Below header

ଛାଡ଼ପତ୍ର ପରେ କୁକୁରର ଲାଳନପାଳନ ନେଇ କୋର୍ଟରେ ପହଞ୍ଚିଲେ ଦମ୍ପତି, ହେଲେ ଜଜ ଶୁଣାଇଲେ ଏପରି ଅଜବ ରାୟ

କୌଣସି ବିବାହିତ ଦମ୍ପତି ପରସ୍ପରଠାରୁ ଅଲଗା ହେବା ପରେ ସେମାନଙ୍କ ସମ୍ପତ୍ତି ଏବଂ ସନ୍ତାନସନ୍ତତିଙ୍କ ଅଭିଭାବକତ୍ୱକୁ ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ଦିଆଯାଇଥାଏ। କିନ୍ତୁ ବ୍ରାଜିଲର ଏକ ସ୍ୱାମୀ, ସ୍ତ୍ରୀ ପୋଷା କୁକୁରର ତତ୍ତ୍ୱାବଧାନକୁ ନେଇ କୋର୍ଟରେ ପହଞ୍ଚିଛନ୍ତି, ଯାହା ଉପରେ କୋର୍ଟ ମଧ୍ୟ ନିଜର ରାୟ ଶୁଣାଇଛନ୍ତି। କୋର୍ଟ କହିଛନ୍ତି, ଯିଏ କୁକୁରକୁ ସବୁଠାରୁ ଅଧିକ ଭଲ ପାଉଥିବ, କୁକୁର ତାଙ୍କରି ପାଖରେ ହିଁ ରହିବ।

aa

କହି ରଖୁଛୁ, ବ୍ରାଜିଲର ସାଓ ପାଓଲୋରେ ରହୁଥିବା ଏକ ଦମ୍ପତିଙ୍କୁ ୨୦୦୮ରେ ଏକ ଛୋଟ ଶିକାରୀ କୁକୁର ମିଳିଥିଲା। ହେଲେ ୨୦୧୧ରେ ସ୍ୱାମୀ, ସ୍ତ୍ରୀ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। କିନ୍ତୁ ସେମାନେ କୁକୁରଟିକୁ ପାଖରେ ରଖିବାକୁ ଚାହୁଁଥିଲେ, ଯାହାଫଳରେ ଉଭୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ କୋର୍ଟ ଏହା ଉପରେ ନିଜର ରାୟ ଶୁଣାଇ କହିଥିଲେ କି, କୁକୁରକୁ ଭଲ ପାଉଥିବା ବ୍ୟକ୍ତି ତାକୁ ପାଖରେ ରଖି ତା’ ସହିତ ଛୁଟି କଟାଇ ପାରିବ।

Custody Dispute Dog

କହି ରଖୁଛୁ, ଦମ୍ପତି ଅଲଗା ହେବା ପରେ ମହିଳା ନିଜ ପୂର୍ବ ସ୍ୱାମୀଙ୍କୁ କୁକୁରଠାରୁ ଦୂରେଇ ରଖିଥିଲେ ଏବଂ ତାଙ୍କୁ ମିଶିବାକୁ ଦେଉ ନ ଥିଲେ। ଏହାପରେ ମହିଳାଙ୍କ ସ୍ୱାମୀ କୋର୍ଟ ପହଞ୍ଚିଥିଲେ। ସେଠାରେ କୋର୍ଟ ତାଙ୍କୁ କୁକୁର ସହ ଭେଟିବାର ଅଧିକାର ଦେଇଥିଲେ। ଏପରିକି, କହିଥିଲେ ଯେ ଉଇକେଣ୍ଡ ହଲି ଡେ’ ଛଡ଼ା ବର୍ଷ ଶେଷରେ ହେଉଥିବା ଛୁଟିରେ ମଧ୍ୟ ସେ କୁକୁରକୁ ଦେଖା କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.