ଭାରତ ମହାସାଗରରେ ଓଲଟିଲା ଚୀନ ଡଙ୍ଗା, ୩୯ ଲୋକ ନିଖୋଜ

ଭାରତ ମହାସାଗରରେ ଡଙ୍ଗା ବୁଡି ୩୯ ଲୋକ ନିଖୋଜ । ଭାରତ ମହାସାଗରରେ ଚୀନ ଡଙ୍ଗା ବୁଡିଥିବା ଖବର ମିଳିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ କାହାର ପତ୍ତା ଏଯାଏଁ ମିଳିନି ।

ଭାରତ ମହାସାଗରେ ଚୀନର ଏକ ମାଛଧରା ଡଙ୍ଗା ଓଲଟିପଡିବାରୁ ୩୯ ଜଣ ନିଖୋଜ ରହିଛନ୍ତି । ଏହି ଘଟଣାରେ ଉଦ୍ଧାରକାର୍ଯ୍ୟ ଚାଲୁ ରହିଛି । ଏହି ଜାହାଜ ସ୍ଥାନୀୟ ସମୟ ଅନୁସାରେ ପାଖାପାଖି ୩ଟା ବେଳେ ଓଲଟିଛି । ଏହି ଜାହାଜରେ ମୋଟ ୩୯ ଲୋକ ଥିଲେ । ୧୭ ଚୀନ ଏବଂ ୧୭ ଇଣ୍ଡୋନେସିଆ ଲୋକ ରହିଥିବା ବେଳେ ୫ ଜଣ ଫିଲିପିନୋ ଲୋକ ରହିଥିଲେ । ତେବେ ଘଟଣାରେ ସମସ୍ତ ଲୋକ ନିଖୋଜ ରହିଛନ୍ତି ।

ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ହେଲେ ଏପର୍ଯ୍ୟନ୍ତ କାହାର ପତ୍ତା ମିଳିନାହିଁ ।

 

ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଘଟଣା ବିଷୟରେ ଶୁଣି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି । ଯେଉଁଥିରେ ଆପତ୍ତକାଳୀନ ପ୍ରତିକ୍ରିୟା ସିଷ୍ଟମକୁ ତୁରନ୍ତ ଆକ୍ଟିଭ କରିବାକୁ ଆହ୍ଵାନ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.