Below header

ବିୟର ପ୍ରସ୍ତୁତ ପରେ ବିଷାକ୍ତ ହେଉଛି ପରିବେଶ, ଜାଣନ୍ତୁ କେମିତି

ଶସ୍ୟରୁ ଉତ୍ପନ୍ନ ହୋଇଥାଏ ବିୟର । ଏକଥା କଣ ଆପଣ ଜାଣନ୍ତି କି । ଆପଣ ଜାଣନ୍ତି କି ଏଥିପାଇଁ କେତେ ଶସ୍ୟ ଲାଗିଥାଏ ? ଯଦି ଆମେ ୧୦ଲିଟର ବିୟର କଥା କହିବା ତେବେ ଏଥିପାଇଁ କେତେ ଖର୍ଚ୍ଚ ହୋଇଥାଏ ଆଉ କେତେ ଖରାପ ହୋଇଥାଏ ତାହା ହୁଏତ କେହି ବି ଜାଣିନଥିବେ । ଯଦିଓ ବିୟର ବନାଇବାକୁ ବିଭିନ୍ନ ପ୍ରକାର ତରିକା ରହିଛି । ଅଲଗା ଅଲଗା ଦେଶ ଅଲଗା ଅଲଗା କୌଶଳ ଆପଣାନ୍ତି । କିନ୍ତୁ ଏହା ସତ ଯେ ବିୟର ଶସ୍ୟରୁ ବନେ । ଏବଂ ବିୟର ବିକ୍ରି ବୃଦ୍ଧି ପାଇଁ ବର୍ତ୍ତମାନ ଏହି ଶସ୍ୟର ଆବର୍ଜାନ ମଧ୍ୟ ବୃଦ୍ଧି ପାଉଛି । ବିୟର ଉତ୍ପାଦନରେ ବହୁ ଶସ୍ୟର ବର୍ଜ୍ୟବସ୍ତୁ ତିଆରି କରାଯାଏ । ଏହା ଅନୁମାନ କରାଯାଏ ଯେ ବିୟର ଦ୍ୱାରା କେତେ ଶସ୍ୟ ଖାଉଛି । ଏହାକୁ ନେଇ ଜଣାପଡେ କେତେ ଶସ୍ୟ ଖର୍ଚ୍ଚ ହେଉଛି ଓ କେତେ ବର୍ଜ୍ୟବସ୍ତୁ ଉତ୍ପନ୍ନ ହେଉଛି ।

ଏକ ରିପୋର୍ଟ ଅନୁଯାୟୀ ଯଦି ଆମେ ଜାପାନରେ ନିର୍ମିତ ବିୟର ବିଷୟରେ ଆଲୋଚନା କରିବା ତେବେ ୧୦ଲିଟର ବିୟର ତିଆରି ପାଇଁ ୨୦୦କିଲୋଗ୍ରାମ ଶସ୍ୟ ବର୍ଜ୍ୟବସ୍ତୁ ସୃଷ୍ଟି ହୁଏ । ତେବେ ଭାବନ୍ତୁ ପ୍ରତିଦିନ କେତେ ବିୟର ପିଆ ହେଉଥିବ ଆଉ କେତେ ବର୍ଜ୍ୟବସ୍ତୁ ରହୁଥିବ । ଏହି ଶସ୍ୟ ବର୍ଜ୍ୟର ଏକ ଅଂଶ କୃଷି ପାଇଁ ବ୍ୟବହୃତ ହୁଏ । କିନ୍ତୁ ଏକ ବଡଅଂଶ ଜଳିଯାଏ । ଏହା ପରିବେଶ ପାଇଁ ବହୁତ କ୍ଷତି ପହଞ୍ଚାଉଛି ।

ରିପୋର୍ଟରେ କୁହାଯାଇଛି ଯେ ବର୍ତ୍ତମାନ ବିୟରରୁ ତିଆରି ପରେ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁକୁ ନେଇ ଅନେକ କମ୍ପାନୀ ଆଗକୁ ଆସିଛନ୍ତି ଏବଂ ସେମାନେ ସେଥିରୁ କାଗଜ ତିଆରି କରିବା କାର୍ଯ୍ୟ କରୁଛନ୍ତି । ଅର୍ଥାତ ଶସ୍ୟ ବର୍ଜ୍ୟବସ୍ତୁରୁ କାଗଜ ତିଆରି କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.