ଅନନ୍ତ ଚତୁର୍ଦ୍ଦଶୀ, ଜାଣନ୍ତୁ ପୂଜା ମୁହୂର୍ତ୍ତ ଓ ବିଶେଷ ମହତ୍ତ୍ୱ

ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି ବେଶ୍‌ ମହତ୍ତ୍ୱ ରଖିଥାଏ । ଏହାକୁ ଅନନ୍ତ ଚତୁର୍ଦ୍ଦଶୀ ନାମରେ ଜଣାଶୁଣା । ଏହି ବର୍ଷ ଅନନ୍ତ ଚତୁର୍ଦ୍ଦଶୀ ୨୮ ସେପ୍ଟେମ୍ବର ଅର୍ଥାତ୍ ଆଜି ପଡୁଛି। ଏହିଦିନ ଭଗବାନ ଶ୍ରୀହରି ବିଷ୍ଣୁଙ୍କ ଅନନ୍ତ ସ୍ୱରୂପର ପୂଜା କରାଯାଇଥାଏ।

ହିନ୍ଦୁ ଧର୍ମରେ ପୂର୍ଣ୍ଣିମା, ଅମାବାସ୍ୟା, ଏକାଦଶୀ ଏବଂ ଚତୁର୍ଦ୍ଦଶୀର ବିଶେଷ ମହତ୍ତ୍ୱ ରହିଥାଏ । ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି ବେଶ୍‌ ମହତ୍ତ୍ୱ ରଖିଥାଏ । ଏହାକୁ ଅନନ୍ତ ଚତୁର୍ଦ୍ଦଶୀ ନାମରେ ଜଣାଶୁଣା । ଏହି ବର୍ଷ ଅନନ୍ତ ଚତୁର୍ଦ୍ଦଶୀ ୨୮ ସେପ୍ଟେମ୍ବର ଅର୍ଥାତ୍ ଆଜି ପଡୁଛି। ଏହିଦିନ ଭଗବାନ ଶ୍ରୀହରି ବିଷ୍ଣୁଙ୍କ ଅନନ୍ତ ସ୍ୱରୂପର ପୂଜା କରାଯାଇଥାଏ। ଅନନ୍ତ ଚତୁର୍ଦ୍ଦଶୀ ଦିନ ଭଗବାନ ବିଘ୍ନହର୍ତ୍ତା ଶ୍ରୀ ଗଣେଶଙ୍କ ମୂର୍ତ୍ତି ମଧ୍ୟ ବିସର୍ଜନ କରାଯାଏ। ଆଉ ଏହିଦିନ ଗଣପତିଙ୍କୁ ବିଦା କରାଯାଇ ଆଗାମୀ ବର୍ଷରେ ଆସିବା ପାଇଁ ପ୍ରାର୍ଥନା କରାଯାଏ। ଏହାସହିତ ୧୦ ଦିନର ଗଣୋତ୍ସବର ସମାପନ କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ଅନନ୍ତ ଚତୁର୍ଦ୍ଦଶୀ ପୂଜାର ମୂହୁର୍ତ୍ତ ଏବଂ ମହତ୍ତ୍ୱ କ’ଣ ରହିଛି।

ମହାଭାରତ ସମୟରେ ଏହି ବ୍ରତର ଆରମ୍ଭ ହୋଇଥିଲା ବୋଲି କୁହାଯାଇଥାଏ । ଯେତେବେଳେ ପାଣ୍ଡଵ ମାନେ ଜୁଆରେ ନିଜର ସର୍ବସ୍ୱ ହରାଇ ବଣରେ ବୁଲୁଥିଲେ ସେତେବେଳେ ଶ୍ରୀକୃଷ୍ଣ ତାଙ୍କୁ ଏହି ଅନନ୍ତ ଚତୁର୍ଦ୍ଦଶୀ ବ୍ରତ ପାଳନ କରିବା ପାଇଁ କହିଥିଲେ । ମହାଭାରତ ଅନୁସାରେ ଦରିଦ୍ରତା ନାଶ ହେବା ସହିତ ଗ୍ରହ ଗୁଡିକର ବାଧା ମଧ୍ୟ ଦୂର ହୋଇଥାଏ ।

ଧନ ଏବଂ ସନ୍ତାନର କାମନାରେ ଏହି ବ୍ରତ ପାଳନ କରାଯାଇଥାଏ । କୁହାଯାଏ କି ଏହି ଅନନ୍ତ ଆମ ଉପରେ ଆସୁଥିବା ସମସ୍ତ ସଂକଟରୁ ରକ୍ଷା କରିଥାଏ । ଏହି ଅନନ୍ତ ବ୍ରତ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିଥାଏ ଏବଂ ଅନନ୍ତ ଫଳ ପ୍ରଦାନ କରିଥାଏ । ଶାସ୍ତ୍ରରେ କୁହାଯାଇଛି ଯେ ଏହି ବ୍ରତ ସମସ୍ତ ପ୍ରକାରର କଷ୍ଟରୁ ମୁକ୍ତି ଦେଇ ସମସ୍ତ ବିପତ୍ତିରୁ ଉଦ୍ଧାର କରିଥାଏ ।

ଅନନ୍ତ ଚତୁର୍ଦ୍ଦଶୀର ମୁହୂର୍ତ୍ତ:

ଅନନ୍ତ ଚତୁର୍ଦ୍ଦଶୀର ଉଦୟା ତିଥି ନିଆ ଯାଇଥାଏ। ଚତୁର୍ଦ୍ଦଶୀ ତିଥି ୨୭ ସେପ୍ଟେମ୍ବର ୧୦ଟାରୁ ଆରମ୍ଭ ହୋଇଛି । ଯାହା ୨୮ ସେପ୍ଟେମ୍ବର ସନ୍ଧ୍ୟା ୬ଟା ୪୯ ମିନିଟ ପର୍ଯ୍ୟନ୍ତ ରହିଛି । ତେଣୁ ପୂଜାର ଶୁଭ ମୁହୂର୍ତ୍ତ ୬ଟା ବାଜି ୧୨ ମିନିଟ୍‌ରୁ ଆରମ୍ଭ ହୋଇ ୬ଟା ୪୯ ମିନିଟରେ ସରିବ । ଚତୁର୍ଦ୍ଦଶରୀ ଦିନ ଭଗବାନଙ୍କ କୃପା ପାଇବା ପାଇଁ କିଛି ଉପାୟ ମଧ୍ୟ କରାଯାଏ । ଏହି ଉପାୟ କରିବା ଦ୍ୱାରା ଜୀବନର ପ୍ରତ୍ୟେକ କଷ୍ଟ ଦୂର ହୋଇ ଜୀବନରେ ସୁଖ ଓ ସମୃଦ୍ଧି ଆସିଥାଏ ।

ଅନନ୍ତ ଚତୁର୍ଦ୍ଦଶୀ ପୂଜା :

ଅନନ୍ତ ଚତୁର୍ଦ୍ଦଶୀ ଦିନ ମୁଖ୍ୟ ଭଗବାନ ବିଷ୍ଣୁଙ୍କ ଅନନ୍ତ ସ୍ୱରୂପର ପୂଜା କରାଯାଇଥାଏ। ଏହି ଦିନ ଲୋକ ବ୍ରତ ରଖିଥାନ୍ତି। ଏହି ଦିନ ବ୍ରତ ରଖୁଥିବା ପୁରୁଷ ନିଜର ଡାହାଣ ହାତରେ ମହିଳା ବାମ ହାତରେ ଅନନ୍ତ ବ୍ରତ ଧାରଣ କରିବାକୁ ଉଚିତ। ଏହି ବ୍ରତରେ ୧୪ଟି ଗଣ୍ଠି ରହିବା ଆବଶ୍ୟକ। ଏହି ୧୪ ଗଣ୍ଠି ଭଗବାନ ବିଷ୍ଣୁଙ୍କ ଦ୍ୱାରା ନିର୍ମିତ ୧୪ ଲୋକଙ୍କୁ ପ୍ରତିନିଧିତ୍ୱ କରିଥାଏ।

ଅନନ୍ତ ଚତୁର୍ଦ୍ଦଶୀର ମହତ୍ତ୍ୱ :

ଧାର୍ମିକ ମାନ୍ୟତା ଅନୁସାରେ, ଯଦି ଅନନ୍ତ ଚତୁର୍ଦ୍ଦଶୀ ବ୍ରତକୁ ଲଗାତାର ୧୪ ବର୍ଷ ପର୍ଯ୍ୟନ୍ତ କରିବେ ତେବେ ବିଷ୍ଣୁ ଲୋକ ପ୍ରାପ୍ତି ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.