Below header

୩ କି.ମି ଖାଲ ଖମା, ନଈ ନାଳରେ କାନ୍ଧରେ ବୁହା ହୋଇ ମେଡ଼ିକାଲ ଗଲେ ଗର୍ଭବତୀ

ରାୟଗଡାରେ ପୁଣି ଜନନୀ ଯନ୍ତ୍ରଣା । ୩ କିମି ଖାଲ ଖମା, ନଈ ନାଳରେ କାନ୍ଧରେ ବୁହା ହୋଇ ମେଡ଼ିକାଲ ଗଲେ ଗର୍ଭବତୀ । ରାୟଗଡା ଜିଲ୍ଲା ସୀମାନ୍ତ ଲକ୍ଷ୍ମୀପୁର ବ୍ଲକ ପିପଲ ପଦର ପଞ୍ଚାୟତ ଅନ୍ତର୍ଗତ ବାଘମାରି ଗ୍ରାମରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।

କିଛି ଗାଁ ପାଇଁ ଅପହଞ୍ଚ ସ୍ୱାସ୍ଥ୍ୟ ସେବା । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗାଁ ର ଲୋକମାନେ ବହୁ ଦୁଃଖ କଷ୍ଟରେ ଦିନ ବିତାଉଛନ୍ତି ସତ ହେଲେ ଶାରୀରିକ ଅସୁସ୍ଥତା ସମୟରେ ବହୁତ ହଇରାଣ ହେଉଛନ୍ତି । ଗାଁ କୁ ଆସିପାରୁନି ଆମ୍ବୁଲାନ୍ସ । ଗାଁ ଠାରୁ କେତେ ଦୂରରେ ଅଟକି ରହୁଛି ଆମ୍ବୁଲାନ୍ସ । ଫଳରେ ରୋଗୀ ଡାକ୍ତରଖାନା ଯିବା ଅସମ୍ଭବ ହୋଇପଡ଼ୁଛି । ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ସୀମାନ୍ତ ଅଞ୍ଚଜରେ।

ରାୟଗଡାରେ ପୁଣି ଜନନୀ ଯନ୍ତ୍ରଣା । ୩ କିମି ଖାଲ ଖମା, ନଈ ନାଳରେ କାନ୍ଧରେ ବୁହା ହୋଇ ମେଡ଼ିକାଲ ଗଲେ ଗର୍ଭବତୀ । ରାୟଗଡା ଜିଲ୍ଲା ସୀମାନ୍ତ ଲକ୍ଷ୍ମୀପୁର ବ୍ଲକ ପିପଲ ପଦର ପଞ୍ଚାୟତ ଅନ୍ତର୍ଗତ ବାଘମାରି ଗ୍ରାମରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଯେଉଁ ଦୃଶ୍ୟ ଦେଖି ଛାତି ଥରିଯାଉଛି । ଗାଁ ଚତୁଃପାର୍ଶ୍ୱରେ ଘେରି ରହିଛି ଘଞ୍ଚ ଜଙ୍ଗଲ । ଖାଲ ଖମା ନଈ ନାଳରେ ପରିପୂର୍ଣ୍ଣ ସମ୍ପୂର୍ଣ୍ଣ ଗାଁ ଟି । ଏହି ଗାଁରେ ବସବାସ କରୁଛନ୍ତି ୧୦୦ ପାଖାପାଖି ଲୋକେ । ହେଲେ ଏହି ଗାଁର ଦୂରାବସ୍ଥା କହିଲେ ନସରେ । ଏହି ଗାଁ କୁ ନାହିଁ ଭଲ ରାସ୍ତାଟିଏ । ଯାହା ଫଳରେ ଲୋକେ ଯାତାୟତ ପାଇଁ ନାନା ଅସୁବିଧା ଦେଇ ଗତି କରୁଛନ୍ତି । ଆଉ ଏବେ ଏହି ଗର୍ଭବତୀଙ୍କ ମହିଳାଙ୍କ ଦୁଃଖ ସବୁଠୁ ଉର୍ଦ୍ଧ୍ୱରେ ।

ଅଭି ମାଣ୍ଡିଙ୍ଗାଙ୍କ ସ୍ତ୍ରୀ କନ୍ଧଇ ମାଣ୍ଡିଙ୍ଗା ଗର୍ଭ ଯନ୍ତ୍ରଣା ହେବାରୁ ୧୦୮ କୁ ଫୋନ କରିଥିଲେ । ରାୟଗଡ ଜିଲ୍ଲା କୁମ୍ଭିକଟା ୧୦୮ ଆମ୍ବୁଲାନ୍ସ ଗାଁକୁ ରାସ୍ତା ନଥିବାରୁ ଘର ପାଖକୁ ଆସି ପାରିନଥିଲେ । ଆମ୍ବୁଲାନ୍ସ କର୍ମଚାରୀ ବିନୋଦ ହାଳବା ଓ ଗୁପ୍ତେଶ୍ୱର ବାଗର୍ତି କାନ୍ଧରେ କାନ୍ଧେଇ ନେଇଥିଲେ । ନଦୀ ଉପରେ ଥିବା ଅସ୍ଥାୟୀ ପୋଲ ପାର କରି ଆମ୍ବୁଲାନ୍ସ ନିକଟକୁ ଆଣି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଫଳରେ ମହିଳାଙ୍କ ପ୍ରସବ ସେହି ଡାକ୍ତରଖାନାରେ ହୋଇଥିଲା। ଏହି ଘଟଣାକୁ ନେଇ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ସ୍ଥାନୀୟ ଅଞ୍ଚଳରେ ଭୂରି ଭୂରି ପ୍ରଶଂସା କରିଥିଲେ । ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.