୍ଚ୍ଚ ୨୨ ତାରିଖରେ ଦେଖିବାକୁ ମିଳିଥିଲା ଏହି ଆଶ୍ଚର୍ଯ୍ୟକର ଘଟଣା । ଜଣେ ମହିଳା ଗୋଟିଏ ସନ୍ତାନ ଜନ୍ମ ଦେବା ପରେ ଦ୍ବିତୀୟ ସନ୍ତାନକୁ ୨୬ ଦିନ ବ୍ୟବଧାନ ପରେ ଜନ୍ମ ଦେଇଛନ୍ତି । ଆଶ୍ଚର୍ଯ୍ୟ ଲାଗୁଛି ନା ?
ଆରିଫା ସୁଲତାନ ଇତି ନାମକ ଏହି ମହିଳା ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ସ୍ଥାନୀୟ ଏଡ ଡାଇନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଫେବ୍ରୁଆରୀ ୨୫ ତାରିଖ ଦିନ ମହିଳା ଜଣକ ଏକ ଶିଶୁକୁ ଜନ୍ମ ଦେଇଥିଲେ । ହେଲେ ଏହା ପରେ ଅର୍ଥାତ ମାର୍ଚ୍ଚ ୨୨ରେ ମହିଳାଙ୍କ ପୁନର୍ବାର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ସେ ଗୋଟିଏ ଶିଶୁକୁ ଜନ୍ମ ଦେଇଥିଲେ ।

WOMEN WITH 2 WOMBSସାଧାରଣତଃ ଯଆଁଳା ପିଲାଙ୍କ ଜନ୍ମ କିଛି ମିନିଟ୍‌ ବ୍ୟବଧାନରେ ହୋଇଥାଏ । ହେଲେ ଏଠି ଏଭଳି ବିଚିତ୍ର ଘଟଣା ଦେଖି ମହିଳାଙ୍କ ପେଟକୁ ଅଲାଟ୍ରା ସୋନୋଗ୍ରାଫି କରାଯାଇଥିଲା । ସେଥିରୁ ଜଣାପଡ଼ିଥିଲା ଯେ ଆରିଫାଙ୍କ ପେଟରେ ଦୁଇଟି ଗର୍ଭାଶୟ ଅଛି । ପ୍ରଥମ ଶିଶୁଟି ଗୋଟିଏ ଗର୍ଭାଶୟ ଓ ଦ୍ୱିତୀୟ ଶିଶୁଟି ଆଉ ଗୋଟିଏ ଗର୍ଭାଶୟରେ ରହିଥିଲା । ଦ୍ୱିତୀୟଟି ୨୬ ଦିନ ପରେ ଜନ୍ମ ନେଇଛି । ହସ୍ପିଟାଲର ସ୍ତ୍ରୀରୋଗ ବିଶେଷଜ୍ଞ ଶିଲା ପୋଦ୍ଦାର ମହିଳାଙ୍କ ୁଚିକିତ୍ସା ଦାୟିତ୍ୱରେ ଥିଲେ । ସେ ମଧ୍ୟ ଏଭଳି ଘଟଣା ଦେଖି ଆଚମ୍ବିତ ହୋଇପଡ଼ିଛନ୍ତି । ସେ କହିଛନ୍ତି, ଏହା ଏକ ସମ୍ପୂର୍ଣ୍ଣ ବିରଳ ଘଟଣା । ତେବେ ଦ୍ୱିତୀୟ ପିଲା ଜନ୍ମ ପରେ ମା ଓ ଶିଶୁ ଦୁହେଁ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଯାଆଁଳା ଶିଶୁମାନଙ୍କ ମଧ୍ୟରୁ ଜଣେ ପୁଅ ଓ ଅନ୍ୟଟି ଝିଅ ବୋଲି ଜଣା ପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.