ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଯୁବକ ମୃତ

ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି । ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଭାଲୁମୁଣ୍ଡା ଗାଁର ରୁଦ୍ର ପ୍ରସାଦ ମେହେର ବୋଲି ଜଣାପଡିଛି ।

କଣ୍ଟାବାଞ୍ଜି (କେନ୍ୟୁଜ): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି । ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଭାଲୁମୁଣ୍ଡା ଗାଁର ରୁଦ୍ର ପ୍ରସାଦ ମେହେର ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ରୁଦ୍ର ଗତକାଲି ସନ୍ଧ୍ୟାରେ ଗାଁରେ ଥିବା ବଡ଼ବନ୍ଧକୁ ଗାଧୋଇବାକୁ ଯାଇଥିଲେ ହେଲେ ଦୀର୍ଘ ସମୟ ଧରି ଘରକୁ ନ ଆସିବାରୁ ଘର ଲୋକେ ଖୋଜା ଖୋଜି କରିଥିଲେ। ପରେ ତାଙ୍କୁ ପାଣିରେ ଭିତରେ ଭାସୁଥିବାର ଦେଖିବାକୁ ପାଇଥିଲେ । ଏହାପରେ ଲୋକେ ବଙ୍ଗୋମୁଣ୍ଡା ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାକୁ ଶବ ବ୍ଯବଛେଦ ପାଇଁ ପଠାଇଛି । ଶବ ବ୍ଯବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.