Below header

ମାଣିକ୍ୟ ଯଦି ପିନ୍ଧି ପାରୁ ନାହାଁନ୍ତି, ହାତରେ ବାନ୍ଧନ୍ତୁ ଏହି ଗଛର ଚେର, ସୂର୍ଯ୍ୟଦେବଙ୍କ କୃପାରୁ ଚମକିବ ଭାଗ୍ୟ

ରତ୍ନ ଶାସ୍ତ୍ର ଅନୁସାରେ ବେଲ ଗଛର ଚେର ସହ ସୂର୍ଯ୍ୟଙ୍କ ସମ୍ପର୍କ ରହିଛି । ଆସନ୍ତୁ ଜାଣିବା ଏହାକୁ ଧାରଣ କଲେ କ’ଣ ମିଳିଥାଏ ଲାଭ । ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ଅଶୁଭ ପ୍ରଭାବ ଦୂର କରିବା ପାଇଁ ବହୁତ ଉପାୟ ଦିଆଯାଇଛି । ଯେଉଁଥିରେ ଗ୍ରହ ଉପଚାର ପାଇଁ ମନ୍ତ୍ର ଓ ରତ୍ନର ବର୍ଣ୍ଣନା ଦିଆଯାଇଛି । ତେବେ ବେଳେ ବେଳେ ରତ୍ନର ଅଧିକ ଦାମ କାରଣରୁ ଆମେ ଏହାକୁ ପିନ୍ଧିପାରି ନଥାଉ । ଯେଉଁଥିପାଇଁ ଜ୍ୟୋତିଷ ଶାସ୍ତ୍ରରେ ଗଛର ଚେରମୂଳ ସମ୍ପର୍କରେ ବର୍ଣ୍ଣନା ଦିଆଯାଇଛି । ଯଦି ସୂର୍ଯ୍ୟ ଗ୍ରହଙ୍କ କୃପା ପାଇବାକୁ ଚାହୁଁଛନ୍ତି ଆଉ ଆପଣ ଅର୍ଥ ଅଭାବରୁ ରତ୍ନ ପିନ୍ଧିପାରୁ ନାହାଁନ୍ତି । ତେବେ ମାଣିକ୍ୟ ରତ୍ନ ବଦଳରେ ବେଲ ଗଛର ଚେର ପିନ୍ଧି ପାରିବେ । ଯାହାଦ୍ୱାରା ଆପଣ ସୂର୍ଯ୍ୟଙ୍କର କୃପା ପାଇ ପାରିବେ । ଆସନ୍ତୁ ଜାଣିବା ବେଲ ଗଛର ଚେର ପିନ୍ଧିବାର ନିୟମ ।

ବେଲ ଚେର ଧାରଣ କରିବାର ଲାଭ :

ରତ୍ନ ଶାସ୍ତ୍ରରେ ବେଲ ଚେର ଧାରଣ କରିବା ଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ । ଏହି ଚେରକୁ ଧାରଣ କରିବା ଦ୍ୱାରା ହୃଦୟ ରୋଗ, ଆଖି ରୋଗ, ପିତ ରୋଗ ଆଦିରୁ ମୁକ୍ତି ମିଳିଥାଏ । ଚାକିରି ଓ ରାଜନୀତିରେ ରୁଚି ରଖୁଥିବା ଲୋକଙ୍କୁ ଏହାର ଧାରଣ ଲାଭ ଦେଇପାରେ ।

କେଉଁମାନେ ଧାରଣ କରି ପାରିବେ ବେଲ ଚେର :

ବୈଦିକ ଜ୍ୟୋତିଷ ଅନୁସାରେ ମେଷ, ସିଂହ ଓ ଧନୁ ଲଗ୍ନର ଜାତକ ବେଲ ଚେର ଧାରଣ କରିପାରିବେ । ଏଥିସହ ଧନ ସ୍ଥାନ, ଦଶମ ଭାବ, ନବମ ଭାବ, ପଞ୍ଚମ ଭାବ ଓ ଏକାଦଶ ଭାବରେ ସୂର୍ଯ୍ୟ ଉଚ୍ଚରେ ବିରାଜମାନ ଥିଲେ ବେଲ ଚେର ପିନ୍ଧିପାରିବେ । ଏଥିସହ ନବାଂଶ କୁଣ୍ଡଳୀରେ ସୂର୍ଯ୍ୟ ଯଦି ଉଚ୍ଚ ଥାଆନ୍ତି ତେବେ ବେଲ ଚେର ପିନ୍ଧି ପାରିବେ ।

ଏପରି କରନ୍ତୁ ଧାରଣ :

ଶାସ୍ତ୍ର ଅନୁସାରେ ବେଲ ଚେରକୁ କୃତିକା ନକ୍ଷତ୍ରରେ କିଣି ଆଣିବା ଦରକାର । ଏହାକୁ ରବିବାର ସକାଳେ ଧାରଣ କରିବା ଉଚିତ୍‌ । ଆପଣ ଏହାକୁ ଲାଲ କପଡାରେ ବାନ୍ଧି ଗଳା ବା ହାତରେ ଧାରଣ କରିପାରିବେ । ପ୍ରଥମେ ଗଙ୍ଗାଜଳ ଓ କ୍ଷୀରରେ ବେଲ ଚେରକୁ ଶୁଦ୍ଧ କରି ନିଅନ୍ତୁ । ଏହାପରେ ମନ୍ଦିରରେ ବସି ଏକ ମାଳା ସୂର୍ଯଦେବଙ୍କ ମନ୍ତ୍ର ‘ ଓଁ ସୂର୍ଯ୍ୟାୟ ନମଃ’ ଜପ କରି ଏହି ଚେରକୁ ଧାରଣ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.