Below header

ସୁନ୍ଦରଗଡ଼ରେ ବଢୁଛି ସ୍କ୍ରବ୍ ଟାଇଫସ୍ ଆତଙ୍କ, ଚିହ୍ନଟ ହେଲେ ୧୩ ଆକ୍ରାନ୍ତ

ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍ । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୩ ନୂଆ ସ୍କ୍ରବ୍ ଟାଇଫସ୍‌ ଆକ୍ରାନ୍ତ । ଆକ୍ରାନ୍ତ ସଂଖ୍ୟା ଏବେ ୨୬୩କୁ ବୃଦ୍ଧି ପାଇଛି। ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୁନ୍ଦରଗଡ଼ (କେନ୍ୟୁଜ): ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍ । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୩ ନୂଆ ସ୍କ୍ରବ୍ ଟାଇଫସ୍‌ ଆକ୍ରାନ୍ତ । ଆକ୍ରାନ୍ତ ସଂଖ୍ୟା ଏବେ ୨୬୩କୁ ବୃଦ୍ଧି ପାଇଛି। ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବରୁ ସ୍କ୍ରବ ଟାଇଫସରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଭାବେ ICUରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଏହି ରୋଗ ଏକ ନିର୍ଦ୍ଦିଷ୍ଟ କୀଟ ଦଂଶନରୁ ହେଉଥିବାରୁ ଜଙ୍ଗଲ ତଥା ବିଲବାଡ଼ିକୁ ଯିବା ସମୟରେ ସମ୍ପୂର୍ଣ ଶରୀରକୁ ଘୋଡ଼ାଇ ରଖିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ଔଷଧ, ପରୀକ୍ଷା ବ୍ୟବସ୍ଥା ରହିଛି। ଲକ୍ଷଣ ଜଣା ପଡ଼ିଲେ ଡାକ୍ତର ପରାମର୍ଶ ନେବା ପାଇଁ CDMO ପରାମର୍ଶ ଦେଇଛନ୍ତି ।

ଅପରପକ୍ଷରେ ମେଡିକାଲ ଓ ଜିଲ୍ଲା ପ୍ରଶାସନ ଲଗାତର ଭାବେ ଗାଁ ଗାଁ ବୁଲି ସଚେତନତା କାର୍ଯ୍ୟକ୍ରମ କରି ଚାଲିଛି । ଡାକାବିଜ ଓ ପାଲା ମାଧ୍ୟମରେ ସଚେତନ କରାଯାଉଛି । ଏପରି ରୋଗଙ୍କୁ ଲୋକଙ୍କୁ କିପରି ରକ୍ଷାକରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଧରଣୀ ରଞ୍ଜନ ଶତପଥୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.