ରତ୍ନ ଧାରଣ କରି ଭୁଲ୍‌ରେ ବି କରନ୍ତୁ ନାହିଁ ଏ ସବୁ ଭୁଲ୍‌, ନଚେତ୍‌ ପଡ଼ିଯିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ ରତ୍ନ ପିନ୍ଧିବାକୁ ନେଇ କେତେକ ନିର୍ଦ୍ଦେଶ ଦିଆଯାଇଛି। ଆପଣଙ୍କ ଜୀବନରେ ରତ୍ନର କେମିତି ପ୍ରଭାବ ରହିବ, ଏହା ସେହି କଥା ଉପରେ ନିର୍ଭର କରୁଛି କି, ଆପଣ ଏହାକୁ କେମିତି, କେଉଁ ଦିନ ଏବଂ କେଉଁ ସମୟରେ ପିନ୍ଧିବେ। ଆଜି ଆମେ କହିବୁ ରତ୍ନ ଧାରଣ ପୂର୍ବରୁ କେଉଁ କେଉଁ କଥା ଉପରେ ବିଶେଷ ଧ୍ୟାନ ରଖିବାକୁ ହେବ।

-ପ୍ରଥମତଃ କୌଣସି ବି ରତ୍ନକୁ କ୍ଷୀରରେ ପକାନ୍ତୁ ନାହିଁ। ରତ୍ନ ଖଚିତ ମୁଦିକୁ ଥରେ ଜଳରେ ଧୋଇ ପିନ୍ଧନ୍ତୁ।

-ରତ୍ନକୁ କ୍ଷୀରରେ ରାତି ସାରା ପକାଇ ରଖନ୍ତୁ ନାହିଁ। କିଛି ରତ୍ନ କ୍ଷୀରକୁ ଅବଶୋଷଣ କରି ନିଅନ୍ତି।

-ନିଜ ମନର ସନ୍ତୁଷ୍ଟି ପାଇଁ ଆପଣ ନିଜ ଇଷ୍ଟ ଦେବଦେବୀଙ୍କ ମୂର୍ତ୍ତିରେ ସ୍ପର୍ଶ କରାଇ ରତ୍ନକୁ ଧାରଣ କରିପାରିବେ।

-୪, ୯ ଓ ୧୪ ତାରିଖରେ ରତ୍ନ ଧାରଣ କରିବା ଉଚିତ ନୁହେଁ।

-ରତ୍ନ ସବୁବେଳେ ଦ୍ୱିପ୍ରହର ପୂର୍ବରୁ ସକାଳ ସୂର୍ଯ୍ୟଙ୍କ ଆଡ଼କୁ ମୁଖ କରି ଧାରଣ କରିବା ଉଚିତ।

-ବିବାହିତା ମହିଳାମାନେ ରୋହିଣୀ, ପୁନର୍ବସୁ ଓ ପୁଷ୍ୟ ନକ୍ଷତ୍ରରେ ରତ୍ନ ଧାରଣ କରନ୍ତୁ ନାହିଁ।

-ଗ୍ରହମାନଙ୍କର ୯ ରତ୍ନ ମଧ୍ୟରୁ ମୁଙ୍ଗା ଓ ମୋତିକୁ ଛାଡ଼ି ବାକି ବହୁମୂଲ୍ୟ ରତ୍ନ କେବେ ବି ବୁଢ଼ା ହୁଅନ୍ତୁ ନାହିଁ।

-ମୋତିର ଚମକ କମ୍‌ ହୋଇଗଲେ ଏବଂ ମୁଙ୍ଗାରେ ସ୍କ୍ରାଚ୍‌ ଆସିଗଲେ, ତୁରନ୍ତ ତାହାକୁ ବଦଳାଇ ଦେବା ଉଚିତ।

-ମହଙ୍ଗା ରତ୍ନ ସୁନାରେ ଧାରଣ କରନ୍ତୁ। ଶସ୍ତା ରତ୍ନ ଯେପରି ମୋତି, ମୁଙ୍ଗା ଓ ଉପରତ୍ନ ଚାନ୍ଦି କିମ୍ବା ଶସ୍ତା ଧାତୁରେ ଧାରଣ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.