ମସଜିଦରେ ଭିଡିଓ ସୁଟ୍ କରି ଅଡୁଆରେ ଫସିଗଲେ ସବା କମର, ଅଭିନେତ୍ରୀଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି

ପାକିସ୍ତାନୀ ଅଭିନେତ୍ରୀ ସବା କମର ଏବେ ଅଡୁଆରେ ଫସିଛନ୍ତି। ଲାହୋରର ଏକ ଐତିହାସିକ ମସଜିଦରେ ଡ୍ଯାନ୍ସ ଭିଡିଓ ସୁଟ୍ କରିବା ଅଭିଯୋଗରେ ଅଭିନେତ୍ରୀ ସବା କମରଙ୍କ ବିରୋଧରେ ପାକିସ୍ତାନର ଏକ ସ୍ଥାନୀୟ ଅଦାଲତ ପକ୍ଷରୁ ଗିରଫ ୱାରେଣ୍ଟି ଜାରି ହୋଇଛି। ଲାହୋର ମାଜିଷ୍ଟ୍ରେଟ ଅଦାଲତ ସବା କମର ଏବଂ ବିଲାଲ ସଇଦ ବିରୋଧରେ ଜମାନତୀ ୱାରେଣ୍ଟ ଜାରି କରିଛି। ସେମାନେ ବାରମ୍ବାର କୋର୍ଟ ଶୁଣାଣିକୁ ଆସୁନଥିବାରୁ ଆଗାମୀ ଶୁଣାଣି ୬ ଅକ୍ଟୋବରରୁ ରଖାଯାଇଛି।

ଗତବର୍ଷ ଲାହୋର ପୋଲିସ ସବା କମର ଏବଂ ବିଲାଲ ସଇଦଙ୍କ ବିରୋଧରେ ସେକ୍ସନ ୨୯୫ ଅଧିନରେ କେସ୍ ଫାଇଲ କରିଥିଲେ। ସବା ଏବଂ ସଇଦଙ୍କ ଉପରେ ଆରୋପ ଲାଗିଥିଲା କି, ସେମାନ ମସଜିଦ ବଜିର ଖାନକୁ ଅପବିତ୍ର କରିଥିଲେ। ଏଫଆଇଆର ମୁତାବକ, ସେଲିବ୍ରିଟି ଦୁଇଜଣ ସେଲିବ୍ରିଟ ମସଜିଦରେ ଡ୍ଯାନ୍ସ ଭିଡିଓ ସୁଟ୍ କରିଥିଲେ। ଯାହା ପରେ ବୁତ ବିବାଦ ହୋଇଥିଲା। କେବଳ ଏତିକି ନୁହେଁ, ପଞ୍ଜାବ ସରକାର ମସଜିଦ ଉଲ୍ଲଙ୍ଘନ ମାମଲାରେ ୨ ସିନିଅରଙ୍କୁ ବହିଷ୍କ୍ତ କରିଥିଲେ। ଟ୍ରୋଲିଂ ଏବଂ ବିରୋଧ ପରେ ସବା ସୋସିଆଲ ମିଡିଆରେ କ୍ଷମା ମାଗିଥିଲେ।

ସୂଚନାଯୋଗ୍ଯ, ସବା ଇରଫାନ ଖାନଙ୍କ ସହିତ ଫିଲ୍ମ ‘ହିନ୍ଦୀ ମିଡିୟମ’ରେ ନଜର ଆସିଥିଲେ। ସବା ପାକିସ୍ତାନୀ ଫିଲ୍ମ ଏବଂ ଟିଭି ଶୋରେ ନଜର ଆସୁଛନ୍ତି। ସବା ଅପକମିଂ ଫିଲ୍ମ ‘କମ୍ବଖତ’ରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.