ଅନ୍ୟଙ୍କୁ ରୋଜଗାର ଦେଇ ଚର୍ଚ୍ଚାରେ ଯୁବ ସଫ୍ଟୱେୟାର୍ ଇଞ୍ଜିନିୟର
ଏମିତି ଜଣେ ଯୁବ ସଫ୍ଟୱେୟାର୍ ଇଞ୍ଜିନିଅର୍ ଯିଏକି ନିଜ ଚାକିରି ଛାଡି ଗାଁକୁ ଫେରି ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ଯୋଜନାର ସୁଫଳ ପାଇ ନିଜେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଏସ୍ଏଚ୍ଜି ଗ୍ରୁପ୍ ମହଳା ମାନଙ୍କୁ ଏକତ୍ରିତ କରି ନିଜ ଜାଗାରେ ଜାଗା ଦେଇ ସ୍ୱାବଲମ୍ବୀ କରାଇଛନ୍ତି ।
କନ୍ଧମାଳ(କେନ୍ୟୁଜ୍): ଆଜିକାଲି ଦୁନିଆରେ କିଏ ବା କାହାର। ସମସ୍ତଙ୍କ ଆଶା ଥାଏ ଭଲ ପାଠ ପଢି ଭଲ ଚାକିରିଟିଏ କରି ନିଜ ଓ ନିଜ ପରିବାରର ପ୍ରତିପୋଷଣ କରିବେ । ହେଲେ ଆଜିବି ଦୁନିଆରେ ଏମିତି ଅନେକ ବ୍ୟକ୍ତିତ୍ୱ ରହିଛନ୍ତି ଯିଏ ସମାଜରେ ଥିବା ବେକାର ମାନଙ୍କୁ କିପରି ରୋଜଗାରକ୍ଷମ କରାଇବେ ସେନେଇ ପଦକ୍ଷପ ନେଉଛନ୍ତି । ଏହିପରି ଏକ ଯୁବ ସଫ୍ଟୱେୟାର୍ ଇଞ୍ଜିନିଅର୍ ଯିଏକି ନିଜ ଚାକିରି ଛାଡି ଗାଁକୁ ଫେରି ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ଯୋଜନାର ସୁଫଳ ପାଇ ନିଜେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଏସ୍ଏଚ୍ଜି ଗ୍ରୁପ୍ ମହଳା ମାନଙ୍କୁ ଏକତ୍ରିତ କରି ନିଜ ଜାଗାରେ ଜାଗା ଦେଇ ସ୍ୱାବଲମ୍ବୀ କରାଇଛନ୍ତି ।
କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ଠାରୁ ମାତ୍ର ୧୦ କିଲୋମିଟର ଦୁରରେ ରହିଛି ଜାମୁଝରୀ ଗ୍ରାମ । ଏହି ଗ୍ରାମର ଉଚ୍ଚ ଶିକ୍ଷିତ ଯୁବକ ନେତ୍ରାନନ୍ଦ ପ୍ରଧାନ କଲିକତାର ଏକ ନାମୀଦାମୀ ଘରୋଇ କମ୍ପାନୀରେ ଭଲ ବେତନ ପାଇ ସଫ୍ଟୱେର୍ ଇଞ୍ଜିନିୟର୍ ଭାବେ କାର୍ଯ୍ୟରତ ଥିଲେ । ଭଲ ବେତନ ପାଇ ଚାକରୀ କରୁଥିଲେ ସତ ହେଲେ ତାଙ୍କୁ ଗାଁ ମାଟି କଥା ମନେପଡିବା ସହ ଗାଁରେ ରହୁଥିବା ବେକାରୀ ପୁରୁଷ ମହିଳା ମାନଙ୍କୁ କିପରି ରୋଜଗାରକ୍ଷମ କରାଇବେ ସେହି ଆଶା ନେଇ ସବୁ ଦିନ ପାଇଁ ଚାକିରି ଛାଡି ଗାଁକୁ ଫେରିଆସିଥିଲେ ନେତ୍ରାନନ୍ଦ । ଗାଁକୁ ଫେରି ପ୍ରଥମେ ଦେଖିଥିଲେ ଗାଁରେ ଅକ୍ଷମ ହୋଇ ପଡି ରହିଥିଲା ଡୋକ୍ରା ଏସ୍ଏଚ୍ଜି ଗ୍ରୁପ୍ । ପରବର୍ତି ସମୟରେ ଗ୍ରାମର ମହିଳା ମାନଙ୍କୁ ଏକତ୍ରିତ କରି ଏସ୍ଏଚ୍ଜି ଗ୍ରୁପ୍ ମାନଙ୍କୁ ସଶକ୍ତିକରଣ କରିବା ନିମନ୍ତେ ମିଶନ୍ ଶକ୍ତି ମାଧ୍ୟମରେ ସରକାରଙ୍କ ପକ୍ଷରୁ ବିନା ସୁଦ୍ଧରେ ଋଣ ଯୋଗାଇ ଦେଇଥିଲେ । ତାହା ବୁଝାଇବା ସହ ଫୁଲବାଣୀ ଆଇଟିଡିଏ ଅଧିକାରୀଙ୍କ ସହ ଯୋଗାଯୋଗ କରି ନିଜ ଜାଗାରେ ଏକ କୁକୁଡା ଦିଆ ଅଣ୍ଡା ଫାର୍ମ ନିର୍ମାଣ କରି ପନ୍ଦର ଶହ ଅଣ୍ଡା ଦିଆ କୁକୁଡା ଯୋଗାଇଥିଲେ। ଏବେ ତିନି ମାସ ହୋଇଥିବାରୁ କୁକୁଡା ଗୁଡିକ ଦିନକୁ ପ୍ରାୟ ସାତଶହ ଅଣ୍ଡା ଦେଉଛନ୍ତି । ଗ୍ରୁପ୍ ମହିଳା ମାନେ ସକାଳୁ ଓ ସଂନ୍ଧ୍ଯାରେ କୁକୁଡା ଗୁଡିକୁ ଠିକ୍ ଭାବେ ରକ୍ଷଣା ବେକ୍ଷଣ କରୁଥିବା ବେଳେ ନେତ୍ରାନନ୍ଦ ଏହାର ସଠିକ୍ ତଦାରଖ କରିବାରେ ମହିଳା ମାନଙ୍କୁ ସହଯୋଗ କରିବା ସହ ସମସସ୍ତ ହିସାବ୍ ନିକାସ୍ ମଧ୍ୟ ରଖୁଛନ୍ତି ।
ଆଦାୟ ଅଣ୍ଡା ଗୁଡିକ ଆଶ୍ରମ ସ୍କୁଲ୍,ଅଙ୍ଗନୱାଡି ଓ ଖୁଚୁରା ବ୍ୟବସାୟୀ ମାନଙ୍କୁ ବିକ୍ରି କରାଯାଉଛି । ଜାମୁଝରୀ ଗ୍ରାମର ଏସ୍ଏଚ୍ଜି ଗ୍ରୁପ୍ ମହିଳା ମାନେ ନିଜେ ଆତ୍ମ ନିର୍ଭରଶୀଳ ହୋଇ ସ୍ୱାବଲମ୍ବୀ ହୋଇପାରିଛନ୍ତି । ତେଣୁ ଯୁବ ଇିନିଅର୍ ନେତ୍ରାନନ୍ଦ ଓ ଜିଲ୍ଲା ପ୍ରଶାସନକୁ ଅଶେଷ ଅଶେଷ ଧନ୍ଯବାଦ ଜଣାଇଛନ୍ତି । ଅନ୍ଯ ପକ୍ଷରେ ନେତ୍ରାନନ୍ଦ ମାଛ,ଚାଷ,ଛତୁଚାଷ ୟୁନିଟ୍ କରି ନିଜେ ଆତ୍ମନିର୍ଭର ଶୀଳ ହେବା ସହ ଗାଁର ବେକାର ଯୁବକ ମାନଙ୍କୁ ମଧ୍ୟ ରୋଜଗାର ଯୋଗାଇ ପାରିଛନ୍ତି । ଏପଟେ
ଜିଲ୍ଲାରେ ଅକାମି ହୋଇ ପଡି ରହିଥିବା ବିଭିନ୍ନ ଏସ୍ଏଚ୍ଜି ଗ୍ରୁପ୍ ଗୁଡିକ କିପରି ପୁନଃର୍ବାର କାର୍ଯ୍ୟକ୍ଷମ ହେବ ଓ ମହିଳା ମାନେ ଆର୍ଥିକ ସ୍ୱଚ୍ଛଳ ହେବେ ଏଥିପ୍ରତି ଖୋଦ୍ କନ୍ଧମାଳ ଜିଲ୍ଲାପାଳ ଆଶିଷ୍ ଇଶ୍ୱର ପାଟ୍ଟିଲ୍ ନିଜେ ତଦାରଖ କରିବା ସହ ଜିଲ୍ଲାରେ ଥିବା ପିଆଇଟିଡିଏ ଓ ମିଶନ ଶକ୍ତି ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିବା କହିଛନ୍ତି ଫୁଲବାଣୀ ପିଆଇଟିଡିଏ ଅଧିକାରୀ ନରେଶ ଶବର ।
ନିଜ ଗାଁ ଲୋକମାନେ ଗାଁରେ କପରି ସରକାରଙ୍କ ଦ୍ୱାରା ଯୋଗାଯାଉଥିବା ସେବା ପାଇ ପାରିବେ ସେଥିପାଇଁ ଏକ ଜନସେବା କେନ୍ଦ୍ର ମଧ୍ୟ କରି ଲୋକଙ୍କୁ ସେବା ଯୋଗାଉଛନ୍ତି। ସରକାରଙ୍କ ଯୋଜନା ଲୋକ ପାଖରେ ପହିଚିଁ ପାରିଥିବା ଓ ଗ୍ରାମବାସୀଙ୍କ ସେବା କରିବାର ସୁଯୋଗ ମିଳିଥିବାରୁ ଉଭୟ ଗ୍ରାମବାସୀ ଓ ଜିଲ୍ଳା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ଯୁବ ଇଞ୍ଜିନିୟର ଛାତ୍ର ନେତ୍ରାନନ୍ଦ ।