Below header

ନିର୍ଭୟା ମାମଲାରେ ଆତ୍ମହତ୍ୟା କରିଥିବା ଦୋଷୀ ରାମ ସିଂହର ଭୂତ ବୁଲୁଥିଲା !

ନୂଆଦିଲ୍ଲୀ : ଆସନ୍ତା ୨୨ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଚାରି ଜଣଙ୍କୁ ତିହାର ଜେଲ୍‌ରେ ଫାଶୀ ଦିଆଯିବ । ହେଲ ଏସବୁ ଭିତରେ ଆଉ ଜଣେ ଦୋଷୀକୁ ଲୋକେ ଭୁଲି ଯାଇଛନ୍ତି । ଅବଶ୍ୟ ସେହି ଦୋଷୀ ଆଉ ଏ ଦୁନିଆରେ ନାହିଁ । ସେ ହେଉଛି ୩୫ ବର୍ଷ ବୟସ୍କ ରାମ ସିଂହ । ତିହାର ଜେଲ୍‌ର ଏକ କୋଠରୀରେ ହିଁ ଝୁଲନ୍ତା ଅବସ୍ଥାରେ ତାର ମୃତଦେହ ମିଳିଥିଲା । ସେ ଆତ୍ମହତ୍ୟା କରିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଥିଲା ।

TIHAR JAILତେବେ ରାମ ସିଂହ ସିନା ତିହାର ଜେଲ୍‌ରେ ଆତ୍ମହତ୍ୟା କଲା ହେଲେ ତାର ପ୍ରଭାବ ଦେଖିବାକୁ ମିଳିଲା ସେ ରହୁଥିବା କଲୋନୀରେ । ରାମ ସିଂହ ଦିଲ୍ଲୀର ଏକ ବସ୍ତି ଶାନ୍ତି ରବି ଦାସ କଲୋନୀରେ ରହୁଥିଲା । ଯେଉଁଠି ଶହ ଶହ ରିଫ୍ୟୁଜି ମଧ୍ୟ ରହୁଥିଲେ । ଗୋଟିଏ ଅତି ଛୋଟିଆ କୋଠାରୀରେ ରାମ ସିଂହ ତାର ପରିବାର ସହିତ ରହୁଥିଲା । ତେବେ ନିର୍ଭୟା ଦୁଷ୍କର୍ମ ଘଟଣାରେ ରାମ ସିଂହ ସଂପୃକ୍ତ ଏବଂ ତାକୁ ଫାଶୀ ମିଳିବ ବୋଲି ଚର୍ଚ୍ଚା ହେବା ପରେ ପରିବାର ଲୋକ ସେହି ଘର ଛାଡ଼ି ନିଜ ଗାଁ ରାଜସ୍ଥାନକୁ ପଳାଇଲେ । ଆଉ ସେହି ଘରଟି ବନ୍ଦ ହୋଇ ରହିଲା ।

RAM SINGH-2୨୦୧୩ରେ ତିହାର ଜେଲ୍‌ରେ ରାମ ସିଂହ ଆତ୍ମହତ୍ୟା କରିବା ପରେ ତାର ଆତ୍ମା ସେହି ଘରେ ବୁଲୁଛି ବୋଲି ସାରା କଲୋନୀରେ ପ୍ରଚାର ହୋଇଗଲା । ବଡ଼ ତ ବଡ଼ ପିଲାମାନଙ୍କୁ ସେ ଘର ପାଖକୁ ଯିବାକୁ ବାରଣ କରାଯାଇଥିଲା । ପ୍ରାୟ ଦୁଇ ବର୍ଷ ଧରି ରାମ ସିଂହର ଘର ତାଲା ବନ୍ଦ ହୋଇ ପଡ଼ି ରହିଲା । ସେଠାକାର ଲୋକଙ୍କ ଭିତରେ ବିଭିନ୍ନ କାହାଣୀ ସବୁ ଆଲୋଚନା ହେବାରେ ଲାଗିଲା । ତାର ଭୂତ ସେହି ଘରେ ବୁଲୁଛି ବୋଲି ଚର୍ଚ୍ଚା ଚାଲିଲା । ତେବେ ସମୟ କ୍ରମେ ଧୀରେ ଧୀରେ ସବୁ ନିରବି ଗଲା ।

ଆତ୍ମହତ୍ୟା ନା ହତ୍ୟା !

ହେଲେ ଗୋଟିଏ କଥା ଏବେବି ସନ୍ଦେହ ଭିତରେ ରହିଛି । ରାମ ସିଂହ ଆତ୍ମହତ୍ୟା କରିଛି ନା ତାକୁ ହତ୍ୟା କରାଯାଇଛି ? ୨୦୧୨ ଡିସେମ୍ବର ୧୬ ତାରିଖରେ ନିର୍ଭୟା ଦୁଷ୍କର୍ମ ଘଟଣା ଘଟିଥିଲା । ଦୁର୍ବୃତ୍ତମାନେ ଦୁଷ୍କର୍ମ ପରେ ୨୩ ବର୍ଷ ବୟସ୍କା ନିର୍ଭୟାକୁ ବସ୍‌ରୁ ଠେଲି ଦେଇଥିଲେ । ଆହତ ଅବସ୍ଥାରେ ପ୍ରାୟ ୧୩ ଦିନ ସଂଘର୍ଷ କରିବା ପରେ ଆଖି ବୁଜିଥିଲେ ନିର୍ଭୟା ।

MUKESH
ମୁକେଶ ସିଂହ

ତେବେ ଅନେକ କୁହନ୍ତି ରାମ ସିଂହ ଏହି କାଣ୍ଡରେ ସିଧାସଳଖ ସଂପୃକ୍ତ ନଥିଲା । ସେ ବସ୍‌ ଚଳାଉଥିଲା । ହେଲେ ପରବର୍ତ୍ତୀ ସମୟରେ ସେ ବି ଜଣେ ଦୁଷ୍କର୍ମକାରୀ ଭାବେ ଦୋଷୀ ସାବ୍ୟସ୍ତ ହେଲା । ତେବେ ତାର ମୃତ୍ୟୁକୁ ତିହାର ଜେଲ୍‌ କର୍ତ୍ତୃପକ୍ଷ ଆତ୍ମହତ୍ୟା ବୋଲି କହିଥିବା ବେଳେ ତାର ଓକିଲ ଏବଂ ପରିବାର ଲୋକେ ଏହାକୁ ହତ୍ୟା ବୋଲି ଦାବି କରିଥିଲେ । ଏମିତିକି ମୃତ୍ୟୁର କିଛି ଦିନ ପୂର୍ବରୁ ସେ ପରିବାର ଲୋକଙ୍କୁ କହିଥିଲା ଯେ ସେ ରହୁଥିବା ସେଲ୍‌ରେ ସୁରକ୍ଷିତ ନୁହେଁ । ତାକୁ ସେଲ୍‌ରେ ରହୁଥିବା ଅନ୍ୟମାନେ ମିଶି ମାରିବାକୁ ଚକ୍ରାନ୍ତ କରିଛନ୍ତି । ଆହୁରି ମଧ୍ୟ ମୃତ୍ୟୁ ପରେ ପାରିପାର୍ଶ୍ୱିକ ପରିସ୍ଥିତି କୁଆଡ଼େ ସୂଚାଉଥିଲା ଯେ ଏହା ଆତ୍ମହତ୍ୟା ନୁହେଁ ହତ୍ୟା । ନିଜ ସାର୍ଟକୁ ଫାଶୀ କରି ସେ ଗ୍ରିଲ୍‌ରେ ଝୁଲି ପଡ଼ିଥିବା ଦେଖା ଯାଇଥିଲା । ଯେତେବେଳେ କି ସେହି ସେଲ୍‌ ଭିତରେ ଅନ୍ୟ ତିନି ଜଣ ବିଚାରାଧୀନ କଏଦୀ ଥିଲେ । ରାମ ସିଂହର ବାପା ମଙ୍ଗେଲାଲ ସିଂହଙ୍କ କହିବା କଥା ଥିଲା, ମୋ ପୁଅ ତାର ଦୋଷ ମାନି ନେଇଥିଲା ଏବଂ ଯାହା ବିଚାର ଚାଲିଥିଲା ସେଥିରେ ଖୁସି ଥିଲା । ତେଣୁ ସେ ଆତ୍ମହତ୍ୟା କରିବ କାହିଁକି ? ତାକୁ ମାରି ଦିଆଯାଇଛି । ଅନ୍ୟପକ୍ଷରେ ସେହି ସମୟରେ ୧୦ ବର୍ଷ ଭିତରେ ତିହାର ଜେଲ୍‌ରେ ୨୦ ଜଣ କଏଦୀ ଆତ୍ମହତ୍ୟା କରିଥିଲେ । ରାମ ସିଂହର ନମ୍ବର ଥିଲା ୨୧ ।

BUS

ସେ ହିଁ ମୁଖ୍ୟ ଅଭିଯୁକ୍ତ ଥିଲା

ପୋଲିସ୍‌ ରିପୋର୍ଟ ଅନୁଯାୟୀ ଦୁଷ୍କର୍ମ ହୋଇଥିବା ବସ୍‌ର ଡ୍ରାଇଭର ଥିଲା ରାମ ସିଂହ । ଘଟଣା ପରେ ବସ୍‌ ଭିତରେ ରକ୍ତର ଛିଟା ପଡ଼ିଥିଲା । ସେ ନିର୍ଭୟାର ପୋଷାକରେ ସେ ସବୁକୁ ପୋଛି ପରେ ତାକୁ ପୋଡ଼ି ଦେଇଥିଲା । ତା ନିଜ ସାର୍ଟରେ ମଧ୍ୟ ରକ୍ତର ଦାଗ ଲାଗିଥିଲା । ପରଦିନ ସେ ସେହି ସାର୍ଟ ପିନ୍ଧି ସ୍କୁଲକୁ ଯାଇଥିଲା । ପରେ ଡିଏନ୍‌ଏ ଟେଷ୍ଟରୁ ଏହା ନିର୍ଭୟାର ରକ୍ତ ବୋଲି ଜଣାପଡ଼ିଥିଲା । ଆଉ ସେ ହିଁ ମୁଖ୍ୟ ଅଭିଯୁକ୍ତ ଥିଲା ।

NIRBHAYAଏବେ ଯେଉଁ ଚାରି ଜଣଙ୍କୁ ଫାଶୀ ହେବ ସେଥିରେ ରାମ ସିଂହର ଭାଇ ମୁକେଶ ସିଂହ ମଧ୍ୟ ଅଛି । ମୁକେଶ ଥରେ ତାର ବୟାନ୍‌ରେ କହିଥିଲା, ଦୁଷ୍କର୍ମ ଘଟଣା ପଛରେ ପୁରୁଷ ଯେତିକି ଦାୟୀ ନୁହେଁ, ତା ଠାରୁ ଅଧିକ ଦାୟୀ ହେଉଛନ୍ତି ମହିଳାମାନେ । ଅନ୍ୟମାନେ ହେଲେ ପବନ ଗୁପ୍ତା, ବିନୟ ଶର୍ମା ଓ ଅକ୍ଷୟ । ତେବେ ଘଟଣାରେ ସଂପୃକ୍ତ ଥିଲେ ମୋଟ୍‌ ୬ ଜଣ । ରାମ ସିଂହ ଆତ୍ମହତ୍ୟା କରିଥିବା ବେଳେ ଜଣେ ନାବାଳକକୁ ମଧ୍ୟ ପୋଲିସ୍‌ ଗିରଫ କରିଥିଲା । ତେବେ ସେ ବାଲ ସୁଧାର ଗୃହରେ ୩ ବର୍ଷ କାଟିବା ପରେ ତାକୁ ମୁକ୍ତି ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.