ନାଇଜେରିଆରେ ସାଂପ୍ରଦାୟିକ ହିଂସା, ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୩୦ ମୃତ

ନାଇଜେରିଆରେ ରକ୍ତାକ୍ତ ସଂଘର୍ଷ ଘଟି ୩୦ ଜଣ ମୃତ୍ୟୁବରଣ କରିଛନ୍ତି । ସାଂପ୍ରଦାୟିକ ହିଂସା ଯୋଗୁଁ ଏଠାରେ ଅନେକ ସମୟରେ ଏଭଳି ସଂଘର୍ଷ ହେଉଥିବା ସ୍ଥାନୀୟ ଅଧିକାରୀ କହିଛନ୍ତି ।

ପାକିସ୍ତାନ ପରେ ନାଇଜେରିଆ ରକ୍ତାକ୍ତ ସଂଘର୍ଷ । ଦୁଇ ଦଳିତ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ ୩୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହା ବିଷୟରେ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି । ନାଇଜେରିଆରେ ଅଧିକ ମୁସଲମାନ ଉତ୍ତର ଅଞ୍ଚଳରେ ରହିଛନ୍ତି । ସେହିପରି ଅନ୍ୟ ଜାତିର ଲୋକ ଦକ୍ଷିଣ ଅଞ୍ଚଳରେ ରହୁନ୍ତି । ଏମାନଙ୍କ ମଧ୍ୟରେ ବିଭାଜନକୁ ନେଇ ପ୍ରାୟତ ଝଗଡା ଲାଗିଥାଏ । ଏଠାରେ ଅନେକ ବର୍ଷର ଜାତି ଏବଂ ଧର୍ମକୁ ନେଇ ହିଂସା ଦେଖିବାକୁ ମିଳିଥାଏ ।

ଘଟଣା ପରେ ସୁରକ୍ଷା ଅଧିକାରୀ ସ୍ଥାନୀୟ ଅଞ୍ଚଳକୁ ଯାଇ ମୁତୟନ ହୋଇଛନ୍ତି ୨୪ ଘଣ୍ଟା ପାଇଁ କଫ୍ୟୁ ଲାଗିଛି । ଯେଉଁଠାରେ ହୁଡଲୁମ୍ସ ଲୋକ ରହିଛନ୍ତି, ସେଠାରେ ଏଭଳି କାଣ୍ଡ ଘଟିଛି । ହୁଡଲୁମ୍ସ ଏକ ସ୍ଥାନୀୟ ଶବ୍ଦ । ଯାହାର ବ୍ୟବହାହର ଅପରାଧିଙ୍କ ପାଇଁ କରାଯାଏ । ଉତ୍ତର ଏବଂ ମଧ୍ୟ ନାଇଜେରିଆରେ ସବୁବେଳେ ହତ୍ୟାକାଣ୍ଡ, ସାମୂହିକ ଅପହରଣ, ଡାକୟତି ଘଟଣା ସାମ୍ନାକୁ ଆସିଥାଏ ।

ସୂଚନାଯୋଗ୍ୟ, ଚଳିତବର୍ଷ ଏପ୍ରିଲ ମାସରେ ୫୦ ଲୋକ ପ୍ରାଣ ହରାଇଥିଲେ । ଯେଉଁଠି ବନ୍ଧୁକଧାରୀ ଗାଁରେ ପଶି ଆକ୍ରମଣ କରିଥିଲେ ।

ସେହିପରି ପାକିସ୍ତାନର ପେଶାଓ୍ଵର ଠାରୁ ୩୫ କିମି ଦୂର ଡେରା ଆଦମ ଖେକରେ ଦୁଇ ଜନଜାତି ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ୧୬ ଜଣଙ୍କ ଜୀବନ ଚାଲିଯାଇଥିଲା । ଡାରା ଆଡାମ ଖେକ କୋହଟ ଅଞ୍ଚଳରେ ଥିବା ଏକ ଖଣିର ସୀମାକୁ ନେଇ ସନିଖେଲ ଏବଂ ଜରଧୁନ ଖେଲ ନାମକ ୨ ଜନଜାତି ସମ୍ପ୍ରଦାୟ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହେବାରୁ ୧୬ ଜଣଙ୍କ ଜୀବନ ଚାଲିଯାଇଥିଲା । ସେହିପରି ଅନେକ ଗୁରୁତର ଆହତ ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଏହି ଘଟଣାରେ ଡାରା ଆଦାମ ଖେଲ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି। ଡାରା ଆଡାମ ଖେଲ କୋହଟ କୋଇଲା ଖଣିର ସୀମାକୁ ନେଇ ସନିଖେଲ ଏବଂ ଜରଧୁନ ଖେଲ ଜନଜାତିଙ୍କ ମଧ୍ୟରେ ବିଗତ କିଛି ବର୍ଷ ଧରି ବିବାଦ ଲାଗି ଆସୁଛି। ଏହି ସମସ୍ୟାର ସମାଧାନ ପାଇଁ ଅନେକ ସମନ୍ୱୟ ବୈଠକ ବସିଥିଲେ ବି ସମାଧାନର ବାଟ ବାହାରି ପାରୁନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.