Below header

ଏଥରକ ମାଘ ଅମାବାସ୍ୟାରେ ବନୁଛି ଖାସ୍‌ ସଂଯୋଗ, ଭୁଲରେ ବି କରନ୍ତୁ ନାହିଁ ଏସବୁ କାମ

ଶାସ୍ତ୍ର ଓ ପୁରାଣରେ ମାଘ ମାସର ବିଶେଷ ମହତ୍ତ୍ୱ ରହିଛି। ଏହି ମାସରେ ପଡ଼ୁଥିବା ପ୍ରତ୍ୟେକ ବ୍ରତ ଓ ଉତ୍ସବର ଗୁରୁତ୍ୱ ଯଥେଷ୍ଟ ଅଧିକ। ଏହି ଧାରାରେ ମାଘ ମାସର କୃଷ୍ଣ ପକ୍ଷର ଅମାବାସ୍ୟା ତିଥିକୁ ମୌନି ଅମାବାସ୍ୟା କୁହାଯାଏ। ଏଥରକ ୩୧ ଜାନୁଆରୀ ଓ ଫେବ୍ରୁଆରୀ ୧ ଦୁଇ ଦିନ ପଡ଼ୁଛି ଅମାବାସ୍ୟା। ଏହି ଦିନ ପବିତ୍ର ନଦୀରେ ସ୍ନାନ କରାଯାଏ ଓ ମୌନ ବ୍ରତ ରକ୍ଷା କରି ଭଗବାନଙ୍କୁ ଧ୍ୟାନ କରାଯାଏ। ତେବେ ଏହି ଦିନ କେତେକ କାମ କରିବାକୁ ବାରଣ କରାଯାଇଛି। ଏସବୁ ମନା କରାଯାଇଥିବା କାମ କଲେ ଭଗବାନ ଅସନ୍ତୁଷ୍ଟ ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା ମୌନି ଅମାବାସ୍ୟାରେ କେଉଁ କାମ କରିବା ମନା…

  • ଅମାବାସ୍ୟାରେ ଖରାପ ଶକ୍ତି ଅଧିକ ଶକ୍ତିଶାଳୀ ହୋଇଯାଆନ୍ତି। ଏଣୁ ଅମାବାସ୍ୟା ରାତିରେ ଭୁଲରେ ବି ଶୂନଶାନ ସ୍ଥାନ, ଯଥା: ମଶାଣୀ, କବରସ୍ଥାନ ଆଦି ସ୍ଥାନକୁ ଯାଆନ୍ତୁ ନାହିଁ। ଏସବୁ ସ୍ଥାନରେ ଅମାବାସ୍ୟା ଦିନ ଗୁଣି ଗାରେଡ଼ି କରାଯାଏ। ଏଣୁ ଏହି ଦିନ ଏସବୁ ଜାଗାକୁ ଯାଆନ୍ତୁ ନାହିଁ କି କୌଣସି ବସ୍ତୁକୁ ଛୁଅଁନ୍ତୁ ନାହିଁ।
  • ଏହି ଦିନ ଯଦି କେହି ଦୁଆରକୁ କିଛି ମାଗିବାକୁ ଆସୁଛି, ତେବେ ତାକୁ କଦାପି ଖାଲି ହାତରେ ଫେରାନ୍ତୁ ନାହିଁ। ଏହି ଦିନ କୌଣସି ଗରିବକୁ ଅପମାନ କରିବା ବି ମହାପାପ ହୋଇଥାଏ।
  • ମୌନି ଅମାବାସ୍ୟା ଦିନ ଛଳ, କପଟ, ଧୋକା ଭଳି ଅନୈତିକ କାର୍ଯ୍ୟ କରିବାରୁ ବିରତ ରୁହନ୍ତୁ। ମାଘ ଅମାବାସ୍ୟା ପୂଜା, ତପସ୍ୟା କରିବା ପାଇଁ ଅତି ଭଲ ଦିନ। ଏଣୁ ଏହି ଦିନ କୌଣସି ବିପରୀତ କାମ କଲେ ନର୍କ ଭୋଗ କରିବା ସୁନିଶ୍ଚିତ।
  • ମୌନି ଅମାବାସ୍ୟାରେ ତିଳ ତର୍ପଣ କରିବାକୁ କୁହାଯାଏ। ଏଣୁ ଏହି ଦିନ କାଉ, କୁକୁର, ଗାଈଙ୍କୁ ଭୋଜନ ଦେବା ଉଚିତ। ଏ ଅବସରରେ ଜୀବଜନ୍ତୁଙ୍କୁ ହଇରାଣ କରନ୍ତୁ ନାହିଁ। ଶନିଦେବ ଅସନ୍ତୁଷ୍ଟ ହେବେ।
  • ଅମାବାସ୍ୟା ଦିନ ନିଜ ତନ- ମନ ଓ ବାଣୀ ଉପରେ ସଂଯମତା ରକ୍ଷା କରନ୍ତୁ। ମୌନି ଅମାବାସ୍ୟାରେ କାହା ସହ ଝଗଡ଼ା କି ପାଟି ତୁଣ୍ଡ କରନ୍ତୁ ନାହିଁ।
  • ଅମାବାସ୍ୟା ଏକ ପବିତ୍ର ଦିନ। ଏଣୁ ଦିନ ମାଛ, ମାଂସ, ମଦ ଆଦି ସେବନରୁ ବିରତ ରୁହନ୍ତୁ। ଏହି ଦିନ ତାମସିକ ଭୋଜନ କରିବା ଦ୍ୱାରା ଶନି ଦୋଷ ଲାଗେ। ଫଳରେ ସଙ୍କଟ ବଢ଼େ।
  • ମୌନି ଅମାବାସ୍ୟା ଦିନ ସ୍ୱାମୀ-ସ୍ତ୍ରୀ ଶାରୀରିକ ସମ୍ପର୍କ ରଖିବା ଅନୁଚିତ। ଏହା ଦ୍ୱାରା ପିତୃ ପୁରୁଷ ବିରକ୍ତ ହୋଇଥାନ୍ତି। ଫଳରେ ସେମାନଙ୍କ ଆଶୀର୍ବାଦ ମିଳିପାରିନଥାଏ ଓ ଯାବତୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.