ଗ୍ୟାଙ୍ଗଷ୍ଟର ଏବଂ ଆତଙ୍କବାଦୀକୁ ସମାପ୍ତ କରିବା ପାଇଁ NIA ର ଚଢଉ, ୬ ରାଜ୍ୟର ୧୦୦ରୁ ଅଧିକ ସ୍ଥାନରେ ଚଢଉ ଜାରି

ଦେଶର ୬ଟି ରାଜ୍ୟର ୧୦୦ରୁ ଅଧିକ ସ୍ଥାନରେ ଚଢଉ ଜାରି ରଖିଛି NIA । ଗ୍ୟାଙ୍ଗଷ୍ଟର ଏବଂ ଆତଙ୍କାବଦୀ ସଂଗଠନ ଗତିବିଧିକୁ ସନ୍ଦେହ କରି ଏହି ଚଢଉ ଜାରି ରହିଛି । ହରିୟାଣା, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ମଧ୍ୟପ୍ରଦେଶର ଅନେକ ସ୍ଥାନରେ ଚଢଉ ଜାରି ରହିଛି ।

ଜାତୀୟ ଅନୁସନ୍ଧାନ ଏଜେନ୍ସି (NIA) ଗ୍ୟାଙ୍ଗଷ୍ଟର ଏବଂ ଆତଙ୍କବାଦୀ ନକ୍ସଲ ସମ୍ପର୍କରେ ସାରା ଦେଶରେ ଚଢ଼ଉ କରୁଛି। ଦେଶର ୬ଟି ରାଜ୍ୟର ୧୦୦ରୁ ଅଧିକ ସ୍ଥାନରେ ଚଢଉ ଜାରି ରହିଛି । ହରିୟାଣା, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ମଧ୍ୟପ୍ରଦେଶର ଅନେକ ସ୍ଥାନରେ ଚଢଉ ଜାରି ରହିଛି । ଗ୍ୟାଙ୍ଗଷ୍ଟର ଏବଂ ଆତଙ୍କାବଦୀ ସଂଗଠନ ଗତିବିଧିକୁ ସନ୍ଦେହ କରି ଏହି ଚଢଉ ଜାରି ରହିଛି । ଏହି ଚଢଉରେ ଲରେନ୍ସ ବିଷ୍ନୋଇ, ଗୋଲ୍ଡି ବରାର, ନୀରଜ ବବାନା ସମେତ ଅନେକ ସ୍ଥାନରେ ହେଉଛି ।

ଏନଆଇଏ ଦିଲ୍ଲୀ ପୋଲିସ ଏବଂ ଅନ୍ୟ ରାଜ୍ୟର ପୋଲିସ ସହିତ ଗତ ୭ ମାସ ହେଲାଣି ଦେଶର ବିଭିନ୍ନ ସ୍ଥାନ ସହିତ ପାକିସ୍ତାନ, କାନାଡା, ମାଲେସିଆ, ଅଷ୍ଟ୍ରେଲିଆ, ଆମେରିକା ଭଳି ଦେଶରୁ ସଂଚାଳିତ ହେଉଥିବା ଆତଙ୍କବାଦିୀ ସଂଗଠନର ଅପରାଧୀଙ୍କ ଉପରେ ନଜର ରଖିଛି । ଏହି ସମୟରେ ଅନେକ ଗ୍ୟାଙ୍ଗଷ୍ଟରକୁ ଗିରଫ କରିଛି ।

ପଞ୍ଜାବରେ ୧୨ଟି ଜିଲ୍ଲାରେ ଏନଆଇଏର ଚଢ଼ଉ ଜାରି ରଖିଛି । ଅନୁସନ୍ଧାନକାରୀ ସଂସ୍ଥା ଭଡିଣ୍ଡା ଏବଂ ମୋଗା ଜିଲ୍ଲାର ଅନେକ ସ୍ଥାନରେ ଚଢ଼ଉ କରିଛନ୍ତି। ଏଥି ସହିତ, ଫିରୋଜପୁରର ସୀମାନ୍ତ ଅଞ୍ଚଳର ଅନେକ ଅଞ୍ଚଳରେ ଏନଆଇଏର କାର୍ଯ୍ୟ ଚାଲିଛି।

ଏନଆଇଏ ଗତ ୭ ମାସରେ ୫ ରାଉଣ୍ଡରେ ୨୦୦ରୁ ଅଧିକ ସ୍ଥାନରେ ଚଢଉ କରିସାରିଛି । ପାଖାପାଖି ୩୦ରୁ ଅଧିକ ଗ୍ୟାଙ୍ଗଷ୍ଟର ଏବଂ ସହଯୋଗୀକୁ ଗିରଫ କରିଛି । ୧୩ରୁ ଅଧିକ ସଂପତ୍ତି ଜବତ କରିଛି । ପାଖାପାଖି ୯୫ ଆକାଉଣ୍ଟ ରଦ୍ଦ କରିଛି । ୨୦ରୁ ଅଧିକ ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.