Below header

ବୋହୂଙ୍କ ଯୌତୁକ ଦାବି ଅଭିଯୋଗକୁ ଖଣ୍ଡନ କଲେ ଶଶିଭୂଷଣ: କହିଲେ, ଘଟଣାକୁ ନେଇ ମୁଁ ମର୍ମାହତ

ବୋହୂ ଆଣିଥିବା ଯୌତୁକ ନିର୍ଯାତନା ଅଭିଯୋଗ ସଂପୂର୍ଣ୍ଣ ଭିତ୍ତୀହୀନ କହିଲେ ବିଧାୟକ ଶଶୀଭୂଷଣ ବେହେରା। ଘଟଣାକୁ ନେଇ ମୁଁ ଦୁଃଖିତ, ମର୍ମାହତ ଏବଂ ଆଶ୍ଚର୍ଯ୍ୟଚକିତ ବୋଲି କହିଛନ୍ତି ଶଶୀଭୂଷଣ। ବିବାହର ୨ ବର୍ଷ ପରେ ଏପରି ଅଭିଯୋଗ ଗ୍ରହଣୀୟ ନୁହେଁ।

ବାଙ୍କୀ (କେନ୍ୟୁଜ): ବୋହୂ ଆଣିଥିବା ଯୌତୁକ ନିର୍ଯାତନା ଅଭିଯୋଗ ସଂପୂର୍ଣ୍ଣ ଭିତ୍ତୀହୀନ କହିଲେ ବିଧାୟକ ଶଶୀଭୂଷଣ ବେହେରା। ଘଟଣାକୁ ନେଇ ମୁଁ ଦୁଃଖିତ, ମର୍ମାହତ ଏବଂ ଆଶ୍ଚର୍ଯ୍ୟଚକିତ ବୋଲି କହିଛନ୍ତି ଶଶୀଭୂଷଣ। ବିବାହର ୨ ବର୍ଷ ପରେ ଏପରି ଅଭିଯୋଗ ଗ୍ରହଣୀୟ ନୁହେଁ। ଖାଲି ସେତିକି ନୁହେଁ ଯୌତୁକ ଦାବିକୁ ଖଣ୍ଡନ କରିଛନ୍ତି ଶଶିଭୂଷଣ । ପୁଅ ନାଁରେ ଥିବା ପରକୀୟପ୍ରୀତି ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ଓଡିଶାବାସୀ ଜାଣିଛନ୍ତି ମୁଁ କିଏ ।

ସୂଚନା ଅନୁଯାୟୀ, ବିଧାୟକ ଶଶୀଭୂଷଣ ବେହେରାଙ୍କ ନାଁରେ ଯୌତୁକ ନିର୍ଯାତନା ଆଣିଛନ୍ତି ବୋହୂ ରୋନାଲି ବେହେରା। ଏନେଇ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ରୋନାଲି। ବୋହୂ ରୋନାଲି ଶାରିରୀକ ଓ ମାନସିକ ନିର୍ଯାତନା ପାଇଥିବା ଅଭିଯୋଗ ଆଣିଛନ୍ତି । ଏଥିସହ ତାଙ୍କୁ ଘରୁ ବାହାର କରି ଦିଆଯାଇଥିବା କହିିଛନ୍ତି । ଶଶି ବେହେରାଙ୍କ ପୁଅଙ୍କର ଜଣେ ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତି ରୋନାଲି । ପୁଅର ସମସ୍ତ କାର୍ଯ୍ୟକଳାପ ସମ୍ପର୍କରେ ଜାଣି ବି ଶ୍ୱଶୂର ଶଶି ବେହେରା ଚୁପ ରହୁଥିବା ରୋନାଲି ଅଭିଯୋଗ କରିଛନ୍ତି । ଶ୍ୱଶୁର ଶଶୀଭୂଷଣଙ୍କ ସହ ସ୍ୱାମୀ ସତ୍ୟପ୍ରକାଶ, ନଣନ୍ଦ ସୁପ୍ରଭା ମହାନ୍ତି ଓ ସୁଶ୍ରୀ ଭାରତୀ ବେହେରାଙ୍କ ନାଁରେ ମଧ୍ୟ ଅଭିଯୋଗ ଆଣିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.