ଟ୍ବିଟରର ଏହି ପ୍ରାଙ୍କ ଚକ୍କରରେ ପଡନ୍ତୁ ନାହିଁ, ନଚେତ୍ ବ୍ଳକ୍ ହୋଇଯିବ ଆପଣଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ : ସୋସିଆଲ ମିଡିଆର ଚାହିଦା ବଢ଼ିବା ସହ ବଢ଼ିଛି ଏନେଇ ପ୍ରାଙ୍କ୍। ଏହି ସମ୍ବନ୍ଧୀୟ ଅନେକ ଭିଡିଓ ମଧ୍ୟ ଭାଇରାଲ ହେଉଥିବା ଦେଖିଥିବେ। ଆପଣଙ୍କୁ କହିବାକୁ ଚାହିଁବୁ, ପ୍ରାଙ୍କ ଏକ ପ୍ରକାର ଭିଡିଓ ଯେଉଁଥିରେ ଲୋକଙ୍କର ମଜାକ୍ ଉଡାଇବା ସହ ଭିଡ଼ିଓ ପ୍ରସ୍ତୁତ କରାଯାଇଥାଏ। ଏବେ ଏହି ଭଳି ପ୍ରାଙ୍କ ଆରମ୍ଭ ହୋଇଛି ସୋସିଆଲ ମିଡିଆ ପ୍ଳାଟଫର୍ମ ଟ୍ବିଟରେ। ମାଇକ୍ରୋବ୍ଳଗିଂ ସାଇଟ, ଟ୍ବିଟରେ ଖୁବ ଭାଇରାଲ ହେଉଛି ଏକ ଜନ୍ମ ତାରିଖ ପ୍ରାଙ୍କ୍। ଏଥିରେ ବ୍ୟବହାରକର୍ତ୍ତାଙ୍କୁ ନିଜର ଜନ୍ମ ତାରିଖ ବଦଳାଇବା ପାଇଁ କୁହାଯାଉଛି। ଜନ୍ମ ତାରିଖକୁ ବଦଳାଇ ୨୦୦୭ ମସିହା ରଖିବା ଦ୍ବାରା ଆପଣଙ୍କ ଫିଡ ରଙ୍ଗୀନ ହୋଇଯିବ ବୋଲି କୁହାଯାଉଛି।

ବହୁଳ ମାତ୍ରାରେ ୟୁଜର୍ସ ଏହି ପ୍ରାଙ୍କ କରୁଥିବାରୁ ଟ୍ବିଟର ଏକ ସୂଚନା ପତ୍ର ଜାରି କରି ନିଜ ଗ୍ରାହକଙ୍କୁ ସଜାଗ କରିଛି। ଏଥିସହ କହିଛି ଯଦି କୌଣସି ଗ୍ରାହକ ଏହି ପ୍ରାଙ୍କ କରୁଛନ୍ତି ତେବେ ତାଙ୍କର ଆକାଉଣ୍ଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ଳକ ହୋଇଯିବ।


ସୂଚନା ଅନୁଯାୟୀ, ଟ୍ବିଟର ୧୩ବର୍ଷରୁ କମ୍ ବୟସ ୟୁଜର୍ସଙ୍କ ଆକାଉଣ୍ଟକୁ ବ୍ୟବହାର କରିପାରେ ନାହିଁ। ଏମିତିରେ ୨୦୦୭ରୁ କମ ବର୍ଷ କରିବା ଦ୍ବାରା ୟୁଜର୍ସଙ୍କ ବୟସ ୧୩ ବର୍ଷ ହୋଇଯାଉଛି ଫଳରେ ଟ୍ବିଟରକୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି। ଏଣୁ ଏହ ପ୍ରାଙ୍କ ଖେଳୁଥିବା ଗ୍ରାହକଙ୍କ ଆକାଉଣ୍ଟକୁ ଟ୍ବିଟର ଲକ୍ କରିବ ବୋଲି ନିର୍ଣ୍ଣୟ ନେଇଛି।