Below header

ଅଣ୍ଡରଗ୍ରାଉଣ୍ଡ ପାଇପ ଭିତରେ ୫ଫୁଟର କୁମ୍ଭୀର! ରୋବଟ୍ କ୍ୟାମେରାରେ କଏଦ ହେଲା ଦୃଶ୍ୟ

ଯୁକ୍ତରାଷ୍ଟ୍ରର ଫ୍ଲୋରିଡାସ୍ଥିତ ଏକ ଭୂତଳ ପାଇପ୍‌ ଭିତରେ ୫ଫୁଟର କୁମ୍ଭୀର

ଯୁକ୍ତରାଷ୍ଟ୍ରର ଫ୍ଲୋରିଡାସ୍ଥିତ ଏକ ଭୂତଳ ପାଇପ୍‌ ଭିତରେ ଫାଟ କିମ୍ବା କିଛି ତ୍ରୁଟି ଥିବା ନେଇ ସିଭିଲ୍ କର୍ତ୍ତୃପକ୍ଷ ଯାଞ୍ଚକରୁଥିଲେ। କର୍ତ୍ତୃପକ୍ଷ ଡ୍ୟୁଟିରେ ଥିବା ସମୟରେ ସେମାନେ ସେତେବେଳେ  ଅଣ୍ଡରଗ୍ରାଉଣ୍ଡ ଭିତରେ ଏକ ୫ଫୁଟର ଆଲିଗେଟର ବା କୁମ୍ଭୀର ଦେଖିବାକୁ ପାଇଥିଲେ। ଏହି ବିଶାଳ କୁମ୍ଭୀରଟି ପାଇପ ଭିତରେ ଥିବାର ଦେଖିବାକୁ ମିଳିଥିଲା। ଯେତେବେଳେ ଏହି ଜୀବଟିର ଅଜବ ଗତି ଅନୁଭବ କରାଗଲା, ଏହାକୁ ଖୋଜିବା ପାଇଁ ଏହି ଭୂତଳ ପାଇପ୍ ଭିତରକୁ ଏକ ଚାରି ଚକିଆ ରୋବୋଟିକ୍ କ୍ୟାମେରା ପଠାଯାଇଥିଲା । ଓୖଭିଦୋ ସହରର ନଗର ପ୍ରଶାସନ ଏକ ଫେସବୁକ୍ ପୋଷ୍ଟରେ କହିଛି ଯେ ଏକ ଚାରି ଚକିଆ ରୋବଟ୍ କ୍ୟାମେରା କୁମ୍ଭୀରକୁ ସେତେବେଳେ ଦେଖିଥିଲା ଯେତେବେଳେ କର୍ମଚାରୀମାନେ ପାଇପ୍ ଭିତରେ ଥିବା ଅନେକ ଗୁଡ଼ିଏ ଗର୍ତ୍ତ ଯାଞ୍ଚ କରୁଥିଲେ।

କର୍ତ୍ତୃପକ୍ଷଙ୍କ କହିବା କଥା, ଗତ”ମେ ୫ରେ ରିଭର୍ସାଇଡ୍ ନିକଟ ଲକ୍ଉଡ୍ ବ୍ଳକ୍ରେ ରାସ୍ତାରେ ଦେଖାଦେଇଥିବା ଅନେକ ଗର୍ତ୍ତର ଯାଞ୍ଚ ପାଇଁ ଜଳ କର୍ମଚାରୀ ବାହାରକୁ ଯାଇଥିଲେ। ଏହି କର୍ମଚାରୀଙ୍କ ଚାରି ଚକିଆ ରୋବୋଟିକ୍ କ୍ୟାମେରା ଥିବା ଏକ ରୋବଟ୍ ଅଛି। ଯିଏ ପାଇପ୍ ଭିତରକୁ ଯାଇ ଯାଞ୍ଚ କରିପାରିବ। ସେ କହିଛନ୍ତି, “ମେ ୫ ରେ ରିଭର୍ସାଇଡ୍ ନିକଟ ଲକ୍ଉଡ୍ ବ୍ଳକ୍ରେ ରାସ୍ତାରେ ଦେଖାଦେଇଥିବା ଅନେକ ଗର୍ତ୍ତର ଯାଞ୍ଚ ପାଇଁ କର୍ମଚାରୀମାନେ ବାହାରକୁ ଯାଇଥିଲେ। ଏହି କର୍ମଚାରୀଙ୍କ ଚାରି ଚକିଆ ରୋବୋଟିକ୍ କ୍ୟାମେରା ଥିବା ଏକ ରୋବଟ୍ ଅଛି। ଯିଏ ପାଇପ୍ ଭିତରକୁ ଯାଇ ଯାଞ୍ଚ କରିପାରିବ । ଏହାସହ ରାସ୍ତାରେ କୌଣସି ଅସୁବିଧା ଅର୍ଥାତ ତ୍ରୁଟି ଅଛି କି ନାହିଁ, କିମ୍ବା ଅଣ୍ଡରଗ୍ରାଉଣ୍ଡରେ ଥିବା ପାଇପ ଭିତରେ ଫାଟ ଇତ୍ୟାଦି ଅଛି କି ନାହିଁ ତାହା ଦେଖିପାରିବ।

kumbhira

ଏହି ପୋଷ୍ଟରେ ଆହୁରି ଲେଖାଥିଲା, “ଶୁକ୍ରବାର ଯାଞ୍ଚରେ, ଯେପରି ଆପଣ ଭିଡିଓରେ ଦେଖିପାରିବେ, ସେମାନେ ପାଞ୍ଚ ଫୁଟ ଲମ୍ବର ଆଲିଗେଟର ବା କୁମ୍ଭୀର ଦେଖିବାକୁ ପାଇଥିଲେ। ପ୍ରଥମେ ସେମାନେ ଏହାକୁ ଆଉ କିଛି ବୋଲି ଭାବିଥିଲେ। ଭିଡିଓରେ, ଦେଖିବାକୁ ମିଳିଛି ଦୁଇଟି ଛୋଟ ଛୋଟ ଚମକୁଥିବା ଆଖି । କିନ୍ତୁ ଯେତେବେଳେ ଏହା ପାଖେଇ ଆସିଲା, ଏହା ଏକ କୁମ୍ଭୀର ବୋଲି ଜଣାପଡିଥିଲା। ଏହାର ଲମ୍ବା ଲାଞ୍ଜ ଦେଖି ପାଇପ୍ ଭିତରେ ରୋବଟ୍ ମାଧ୍ୟମରେ ଅନୁସରଣ କରାଗଲା। ଆପଣ ଭିଡିଓରେ ଦେଖିପାରିବେ ଯେ ରୋବଟ୍ ଟିକିଏ ତା ପାଖକୁ ଯିବାକୁ ଲାଗଲା ସେମାନେ ପ୍ରାୟ ୩୪୦ ଫୁଟ ଭିତରକୁ ଚାଲିଯାଇଥିଲେ। ଏବଂ ଦେଖୁ ଦେଖୁ କୁମ୍ଭୀରଟି ଅଦୃଶ୍ୟ ହୋଇଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.