ଚିନ୍ତା ବଢାଇଛି ଓଡିଶାରେ ଦୈନିକ ନାବାଳିକା ନିଖୋଜ ସଂଖ୍ୟା, NCRB ଦେଲା ରିପୋର୍ଟ

କେନ୍ୟୁଜ୍(ବ୍ୟୁରୋ): ଓଡିଶାରେ ବଢୁଛି ନାବାଳିକା  ଅପହରଣ ସଂଖ୍ୟା। ସଦ୍ୟ ପ୍ରକାଶିତ NCRB ରିପୋର୍ଟ ଓଡିଶାର ସ୍ଥିତିକୁ ନେଇ ଏକ ଚିନ୍ତା ଜନକ ରିପୋର୍ଟ ଦେଇଛି। ଓଡିଶାରେ ନାବାଳିକା ଅପହରଣ ସଂଖ୍ୟା ପ୍ରତିବର୍ଷ ବଢିବାରେ ଲାଗିଛି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ।  ବର୍ତ୍ତମାନ ଜାରି ହୋଇଥିବା ଏନସିଆରବି ରିପୋର୍ଟରେ ଓଡିଶା ଏକ ବିପଦପୂର୍ଣ୍ଣ ସ୍ଥିତିରେ ଅଛି। ୨୦୧୯ରେ ନିଖୋଜ ନାବାଳିକାଙ୍କ ସଂଖ୍ୟା କୌଣସି  ଉତ୍ସାହଜନକ ସ୍ତିତରେ ନାହିଁ।  ସୂଚନା  ଅନୁସାରେ ୮୨୨ରୁ ଉର୍ଦ୍ଧ୍ବ ନାବାଳିକା ଏହି ୨୦୧୯ରେ ନିଖୋଜ ହୋଇଛନ୍ତି।  Image result for girl child missing shadow

ଏବେ ଏବେ ଜାରି ହୋଇଥିବା ୨୦୧୮ର NCRB ରିପୋର୍ଟରେ  ଓଡିଶାରେ ନିଖୋଜ ନାବାଳିକାଙ୍କ ଉଦ୍ଧାର କରାଯିବାର ରେଟ ୩୨.୬ ପ୍ରତିଶତ ଥିଲା । ଯାହା କମଭାବେ ଦେଶରେ ଦ୍ବିତୀୟ ଥିଲା। ୨୦୧୯ରେ ଏହି ଗଣତି  ପାଖାପାଖି ୧୯ ପ୍ରତିଶତ କମ ହୋଇଯାଇଥିଲା ଯାହା ରାଜ୍ୟ ଅପରାଧୀକ ରେକର୍ଡ ବ୍ୟୁରୋରୁ ଜଣା ପଡିଛି।

Image result for girl child missing shadow

ଏନସିଆରବି ରିପୋର୍ଟ ୨୦୧୮ ଅନୁସାରେ ଏହା ଜଣା ପଡିଛି ଯେ  ଓଡିଶାରେ ବଡଧରଣର  ସଂଖ୍ୟା ଯଥା :-

  • ୨,୭୮୭ ଶିଶୁ ଗୋଟିଏ ବର୍ଷରେ ଅପହରଣ କରାଯାଇଥିଲା।
  • ୨୦୧୭ରେ ଏହି ସଂଖ୍ୟା ୬୯୬ ଥିଲା।

୨୦୧୮ରେ ଏହି ବର୍ଦ୍ଧିତ ସଂଖ୍ୟା ଏକ ପ୍ରମାଣ ଦେଇଛି ଯେ ଓଡିଶାରେ ବଡ ଧରଣର ଶିଶୁ  ଚାଲଣ ଗ୍ୟାଙ୍ଗ ସକ୍ରୀୟ  ଅଛି।

Image result for girl child missing shadow

ରିପୋର୍ଟ ଅନୁସାରେ:-

  • ୨୦୧୮ରେ ଓଡିଶାରେ ୩,୧୩୨ ଜଣ ଶିଶୁ ଅପହରଣ ହୋଇଥିଲେ ।
  • ରାଜ୍ୟରେ ଗୋଟିଏ ବର୍ଷରେ  ପ୍ରତିଦିନ ୭ରୁ ଅଧିକ ନାବାଳିକା  ଅପହରଣର ହେଉଛନ୍ତି।
  • ୨୦୧୮ରେ ଅପହରଣର ସଂଖ୍ୟା ୨,୬୬୫ ଥିଲା। ଯାହା ସାରାଭାରତ ବର୍ଷରେ ଓଡିଶାର ସ୍ଥାନ ତୃତୀୟରେ ରହିଥିଲା ।
  • ୮୩ ନାବାଳିକାଙ୍କୁ ବେଆଇନ କାର୍ଯ୍ୟରେ ନିୟୋଜନ କରିବା ପାଇଁ କିଣା ଯାଇଥିଲା। ୨୦୧୭ରେ ଏହି ସଂଖ୍ୟା ମାତ୍ରା ୧ ଥିଲା। ଏହା  ବ୍ୟତିତ ଆହୁରୀ ୭୫ ନାବାଳିକାଙ୍କୁ ଅପହରଣ କରାଯାଇ ବିବାହ ପାଇଁ ବାଧ୍ୟ କରାଯାଇଥିଲା,  ଯାହା  ୨୦୧୭ରେ ୮୧ ସଂଖ୍ୟା ସହିତ ସମାନ ଥିଲା।

Image result for girl child missing shadow

କାହିଁକି କିଛି  ବର୍ଷ ହେବ ଓଡିଶାରେ ନାବାଳିକା ଅପହରଣ  ସଂଖ୍ୟା ବଢୁଛି? 

ଏହା ପଛର କାରଣ ହେଉଛି ରାଜ୍ୟରେ କାମକରୁଥିବା ଚାଲାଣକାରୀଙ୍କ ଦ୍ବାରା ନିଖୋଜ ହେଉଥିବା ନାବାଳିକାଙ୍କ ବିଶେଷ ଭାବେ ବିବାହ ପାଇଁ ଓ ବେଆଇନ କାର୍ଯ୍ୟକଳାପ ପାଇଁ ସୌଦାଗରମାନେ କିଣିଥାନ୍ତି।

  • ୧ ଜାନୁଆରୀ ୨୦୨୦ ସୁଦ୍ଧା ୩,୧୫୭ ନାବାଳିକାଙ୍କ କିଛି ଖୋଜ୍ ଖବର ନାହିଁ ।
  • NCRB ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୧୮ରେ ପାଞ୍ଚ ନାବାଳିକା ନିଖୋଜ ହୋଇଯାଇଛନ୍ତି ଯେଉଁ ମାନଙ୍କର କିଛି ଖୋଜ ଖବର ନାହିଁ।
  • ୨୦୧୯ରେ ପ୍ରତିଦିନ ହିସାବରେ ୩ ଜଣ ନାବାଳିକା ନିଖୋଜ ହେଇଛନ୍ତି।

୨୦୧୭ରେ ହାଇ ଟ୍ରେସିଙ୍ଗ ରେଟକୁ ୨୦୧୬ରେ ଅପରେସନ ମୁସ୍କାନାର  ସଫଳତା ପାଇଁ ଶ୍ରେୟ ଦିଆଯାଇଥିଲା। ୨୦୧୭ରେ ଟ୍ରେସିଙ୍ଗ ରେଟ ୨୦୧୪ରେ ମାତ୍ର ୨୦ ପ୍ରତିଶତରୁ ପାଖାପାଖି ୮୪ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.